November 12, 2025
Home » ଶ୍ରୀରାମଚରିତ ମାନସ ପାରାୟଣ ଉଦଯାପିତ !

ଶ୍ରୀରାମଚରିତ ମାନସ ପାରାୟଣ ଉଦଯାପିତ !

0
WhatsApp Image 2025-11-06 at 7.54.11 PM (2)

ଛତ୍ରପୁର: ଛତ୍ରପୁର ସ୍ଥିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁ ଶ୍ରୀ ରଘୁନାଥ ମଣ୍ଡପରେ ମାସ ବ୍ୟାପି ପ୍ରାତଃରେ ନାନା ବାଦ୍ୟଧ୍ୱନୀରେ ପାରାୟଣ ପଠନ ଏବଂ ଦୈନିକ ସନ୍ଧ୍ୟାରେ, ଭଜନ , କୀର୍ତ୍ତନ, ପ୍ରବୋଚନ ଆଦି ପରିଚାଳିତ ହୋଇ ଆସିଥିଲା । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀରାମଚରିତ ମାନସ ପାରାୟଣ ଉଦଯାପିତ ହୋଇଯାଇଛି ।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ଵତନ୍ତ୍ର ନୀତିକାନ୍ତି ଲାଗି ହୋଇ ମଙ୍ଗଳ ଆଳତୀ, ରାଜଆଳତୀ ଆଦି ଅନୁଷ୍ଠିତ ହୋଇଛି । ହୋମଯଜ୍ଞ, ଯଥା ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ମାସ ପାରାୟଣ ସମ୍ପନ୍ନ ହୋଇଛି । ଏହି କାର୍ଯ୍ୟକ୍ରମରେ ବ୍ୟାସ ମହାରାଜ ଶ୍ରୀ ଭୀମସେନ ପ୍ରଧାନ ଏହି ଦୈନିକ ଶ୍ରୀରାମଚରିତ ମାନସ ପାରାୟଣରେ ପୌରହିତ୍ୟ କରିଥିଲେ । ଉଦଯାପନୀ ଦିବସରେ ଅଗଣିତ ଭକ୍ତଙ୍କ ସମାଗମ ହୋଇ ସ୍ଥାନଟି ଉତ୍ସବ ମୁଖର ହୋଇ ଉଠିଥିଲା । ଶେଷରେ ଆନନ୍ଦ ବଜାରରେ ଶହଶ୍ରାଧିକ ଭକ୍ତ ଅନ୍ନପ୍ରସାଦ ଭୋଗରେ ଆପ୍ୟାୟିତ ହୋଇ ଖୁସିବ୍ୟକ୍ତ କରିଥିଲେ ।।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *