July 27, 2025
Home » ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ l

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ l

0
WhatsApp Image 2025-01-26 at 10.37.20 AM

ସୁବର୍ଣ୍ଣପୁର –ବୌଦ୍ଧ ସଦର ବ୍ଲକ ମୃଶୁଣ୍ଢୀ ପଂଚାୟତ ଗମ୍ଭାରିପଦର ଦଦରପଡିଆ ସ୍ଥିତ ଟୁଟୁସିଙ୍ଗା (ଗମ୍ଭାରିପଦର)ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ମୁଖ୍ୟଅତିଥି ଭାବେ ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଅଭିଭାଷଣ ରଖିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପ୍ସା ପଟ୍ଟନାୟକ ଯୋଗ ଦେଇ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ l ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଭାପତି କୃତ୍ତିବାସ ପଲିଆ ସାଧାରଣତନ୍ତ୍ର ଦିବସରେ ସମସ୍ତେ ତ୍ରିରଙ୍ଗା ତଳେ ଓ ଶ୍ରୀମା ଓ ଶ୍ରୀ ଅରବିନ୍ଦଙ୍କ ପାଖରେ ଶପଥ ନେଇ ନିଜ ନିଜ କର୍ତ୍ତବ୍ୟ ପ୍ରତିପାଦନ କରି ଦେଶ ମାତୃକା ପାଇଁ ସମର୍ପିତ ହେବା ସହ ବିଦ୍ୟାଳୟ ଏକ ଆଶ୍ରମ ଏହାର ସାମୁହିତ ଉନ୍ନତି ହେଲେ ସମସ୍ତଙ୍କର ଉନ୍ନତି ହୋଇପାରିବ ବୋଲି କହିଥିଲେ l ବିଦ୍ୟାଳୟର ଭିତ୍ତିଭୂମି ନିମନ୍ତେ ପଂଚାୟତ, ବ୍ଲକ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ସହିତ ସମ୍ପର୍କ ରଖି କାର୍ଯ୍ୟକରିବା ପାଇଁ ଚେଷ୍ଟିତ ଅଛୁ ବୋଲି କହିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷା ସବିତା ହୋତା, ଶିକ୍ଷୟିତ୍ରୀ ସ୍ୱଣ୍ଣଳତା ମିଶ୍ର,ମନସ୍ୱନି ବାରିକ, ନୀଳିମା ମେହେର,ଶିକ୍ଷକ ଗିରିଜା ଶଙ୍କର ଭୋକ୍ତା, ସଂଜୀବ କୁମାର ଯୋଶୀ ପ୍ରମୁଖ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ସମ୍ପାଦକ ରାଜେଶ କୁମାର ଦାଶଙ୍କ ତତ୍ୱାବଧlନରେ ସମସ୍ତ ଆୟୋଜନ ହୋଇଥିଲା l ବରିଷ୍ଠ ଶିକ୍ଷକ ଲାଲା ଧର୍ମ ଶରଣ କର୍ମୀ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *