February 3, 2026
Home » ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦଶାବତାର ମୂର୍ତ୍ତିକୁ ରଖି ପୂଜାର୍ଚ୍ଚନା କରାଯାଇଛି

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦଶାବତାର ମୂର୍ତ୍ତିକୁ ରଖି ପୂଜାର୍ଚ୍ଚନା କରାଯାଇଛି

0
Screenshot 2026-01-25 162152

ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦଶାବତାର ମୂର୍ତ୍ତିକୁ ରଖି ପୂଜାର୍ଚ୍ଚନା କରାଯାଇଛି। ଘଣ୍ଟ ଘଣ୍ଟା ସାଙ୍ଗକୁ ଦୀପ ଲଗାଯାଇ କରାଯାଇଛି ପୂଜାର୍ଚ୍ଚନା। ସିଂହଦ୍ଵାର ଗୁମୁଟରେ କେବେ ସ୍ଥାନ ପାଇବ ଦଶାବତାର ମୂର୍ତ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ପୌରାଣିକ ତଥ୍ୟ ଅନୁସାରେ ପ୍ରାୟ ୧୫୦ ବର୍ଷ ତଳେ ସିଂହଦ୍ୱାର କୁ ଶଙ୍କରାଚାର୍ଯ୍ୟ ନିର୍ମାଣ କରିଥିବା ବେଳେ ପରବର୍ତ୍ତୀ ସମୟରେ ମହାରାଜା ମାନେ ଏହି ଦଶାବତାର ମୂର୍ତ୍ତି ସ୍ଥାପନ କରିଥିଲେ। ତେବେ ନବମ ଅବତାରକୁ ନେଇ ବିବାଦ ପରେ ଦୀର୍ଘ ବର୍ଷ ହେବ ଲାଗିପାରି ନାହିଁ ଦଶାବତାର ମୂର୍ତ୍ତି।ଏଣୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦଶ ଅବତାର ମୂର୍ତ୍ତି ଆଣି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପ୍ରଦର୍ଶନ କରାଯାଇଛି। ଘଣ୍ଟ, ଘଣ୍ଟା ଓ ଆଧ୍ୟାତ୍ମିକ ଧ୍ବନି ମଧ୍ୟରେ ପବିତ୍ର ଶ୍ରୀପଞ୍ଚମୀରେ ଆଜି ଏହି ଦଶ ଅବତାର ମୂର୍ତ୍ତି ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଏଥିପାଇଁ ଏକ ମାସ ସମୟ ଦିଆଯାଇଛି। ପ୍ରଶାସନ ଏହା ନ ଲଗାଇଲେ ବାଧ୍ୟ ହୋଇ ଭକ୍ତଙ୍କ ସହାୟତାରେ ଶ୍ରୀଜଗନ୍ନାଥ ସେନା ଏହା ଲଗାଇବ ବୋଲି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି।

ଜଗନ୍ନାଥ୍ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କୁହନ୍ତି, ପ୍ରତ୍ନତତ୍ତ୍ଵ ବିଭାଗ ର ବରାଦ ଅନୁସାରେ ଦଶଅବତାର ମୂର୍ତ୍ତି ନିର୍ମାଣ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ଏହି ମୂର୍ତ୍ତି କୁ ଆଣି ଶ୍ରୀ ମନ୍ଦିର ସିଂହ ଦ୍ଵାର ଗୁମୁଟ ରେ ଲଗାଯାଇନାହିଁ। ମୂର୍ତ୍ତି ନିର୍ମାଣ କରିଥିବା
ଶିଳ୍ପୀ କୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ମାତ୍ର ୩୫ ହଜାର ଟଙ୍କା ପ୍ରାପ୍ୟ ଆଜି ପର୍ଯ୍ୟନ୍ତ ଦିଆଯାଇନାହିଁ। ଆମେ ଶିଳ୍ପୀ ଙ୍କୁ ତାଙ୍କ ପ୍ରାପ୍ୟ ଦେଇ ମୂର୍ତ୍ତି କୁ ଆଣିଛୁ। ଆମେ ପ୍ରଶାସନ କୁ ଏକ ମାସ ସମୟ ଦେଉଛୁ ଏହି ଦଶଅବତାର ମୂର୍ତ୍ତି ଲଗାଇବା ପାଇଁ। ନହେଲେ ଆମେ ସବୁ ଜଗନ୍ନାଥ୍ ପ୍ରେମୀ ଏକାଠି ହୋଇ ମୂର୍ତ୍ତି କୁ ସିଂହ ଦ୍ଵାର ଗୁମୁଟ ରେ ଲଗାଇବୁ। ଆମ ପାଇଁ ଆମ ମହାପ୍ରଭୁ ହିଁ ବଡ। ଶ୍ରୀ ମନ୍ଦିର ହେଉଚି ଓଡ଼ିଆ ଙ୍କ ପ୍ରାଣ କେନ୍ଦ୍ର। ତେବେ ଦଶଅବତାର ମୂର୍ତ୍ତି ରେ ନବମ ସ୍ଥାନରେ ଜଗନ୍ନାଥ୍ ଙ୍କ ସ୍ଥାନରେ ବୁଦ୍ଧ ଙ୍କୁ ସ୍ଥାନ ଦିଆଯିବା ଉଚିତ୍ ବୋଲି ବିବାଦ ଲାଗି ରହିଛି । ତେବେ ବୁଦ୍ଧ ଭଗବାନ ବିଷ୍ଣୁ ଙ୍କ ଅବତାର ନଥିଲେ। ଏଣୁ ଏହି ସବୁ ବିବାଦ କୁ ବନ୍ଦ କରାଯାଇ ଯଥା ଶୀଘ୍ର ଶ୍ରୀ ମନ୍ଦିର ସିଂହ ଦ୍ଵାର ଗୁମୁଟ ରେ ଦଶଅବତାର ମୂର୍ତ୍ତି ଲଗାଯାଉ। ଆଉ ଏଥିରେ ବିଳମ୍ୱ କରାଗଲେ ଏହାକୁ ସହ୍ୟ କରାଯିବ ନାହିଁ

Leave a Reply

Your email address will not be published. Required fields are marked *