March 13, 2025
Home » ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ଯାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ଯାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

0

ପୁରୀ: ପୁରୀ ଶ୍ରୀବିହାର ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଧ୍ୟାପକ ଡ. ସସ୍ମିତା ବନ୍ଦର ନାୟକଙ୍କ ନେତୃତ୍ବରେ ଆନ୍ତର୍ଜାତିକ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବପ୍ରଥମେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ଏନ.ଆର ଏସ କହିଥିଲେ ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ସମାଜରେ ନାରୀଶକ୍ତି ସର୍ବଦା ପୂଜନୀୟ ତଥା ନାରୀ ସଶକ୍ତିକରଣ ଉପରେ ନିଜର ବକ୍ତବ୍ଯ ରଖିଥିଲେ । ପରବର୍ତ୍ତୀ ପର୍ଯ୍ଯାୟରେ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ବିଶ୍ୱବିଦ୍ୟାଳୟର ମହିଳା କର୍ମକର୍ତ୍ତା ତଥା ସହକାରୀ ଅଧ୍ୟକ୍ଷା ବୃନ୍ଦଙ୍କୁ ସମ୍ମାନିତ କରାଯାଇଥିଲା । ଝାନସୀରାଣୀ ଲକ୍ଷ୍ମୀବାଈଙ୍କୁ ଆଦର୍ଶ କରି ତଥା ନାରୀଶକ୍ତି ଜାଗରଣ ଉଦ୍ଦେଶ୍ଯରେ ଏକ ବିଶାଳ ଜାଗରଣ ଶୋଭାଯାତ୍ରା ବିଶ୍ୱବିଦ୍ୟାଳୟର ଶହେରୁ ଉର୍ଦ୍ଧ୍ବ ଛାତ୍ରୀମାନଙ୍କୁ ନେଇ ବିଶ୍ୱବିଦ୍ୟାଳୟ ପରିସରରୁ ଶ୍ରୀଜଗନ୍ନାଥ ଷ୍ଟାଡିୟମ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଡ.ରାଜଶ୍ରୀ ଦାସ, ଡ.ଅନୁପମା ଶତପଥୀ, ଡ.ରାସମଣୀ ଘଡାଇ, ଡ.ରଶ୍ମିତା ଜେନା,,ଡ.ସର୍ବୋଜୟ ଶାଶ୍ବତୀ, ଡ.ଶାନ୍ତିଲତା ଆଚାର୍ଯ୍ଯ, ଡ.ଶ୍ରୀନିବାସ ପଣ୍ଡା,ଡ.ରାଧାକାନ୍ତ ପଣ୍ଡା, ଡ.ଦେବାଶିଷ ତ୍ରିପାଠୀ,ଡ.ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *