November 28, 2025
Home » ଶ୍ରୀକ୍ଷେତ୍ରରୁ ପ୍ରୟାଗରଜ ମହାକୁମ୍ଭ ବୁଡ଼ ପକାଇବା ନିମନ୍ତେ ପୁରୀ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ଭିଡ ।

ଶ୍ରୀକ୍ଷେତ୍ରରୁ ପ୍ରୟାଗରଜ ମହାକୁମ୍ଭ ବୁଡ଼ ପକାଇବା ନିମନ୍ତେ ପୁରୀ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ଭିଡ ।

0
vlcsnap-2025-02-25-14h40m43s128

ପୁରୀ: ମହାଶିବରାତ୍ରିଦିନ କୁମ୍ଭମେଳାରେ ବୁଡ଼ ପକାଇବା ଅନ୍ତିମଦିନ ହୋଇଥିବା ହେତୁ ପ୍ରୟାଗରାଜ ଯିବାପାଇଁ ଆଜି ପୁରୀ ରେଳ ଷ୍ଟେସନରେ ଯାତ୍ରୀମାନଙ୍କର ପ୍ରବଳ ଭିଡ଼ ଦେଖାଯାଇଥିଲା, ଶ୍ରୀକ୍ଷେତ୍ରରୁ ବିଭିର୍ଣ୍ଣ ସ୍ୱେଚ୍ଛାସେବୀ, ସେବାୟତ ଓ ବହୁ ଶ୍ରଦ୍ଧାଳୁ ଭକ୍ତ ସକାଳୁ ରେଳ ଷ୍ଟେସରେ ପ୍ରୟାଗରାଜ ଯିବାପାଇଁ ନିଜନିଜର ବେଡିଙ୍ଗ ବିସ୍ତାରା ଧରି ଯାଉଥିବା ଦୃଶ୍ୟ ଦେଖାଯାଇ ଥିଲା । ଆଜି ଶ୍ରୀଜଗନ୍ନଥଙ୍କ ସେବାରେ ନିଯୁକ୍ତ ଥିବା ସେବାୟତ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ସାମନ୍ତରାୟ ନିଜ ସହଧର୍ମଣୀ ଓ ସହପାଠୀ ଶ୍ରୀ ପଦ୍ମନାଭ ତ୍ରିପାଠୀ ଙ୍କୁ ନେଇ ଯାତ୍ରା କରିଛନ୍ତି। କଥିତ ଅଛି ଏହି ବୁଡ଼ ୧୪୪ବର୍ଷ ପରେ ପଡିଥିବାରୁ ଭକ୍ତମାନେ ନିଜନିଜର ପିତୃପୁରୁଷଙ୍କ ଉଦେଶ୍ୟରେ ପିଣ୍ଡଦାନକଲେ ମହାପୂଣ୍ୟ ଅର୍ଜନ ମିଳେ ବୋଲି କୁହାଯାଉଛି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *