February 27, 2026
Home » ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ଆର୍ଟ ଅଫ୍ ଭଲ୍ଯୁଣ୍ଟରଜିମ୍ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ। 

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ଆର୍ଟ ଅଫ୍ ଭଲ୍ଯୁଣ୍ଟରଜିମ୍ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ। 

0
1000952663
ନୟାଗଡ: ନୟାଗଡ ଜିଲ୍ଲାରେ ସ୍ବେଛାସେବୀ ମାନଙ୍କର ସେବା ଭାବକୁ ବିକାଶ କରିବା ପାଇଁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ସଭାଗୃହରେ ଆର୍ଟ ଅଫ୍ ଭଲ୍ଯୁଣ୍ଟରଜିମ୍ ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ଯ ଆଲୋଚକ ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଜଣେ ସ୍ବେଛାସେବୀ କେଉଁ କେଉଁ ଗୁଣର ଅଧିକାରୀ ହେବା ଆବଶ୍ଯକ ସେ ବିଷୟରେ ଆଲୋକପାତ କରିବା ସହିତ ସମାଜସେବାର ସଜ୍ଞାକୁ ବ୍ଯାପକ ଭାବରେ ଆଲୋଚନା ଓ ପର୍ଯ୍ଯାଲୋଚନା କରିଥିଲେ।
ଅନ୍ଯତମ ଆଲୋଚକ ଭାବେ ଗଣିଆ ଉନୟନ କମିଟିର ସଭାପତି ଉଷାରାଣୀ ପଟ୍ଟନାୟକ, ନୟାଗଡ଼ କ୍ଳବ୍ ର ସଭାପତି ଅଶୋକ କୁମାର ନାୟକ, ବରିଷ୍ଠ ଶିକ୍ଷାବିତ୍ ହରିହର ପାତ୍ର , କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ, ନୟାଗଡ଼ ର ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକ, ୟୁନିଟେକ୍ କଲେଜର ଚେୟାରମ୍ୟାନ ପ୍ରଦୀପ କୁମାର ପ୍ରୁଷ୍ଟି, ସୋହମ୍ ସାମାଜିକ ଅନୁଷ୍ଠାନର ସଂପାଦକ କାମାକ୍ଷା ପ୍ରସାଦ ଦାସ, ବରିଷ୍ଠ ରୋଟାରିଆନ୍ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଓ ପ୍ରକୃତିବନ୍ଧୁ ଅନାଦି ଚରଣ ମହାନ୍ତି ଯୋଗଦେଇ ଉତ୍କ୍ରୁଷ୍ଟ ସମାଜ ଗଠନ କରିବା ପାଇଁ ସମାଜସେବୀ ମାନେ କେଉଁ କେଉଁ କ୍ଷେତ୍ରରେ ସଚେତନତା ବାର୍ତ୍ତା ଗ୍ରହଣ କରି ଅନ୍ଯ ମାନଙ୍କୁ ପ୍ରବର୍ତ୍ତାଇବା ଦରକାର ସେ ବିଷୟରେ ନିଜ ନିଜର ମତାମତ ରଖିଥିଲେ। ଅସହାୟ ମାନଙ୍କ ପାଇଁ ଅହରହ ଚିନ୍ତା କରି ଦେବଦୂତ ଭୂମିକା ନିର୍ବାହ କରୁଥିବା ଦେବଦୂତ ସେବା ପରିଷଦର ୫୦ ଜଣ ସ୍ବେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଆଜିକା ଦିନରେ କୌଣସି ପରିବାରର କେହି ଯଦି ପ୍ରାଣ ତ୍ଯାଗ କରନ୍ତି ତାଙ୍କର ଶବ ସତ୍କାର ପାଇଁ ସାଇପଡୋଶୀ ଭାଇ ବନ୍ଧୁ କୁଟୁମ୍ବ ମାନେ ମଦ୍ଯପାନ କରିବାକୁ ଅଡି ବସୁଥିବା ବେଳେ ଏହି ପରିଷଦର କର୍ମକର୍ତ୍ତାଗଣ ଦୁଃଖିରଙ୍କୀ ନିଃସହାୟ ମାନଙ୍କର ଶବ ସତ୍କାର କରିବା ପାଇଁ ଧାଇଁ ଆସନ୍ତି।
ରାସ୍ତାରେ କୌଣସି ଗାଈଗୋରୁଙ୍କ ଦୁର୍ଘଟଣା ହେଲେ ଏହି ପରିଷଦର କର୍ମକର୍ତ୍ତାଗଣ ସେଠାରେ ପହଞ୍ଚି ଦେବଦୂତ ଭଳି ସେବା କରନ୍ତି। ଏହିଭଳି ମହନୀୟ କାର୍ଯ୍ୟ କରୁଥିବା ଦେବଦୂତ ସେବା ପରିଷଦର ସମସ୍ତ କର୍ମକର୍ତ୍ତା ମାନଙ୍କୁ ବିଦ୍ଯାଳୟ ତରଫରୁ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ମାନିତ କରାଯାଇ ଥିଲା। ଆଜିର ଏହି ଆଲୋଚନା ଚକ୍ର ସମାଜସେବା କ୍ଷେତ୍ରରେ ଆମକୁ ଅନେକ ଦିଶା ଦେଇଛି ବୋଲି ଦେବଦୂତ ସେବା ପରିଷଦର କର୍ମକର୍ତ୍ତା ମାନେ ମତାମତ ରଖିବା ସହିତ ଆଗାମୀ ଦିନରେ ସେବାକାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଆଜିର ଆଲୋଚନା ଚକ୍ର ଆମକୁ ପ୍ରେରଣା ଦେଇଛି ବୋଲି ପରିଷଦର ସଦସ୍ଯ ମାନେ କହିଥିଲେ।ପରିଶେଷରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *