February 9, 2026
Home » ଶ୍ରୀରାମ ନବମୀ କୋରାପୁଟରେ ଧୁମଧାମରେ ପାଳିତ

ଶ୍ରୀରାମ ନବମୀ କୋରାପୁଟରେ ଧୁମଧାମରେ ପାଳିତ

0
WhatsApp Image 2025-04-07 at 5.44.27 PM

କୋରାପୁଟ ସହରରେ ରବିବାର ଦିନ ଶ୍ରୀରାମ ନବମୀ ଧୁମଧାମରେ ପାଳିତ ହୋଇଯାଇଛି । ଦୀର୍ଘ ବର୍ଷରୁ ଚାଲିଆସୁଥିବା ପରମ୍ପରାକୁ ବଜାୟ ରଖି ନୀତି ନିୟମ ସହକାରେ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଳିତ ହୋଇ ଆସୁଥିବା ବେଳେ କୋରାପୁଟ ମୁଖ୍ୟ ବଜାରରୁ ଜୟ ଶ୍ରୀରାମ ନାରାରେ ଏକ ବିରାଟ ସଭାର ବାହାରିଥିଲା । ସକାଳେ ବହୁ ଖରା ହେବା ସତ୍ବେ କୋରାପୁଟ ପ୍ରେସକ୍ଲବ ପାର୍ଶ୍ଵରେ ଥିବା ଶ୍ରୀରାମ ମନ୍ଦିର, ପୂଜାରିପୁଟ, ଡୁମୁରିପୁଟରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମ, ଲକ୍ଷ୍ମଣ ଓ ମାଆ ସୀତା ଦେବୀଙ୍କ ଦର୍ଶନ ପାଇଁ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଅତି ଶାନ୍ତିଶୃଙ୍ଖଳା ମଧ୍ୟରେ ରବିବାର ଦିନ ଠାରୁ ଆରମ୍ଭ ହୋଇଥିବା ନଅ ଦିନ ଉତ୍ସବରେ ପ୍ରଭୁ ଶ୍ରୀରାମଙ୍କୁ ମୁଖ୍ୟ ପୂଜକ ସଦାଶିବ ଶତପଥୀ ଓ ସନ୍ତୋଷ ଶତପଥୀଙ୍କ ଦ୍ଵାରା ପୂଜାର୍ଚ୍ଚନା କରିବା ସହ ପ୍ରଥମ ଦିନରେ ପାଞ୍ଚ ହଜାର ଭକ୍ତ ସମାଗମ ହୋଇ ଭଗବାନଙ୍କ ଉତ୍ସବକୁ ଅତି ଶ୍ରଦ୍ଧା ସହକାରେ ପାଳନ କରିଥିଲେ । ନଅ ଦିନ ବ୍ୟାପି ନିତି ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନ ସମାରୋହ ଆୟୋଜନ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷର ସୂଚିତ କରାଯାଇଛି । ଉକ୍ତ ଉତ୍ସବ କମିଟି କର୍ମକର୍ତ୍ତା ସଦସ୍ୟ ବୃନ୍ଦ ଅତି ଶୃଙ୍ଖଳା ସହ ପରିଚାଳନା କରୁଛନ୍ତି।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *