November 28, 2025
Home » ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୭ ତମ ଜନ୍ମ ଜୟନ୍ତୀ ମହୋତ୍ସବ ପାଳିତ

ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୭ ତମ ଜନ୍ମ ଜୟନ୍ତୀ ମହୋତ୍ସବ ପାଳିତ

0
WhatsApp Image 2025-02-23 at 9.59.34 PM

ରାମନାଗୁଡା:-ରାୟଗଡା ଜିଲ୍ଲା ରାମନାଗୁଡ଼ା ସଦରରେ ଶ୍ରୀ ଶ୍ରୀ ଠାକୁର ଙ୍କ ୧୩୭ ତମ ଜନ୍ମ ମହାମୋହ ଉତ୍ସବ ପାଳିତ ହୋଇଥିଲା। ପରମ ପ୍ରେମମୟ ଯୁଗ ପୁରୁଷତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଜନ୍ମ ମହୋତ୍ସବ ମହାଆଡମ୍ବରରେ ରାମନାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ପଡିଆ ରେ ଆୟୋଜିତ ହୋଇଥିଲା ଏହି ପରିପ୍ରେକ୍ଷୀରେ ପ୍ରାତଃ ରୁ ଉଷା କୀର୍ତନ, ବେଦମଙ୍ଗଳିକ କାର୍ଯ୍ୟକ୍ରମ ମହାନଗର ସଂକୀର୍ତନ ପରେ ପରେ ଦିବା ୧୧:୩୦ ମିନଟ ସମୟ ରେ ସତସଙ୍ଗ ଓ ସଦଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସତସଙ୍ଗ ରେ ସୁଦୂର କେନ୍ଦ୍ରାପଡା ରୁ ଆଗତ ସପ୍ର ର ସୁରେଶ ଲେଙ୍କା ଅଧ୍ୟକ୍ଷତା କରିଥିଲେ।ଗୁମୁଡା ରୁ ଆଗତ ଠାକୁର ଙ୍କ ଯାଯକ କର୍ମୀ ଜଗବନ୍ଧୁ ପୁହାଣ ଗ୍ରନ୍ଥ ପାଠ କରିଥିଲେ। ସଂକ୍ଷିପ୍ତ ପରମ୍ଭିକ ସୂଚନା ରେ ରାୟଗଡା ରୁ ଆଗତ ରାୟଗଡା ସତସଙ୍ଗ ବିହାର ର ପରିଚାଳକ ଠାକୁର ଙ୍କ ସପ୍ର ର ଦେବରାଜ ମିଲ୍ଲିକ ପାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ତତ ପରେ ରାଇରଙ୍ଗ ପୁରରୁ ଆଗତ ପଣ୍ଡିତ ନବୀନ ଚନ୍ଦ୍ର ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବରେ ଠାକୁର ଙ୍କ ଭାବଦର୍ଶ ଉପରେ ଆଲୋଚନା ରଖି ଶ୍ରୋତା ମାନଙ୍କୁ ଭାବୟିତ କରିଥିଲେ।ପରିଶେଷରେ ରେ ଜେକେପୁର ରୁ ଆଗତ ସ ପ୍ର ର ରାଜକିଶୋର ମିଶ୍ର ଧ୍ଵନି ଦେଇ ସଦସଙ୍ଗ ସମାପନ କରି ଥିଲେ । ଉକ୍ତ ସତସଙ୍ଗ ରେ ପ୍ରାୟ ରାୟଗଡା ର କୋଣ ଅନୁକୋଣ ରୁ ଆଗତ ବହୁ ସଂଖ୍ୟା ରେ ଗୁରୁ ଭାଇ ଓ ମା ମାନେ ଯୋଗ ଦେଇ ଥିଲେ. ବିଶେଷ କରି ଆମ୍ବଦଲା ରୁ ଆଗତ ସ ପ୍ର ର ନରସିଂହ ବସନ୍ତିଆ,ଗୁଣୁପୁର ରୁ ଆଗତ ସ ପ୍ର ର ନରସିଙ୍ଗ ଗୁରୁ ପଟନାୟକ,ରାୟଗଡା ରୁ ଆଗତ ଯାଜକ କର୍ମୀ ବିକ୍ରମ ନାୟକ, ଗୁଣୁପୁର ରୁ ଆଗତ ଯଯାକ କର୍ମୀ ନ ନ୍ଦିକିଶୋର ମାଝୀ,ଚାଟିକଣା ରୁ ଆଗତ ସ ପ୍ର ର କୁଳମଣି ଦାସ, ଚାଟିକଣା ରୁ ଆଗତ ଯାଜକ କର୍ମୀ ଗୋବିନ୍ଦ ଗୌଡ଼,ପ୍ରମୁଖ ଯୋଗଦେଥିଲେ। ଏହି ପବିତ୍ର ଶ୍ରୀ ଶ୍ରୀ ଠାକୁର ଜନ୍ମ ମହାମୋଉତ୍ସବ କାର୍ଯ୍ୟକ୍ରମ ଉତ୍ସବ କମିଟି ର ସଭାପତି ଶ୍ରୀ ରଘୁନାଥ ସାମଲଙ୍କ ତତ୍ତ୍ୱାବଧାନରେ ପଳିତ ହୋଇଥିବା ବେଳେ ରାମନାଗୁଡ଼ା ର ଚନ୍ଦ୍ର ଭୂଷଣ ପାତ୍ର. ପବିତ୍ର ପାତ୍ର. ମାଧବ ଲବଲା. ଗୌରୀ ସାହୁ. ଉଦୟଚଦ୍ର ପାତ୍ର. କୃଷ୍ଣ ଚନ୍ଦ୍ର ସାହୁ. ବାସନ୍ତୀ ସାହୁ. ତଥା ଅଂଚଳ ର ସମସ୍ତ ଗୁରୁ ଭାଇ ଓ ମା ମାନେ ପୂର୍ଣ୍ଣ ସହଯୋଗ ରେ ଏହି ପବିତ୍ର କାର୍ଯ୍ୟ ସମାପନ ହୋଇଥିଲା।

ରାମନାଗୁଡା ରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *