February 23, 2026
Home » ଶ୍ରୀମନ୍ଦିରରେ ଶ୍ରୀଯୁକ୍ତ ନଡ୍ଡା

ଶ୍ରୀମନ୍ଦିରରେ ଶ୍ରୀଯୁକ୍ତ ନଡ୍ଡା

0
WhatsApp Image 2025-02-28 at 2.56.58 PM

ସମଗ୍ର ରାଷ୍ଟ୍ରର ମଙ୍ଗଳ କାମନା କାମନା କଲି।ବିକଶିତ ଓ ସୁସ୍ଥ ଭାରତ ଗଠନ ସହ ସମସ୍ତେ କିଭଳି ଭଲରେ ରହିବେ ସେ ନେଇ ପ୍ରାର୍ଥନା କଲି।ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସବ କା ସାଥ,ସବ କା ବିକାଶ ଓ ସବ କା ପ୍ରୟାସ ନେଇ କାର୍ଯ୍ୟ ଚାଲିଛି।ଶ୍ରୀମନ୍ଦିରରେ ସପତ୍ନୀକ ଦର୍ଶନ ପରେ ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ. ପି.ନଡ୍ଡା ।ତାଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଙ୍ଗ,ପୁରୀ ସାଂସଦ ଡଃ ସମ୍ବିର ପାତ୍ର, ବିଧାୟକ ଆଶ୍ରିତ ପଟ୍ଟନାୟକ ,ପୂର୍ବତନ ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ।ଏଥସହ ମା ବିମଳା ଓ ମା ମହଲଷ୍ମୀଙ୍କ ସମେତ ପାର୍ଶ୍ୱ ଦେବା ଦେବୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ।ଏଥିସହ ଯାତ୍ରୀ ପୁସ୍ତିକା ଖାତାରେ ଦସ୍ତଖତ କରିଥିଲେ।ଦର୍ଶନ ସାରି ଫେରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପ୍ରଦାନ କରାଯାଇଥିଲା।ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ ଖୁସି ଓ ଆନନ୍ଦିତ ବୋଲି କହିଛନ୍ତି ଶ୍ରୀଯୁକ୍ତ ନଡ୍ଡା।

Leave a Reply

Your email address will not be published. Required fields are marked *