March 8, 2026
Home »   ଶ୍ରୀଜଗନ୍ନାଥ ଦର୍ଶନ ତୀର୍ଥ ଯାତ୍ରା ଯୋଜନା

  ଶ୍ରୀଜଗନ୍ନାଥ ଦର୍ଶନ ତୀର୍ଥ ଯାତ୍ରା ଯୋଜନା

0
1000973834
ନୟାଗଡ଼: ନୟାଗଡ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଅବସରରେ ନୟାଗଡ଼ ଜିଲ୍ଲାର ୮ ଗୋଟି ବ୍ଲକରୁ ମୋଟ ୯୮ଜଣ ଶ୍ରୀଜଗନ୍ନାଥ ଦର୍ଶନାଭିଳାଷୀ ଆଜି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି l କେବଳ ବରିଷ୍ଠ ନାଗରିକ ଏବଂ ବିଧବା ଭତ୍ତା ପାଉଥିବା ଉପଭୋକ୍ତା ଏଥିରେ ସାମିଲ ହୋଇଥିଲେ l ପ୍ରଥମ ଦଫାରେ ଯେଉଁମାନେ ଯାଇ ପାରି ନାହାନ୍ତି ଦ୍ଵିତୀୟ ଥରରେ ସେମାନଙ୍କୁ ଅଗ୍ରାଧିକାର ଦିଆ ଯିବାକୁ ବ୍ୟବସ୍ଥା ରହିଛି l
ଏହି କାର୍ଯ୍ୟକ୍ରମକୁ ମାନ୍ୟବର ସାଂସଦ କନ୍ଧମାଳ ସୁକାନ୍ତ କୁମାର ପାଣିଗ୍ରାହୀ ଉଦଘାଟନ କରିଛନ୍ତି l ତାଙ୍କ ସହ ଯୋଗ ଦେଇଛନ୍ତି ସମ୍ମାନନୀୟା ଜିଲ୍ଲାପାଳ ମଧୁମିତା ରଥ, ସମ୍ମାନନୀୟ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଓଡିଶା ରାଜ୍ୟ ସଡକ ପରିବହନ ନିଗମର ପରିଚାଳକ ବିଭୁ ପ୍ରସାଦ ତ୍ରିପାଠୀ l ପ୍ରାରମ୍ଭରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସତ୍ୟଭାମା ବେହେରା ସ୍ୱାଗତ ଭାଷଣ ରଖିଥିଲେ l ମାନ୍ୟବର ସାଂସଦ କନ୍ଧମାଳ, ଜଗନ୍ନାଥଙ୍କ ଆଦିପୀଠ ନୟାଗଡ଼ କହି ଜଗନ୍ନାଥ ଦର୍ଶନରେ ଯାଉଥିବା ତୀର୍ଥଯାତ୍ରୀ ମାନଙ୍କୁ ଯାତ୍ରାର ଶୁଭ ମନାସି ଥିଲେ l
ସମ୍ମାନନୀୟ ଜିଲ୍ଲାପାଳ ତୀର୍ଥ ଯାତ୍ରୀ ମାନଙ୍କର ଯାତ୍ରାରେ ଶୃଙ୍ଖଳାଗତ ଭାବେ ପରିଦର୍ଶନ କରି ଫେରିବାକୁ ବୁଝାଇଥିଲେ l ଅତିରିକ୍ତ ଜିଲ୍ଲାପାଳ କହିଲେ ଯେ ଆପଣମାନଙ୍କର ସୌଭାଗ୍ୟ କି ଆପଣମାନେ ଜଗନ୍ନାଥ ଦର୍ଶନ କରିବାକୁ ଯାଉଛନ୍ତି, ଯାହାଙ୍କୁ ବିଶ୍ୱର କୋଣ ଅନୁକୋଣରୁ ଆସି ଦର୍ଶନ କରୁଛନ୍ତି ଓ ଟିମରେ ରହି ଶୃଙ୍ଖଳାଗତ ଭାବେ ଦର୍ଶନ କରିବା ପାଇଁ କହିଥିଲେ l ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *