July 2, 2025
Home » ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ଉନ୍ନୟନମୂଳକ କାର୍ଯ୍ୟ ର ଅନୁଧ୍ୟାନ

ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ଉନ୍ନୟନମୂଳକ କାର୍ଯ୍ୟ ର ଅନୁଧ୍ୟାନ

0
WhatsApp Image 2025-03-13 at 3.01.24 PM

ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ଉନ୍ନୟନମୂଳକ କାର୍ଯ୍ୟ ସମେତ ଗୁଣ୍ଡିଚା ମନ୍ଦିର ଓ ଶ୍ରୀଜଗନ୍ନାଥ ବଲ୍ଲଭ ର ଅନୁଧ୍ୟାନ କରିଛନ୍ତି ଗଜପତି,ମୁଖ୍ୟାପ୍ରସସକଙ୍କ ସମେତ ଅଧିକାରୀଗଣ।ପରେ ଏହାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ,ପରିକ୍ରମା ପ୍ରକଳ୍ପର ଅସମ୍ପୂର୍ଣ୍ଣ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବା ପାଇଁ ଓବିସିସିକୁ ନିର୍ଦ୍ଦେଶ ଦିଆଯାଇଛି।

ରଘୁନନ୍ଦନ ଲାଇବ୍ରେରୀ ଓ ସାଂସ୍କୃତିକ ଭବନ ନିର୍ମାଣ ଜାଗା ପ୍ରତିନିଧି ଗଣଦେଖିଲୁ। ରାଜ୍ୟ ସରକାରଙ୍କୁ ଏ ବିଷୟରେ ଅବଗତ କରାଇବୁ। ଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ ଓ ଗୁଣ୍ଡିଚା ମନ୍ଦିରର ରୋଷଘର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି। ଚଳିତବର୍ଷ ନୀଳାଦ୍ରିବିଜେ ସରିଲେ ରୋଷଘର କାର୍ଯ୍ୟ ଆରମ୍ଭ କରାଯିବ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଓ ଜଗନ୍ନାଥ ବଲ୍ଳଭ ପିଲଗ୍ରିମ୍ ସେଣ୍ଟର ବୁଲି ଦେଖିଲୁ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନର ସଂରକ୍ଷଣ କରାଯିବ। ପରିକ୍ରମା ପ୍ରକଳ୍ପ ଚାରିପଟେ ଘୃତ ଯଞ୍ୟ,,ଅନ୍ନ ଯଞ୍ୟ,,ନାମ ଯଞ୍ୟ,,ଧ୍ୟାନ ଯଞ୍ୟ ହେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚାରିପଟେ ଚାଲୁଥିବା କିଛି ଇଭେଣ୍ଟ ପାଇଁ ନୂତନ ମାର୍ଗଦର୍ଶିକା ହେଵ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ହେବ ରିସେପସନ୍ ସେଣ୍ଟର,,ନରେନ୍ଦ୍ର ମହଲାରେ ହେବ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାଳୟ। ଅଧାପନ୍ତରିଆ ପ୍ରକଳ୍ପକୁ ଶେଷ କରିବାକୁ ଓବିସିସିକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତର ଦୁଆର ନିକଟରେ ଥିବା ଉତ୍ତରପାର୍ଶ୍ୱ ମଠ ଜମିରେ ଅନ୍ନକ୍ଷେତ୍ର କରାଯିବ। ଆନନ୍ଦବଜାରରେ କେବଳ ମହାପ୍ରସାଦ ବିକ୍ରି ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *