December 3, 2025
Home » ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

0
Screenshot 2025-11-22 144012

ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। କାଠ ରାମ୍ପ ଯେଭଳି ମହାପ୍ରଭୁଙ୍କ ନୀତିକାନ୍ତିରେ ପ୍ରଭାବିତ କରିବ ନାହିଁ ସେନେଇ ପୁର୍ନବାର ଟେକ୍ନିକାଲ୍ କମିଟି ଅନୁଧ୍ୟାନ କରିବ। ଭିଆଇପି ଓ ଭିଭିଆଇପିଙ୍କ ପ୍ରୋଟୋକଲ ଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ଏସଓପି କରାଯିବ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି କରାଯିବ। ରତ୍ନ ଅଳଙ୍କାର ଗୁଡିକର ଡିଜିଟାଇଜେସନ କରାଯିବ। ଆଗକୁ ମହାପ୍ରଭୁଙ୍କ ପହିଲିଭୋଗ ନୀତି ସହିତ ଇଂରାଜୀ ନୂତନବର୍ଷ ଆସୁଛି। ତେଣୁ ନୀତିବହୁଳ ଥିବାରୁ ପର୍ଯ୍ୟାୟ ପର୍ଯ୍ୟାୟକ୍ରମେ ରତ୍ନଗଣତି କରାଯିବ। ମୁଖ୍ୟ ପ୍ରଶାସକ ଏବଂ କମିଟିର ସଦସ୍ୟଙ୍କୁ ନେଇ ଅତିରିକ୍ତ ଏସଓପି ପ୍ରସ୍ତୁତ କରାଯିବ। ବିଭିନ୍ନ ପର୍ଯ୍ୟାୟରେ ରତ୍ନ ଅଳଙ୍କାରର ଗଣତିମଣତି କରାଯିବ। ଅକ୍ଷୟ ତୃତୀୟା ପୂର୍ବରୁ ଗଣତିମଣତି ସାରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ବ ଦିଆଯାଇଛି। ସେପଟେ ଏମାର ମଠରୁ ଉଦ୍ଧାର ହୋଇଥିବା ରୂପା ଇଟା ମାମଲା ହାଇକୋର୍ଟରେ ଅଛି। ରୂପା ଇଟା କିଭଳି ମହାପ୍ରଭୁଙ୍କ ଅଧୀନକୁ ଆସିବ ସେ ନେଇ ଆଲୋଚନା ଚାଲିଛି। ନିୟମ ଅନୁସାରେ ରୂପା ଇଟା ଅଣାଯିବା ପାଇଁ ପ୍ରକ୍ରିୟା କରିବ ଶ୍ରୀମନ୍ଦିର ପ୍ରଶାସନ। ସ୍ବର୍ଣ୍ଣ ଅଳଙ୍କାର ଦାନ ଯୋଜନାରେ ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିପାରିବେ। ଫଳରେ ମହାପ୍ରଭୁଙ୍କ ଅଳଙ୍କାରର ଆଉ ଏକ ସେଟ୍ ହୋଇପାରିବ। ଶ୍ରୀମନ୍ଦିର ବଜେଟକୁ ଅନୁମୋଦନ କରାଯାଇଛି।

ପୁରୀରେ ଯେତିକି ଏଟିଏମ୍ ରହିଛି ଟଙ୍କା ଉଠାଣ ପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ ଦେବା ପାଇଁ ଚାହୁଁ ଥିଲେ ଦେଇପାରିବେ ଭକ୍ତ। ସେହିପରି ଖୁବଶୀଘ୍ର ଗୁଣ୍ଡିଚା ମନ୍ଦିର ଭକ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲାଯିବ। ମାହାଲ ଦିଆ ନ ଯାଇ ଶ୍ରୀମନ୍ଦିର ପ୍ରଶାସନ ଏହାର ଦାୟିତ୍ବ ନେବ। ଶ୍ରୀମନ୍ଦିର ଜମିଜମା ସୁରକ୍ଷା ନେଇ ଆଲୋଚନା ହୋଇଛି। ଶ୍ରୀମନ୍ଦିର ସୁରକ୍ଷା ଉପରେ ଆଲୋଚନା ହୋଇଛି। ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ କରାଯାଇ କଡ଼ା ଆଇନ ଅଣାଯିବ। ଇସ୍କନର ଅଦିନିଆ ରଥଯାତ୍ରା ଉପରେ ଆଲୋଚନା ହୋଇଛି। ଭାରତ ଓ ଭାରତ ବାହାରେ ସ୍ନାନଯାତ୍ରା ଗୋଟିଏ ଦିନରେ କରିବା ପାଇଁ ଇସ୍କନ ସହମତ ହୋଇଛି। ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ନେଇ ଆଲୋଚନା ହୋଇଥିବା ବେଳେ ପ୍ରସ୍ତାବିତ ଜାଗାରୁ ଜବରଦଖଲ ହଟିଛି ଓ ଓବିସିସିକୁ ବାଉଣ୍ଡ୍ରି ବୁଲାଇବା ପାଇଁ କୁହାଯାଇଛି। ସେବାୟତଙ୍କ ଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି। ସେବକଙ୍କ ପେନସନ ରାଶି 4000 ରୁ 5000 ଟଙ୍କାକୁ ବୃଦ୍ଧି କରାଯାଇଛି। ସେବାୟତ କନ୍ୟାଙ୍କ ବିବାହ ପାଇଁ ୫୦ ହଜାର ବୃଦ୍ଧି କରାଯାଇ ଏକଲକ୍ଷ କରାଯାଇଛି। ବ୍ରତଘର ପାଇଁ ୨୦ ହଜାରକୁ ବୃଦ୍ଧି କରାଯାଇ ୫୦ ହଜାର କରାଯାଇଛି। ଏହା ଜାନୁଆରୀରୁ ଲାଗୁ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେପଟେ ନବକୃଷ୍ଣ ଚୌଧୁରୀ ଡେଭଲପମେଣ୍ଟ ଷ୍ଟଡିସ୍ ସେବକ କଲ୍ୟାଣ ପାଇଁ ଅପଡେଟ୍ କରାଯିବ। ସେବକ କଲ୍ୟାଣ ଚିକିତ୍ସାଳୟ ଉପରେ ମଧ୍ୟ ଆଲୋଚନା ହୋଇଛି। ଶ୍ରୀମନ୍ଦିର ସୁରକ୍ଷା ଉପରେ ମଧ୍ୟ ଆଲୋଚନା ହୋଇଛି। ପ୍ରକଳ୍ପ ସବକମିଟି ଉପରେ ବିସ୍ତୃତ ଆଲୋଚନା ହୋଇଛି। ଜଗନ୍ନାଥ ବଲ୍ଲଭ,,ରଘୁନନ୍ଦନ ଲାଇବ୍ରେରୀ ,,ଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ ଉପରେ ଆଲୋଚନା ହୋଇଛି। ସେପଟେ ପୁରୀବାସୀଙ୍କ ଦର୍ଶନ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ପ୍ରଶାସକ।ପୁରୀବାସୀଙ୍କ ସ୍ବତନ୍ତ୍ର ଦର୍ଶନ ପାଇଁ ଆଲୋଚନା ହୋଇଛି। ଅନ୍ୟ ଭକ୍ତ ମାନଙ୍କର ଯେଭଳି କିଛି ଅସୁବିଧା ନ ହେବ ସେନେଇ ଗୁରୁତ୍ବ ଦେଉଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ସବ କମିଟି ବିଭିନ୍ନ ଦିଗକୁ ନେଇ ଅନୁଧ୍ୟାନ କରିବା ପରେ ଏସଓପି ପ୍ରସ୍ତୁତ କରାଯାଇ ନିଷ୍ପତ୍ତି ନିଆଯିବ।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *