ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ “ନେପାଳ” ରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଓଡ଼ିଶାରେ ରହିଛି ନେପାଳ l ଶୁଣିକି ଆଶ୍ଚର୍ଯ୍ୟ ହେଉଛନ୍ତି କି l ଏହା ସତ୍ୟ ଓଡ଼ିଶାରେ ଏପରି ଏକ ଗ୍ରାମ ରହିଛି ତାହାର ନାମ ହେଉଛି ନେପାଳ l ଗାଁ ର ନାଁ କିଏ ଦେଲା କେଜାଣି କିନ୍ତୁ ଏହି ଆଦିବାସୀ ଅଧ୍ୟୁଷିତ ଗ୍ରାମଟି ଜନଵସତି ଠାରୁ ବେଶ ଦୂରରେ, ଗ୍ରାମବାସୀଙ୍କ ଚଳଣି ପାଇଁ ବେଶ ଚର୍ଚିତ l ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ବାଣ୍ଠପୁର ପଂଚାୟତର ଏହି ଗାଁ ଟି ଘଞ୍ଚଜଙ୍ଗଲ ମଧ୍ୟରେ ଅବସ୍ଥିତ l ସ୍ୱାଧୀନତାର 75 ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏହି ଗ୍ରାମଟି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ l ଏହି ଗ୍ରାମରେ ଗ୍ରାମବାସୀଙ୍କ ସଂଖ୍ୟା ପ୍ରାୟ ତିନି ଶହ ହେବ,ପରିବାର ସଂଖ୍ୟା ପାଖାପାଖି 40 ହେବ l ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟଜଳ, ସଡ଼କ ଯୋଗାଯୋଗ, ବିଦ୍ୟୁତସେବା ଭଳି ମୌଳିକ ସୁବିଧା ଏବେ ବି ଉକ୍ତ ଗ୍ରାମରେ ଅପହଞ୍ଚ l ଗ୍ରାମ ସମ୍ପର୍କରେ ଖବର ପାଇ ରାଜ୍ୟର ଅଗ୍ରଣୀ ସାମାଜିକ ସେବା ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ଉକ୍ତ ଗ୍ରାମରେ ପହଁଚିଥିଲେ l ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ l ସେଠାରେ ସ୍ଥାନୀୟ ଗ୍ରାମବାସୀଙ୍କ ସମସ୍ୟାକୁ ଉପଲବ୍ଧି କରି ଶୀତର ପ୍ରକୋପ କୁ ଦୃଷ୍ଟିରେ ପୋଷାକ ବାଣ୍ଟିଥିଲା ଟ୍ରଷ୍ଟ l ଟ୍ରଷ୍ଟ ସଭାପତିଶ୍ରୀଯୁକ୍ତ ଦମନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଟ୍ରଷ୍ଟର ଅନ୍ୟ ସଦସ୍ୟ ଦିଲ୍ଲିପ କୁମାର ନାଥ, ସଂଗ୍ରାମ କୁମାର ଦାସ , କାଳନ୍ଦୀ ମଲ୍ଲିକ, ରମେଶ ଦେହୁରୀ , ମନୋଜ କୁମାର ରାଉତ , ତପନ କୁମାର ନାଥ,ନିହାର ରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଗ୍ରାମବାସୀ ବିଶେଷ କରି ମହିଳା, ବୁଢ଼ାବୁଢ଼ୀ ଏବଂ ଛୋଟ ପିଲାମାନେ ନୂଆ ପୋଷାକ ପାଇ ବେଶ ଖୁସି ହୋଇଯାଇଥିଲେ l ଶ୍ରୀ ଜଗନ୍ନାଥ ଚାରିଟେବୁଲ ସଙ୍ଗଠନ ର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି l