July 5, 2025
Home » ଶ୍ରୀ ଜଗନ୍ନାଥ ମହୋତ୍ସବ ରେ ସ୍ଵଚ୍ଛତା ଓ ପଲିଥିନ ମୁକ୍ତ ସଚେତନତା ଅଭିଯାନ

ଶ୍ରୀ ଜଗନ୍ନାଥ ମହୋତ୍ସବ ରେ ସ୍ଵଚ୍ଛତା ଓ ପଲିଥିନ ମୁକ୍ତ ସଚେତନତା ଅଭିଯାନ

0
WhatsApp Image 2025-03-23 at 5.29.11 PM

ସୁବର୍ଣ୍ଣପୁର — ରାମେଶ୍ବର ଷ୍ଟାଡିୟମ ଠାରେ ଶ୍ରୀ ଜଗନ୍ନାଥ ମହୋତ୍ସବ ପାଳନ ଅବସରରେ ସ୍ଵଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ ଆରମ୍ଭ ହୋଇଛି l ଆସନ୍ତା ୨୫ ତାରିଖ ଯାଏ ପ୍ରତ୍ୟହ ସକାଳ ୬ ଟା ରୁ ୭ ଟା ପର୍ଯ୍ୟନ୍ତ ଏ ଅଭିଯାନ ଜାରି ରହିବ ବୋଲି ସୁଚନା ମିଳିଛି l ଶ୍ରୀ ଜଗନ୍ନାଥ ମହୋତ୍ସବ ଶ୍ରୀ ରାମେଶ୍ବର ଷ୍ଟାଡିୟମ୍ କୁ ସଫା ସୁତୁରା ରଖିବା ପାଇଁ ପୌର ପ୍ରଶାସନ, ସ୍ୱଚ୍ଛ ଭାରତ ସଂଗଠନ ସୋନପୁର – ମନମୁଣ୍ଡl ଓ ସୋନପୁର କଲେଜ୍ ଏନ୍ ସି ସି କୁ ମହୋତ୍ସବ କମିଟି ଦାୟିତ୍ବ ଅର୍ପଣ କରିଥିବା ଜଣା ଯାଇଛି l

ପ୍ରତିଦିନ ସଫେଇ କାର୍ଯ୍ୟକ୍ରମ କୁ ତଦାରଖ କରିବା ସହିତ ଏହି ପବିତ୍ର ପୀଠ ରେ ନିଜ ନିଜ ର ବହୁ ମୂଲ୍ୟ ସମୟ ଓ ସେବା ପ୍ରଦାନ କରି ସୌଭାଗ୍ୟ ଲାଭ କରିବାର ସୁଯୋଗ ପାଇ ଆତ୍ମ ସନ୍ତୋଷ ଲାଭ କରିଛନ୍ତି ସମସ୍ତ ସ୍ବେଛାସେବୀ l ସଂଗଠନ ର ଉପଦେଷ୍ଟା ଗରିବ ଲୋଇ, କଲେଜ୍ ଏନ୍ ସି ସି ଲ୍ୟାଫ୍ଟେନେଣ୍ଟ ଆଶିଷ ଅଗ୍ରୱାଲା , ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ୠଷି ମାଝୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ଓ ସ୍ବେଛାସେବୀ ଇନ୍ଦୁମତି ପୁରୋହିତ, ପ୍ରମୋଦ କୁମାର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସମସ୍ତ ସ୍ବେଛାସେବୀ ,କଲେଜ ଏନ୍ ସି ସି କ୍ୟାଡେଟ ଓ ପୌର କର୍ମଚାରୀ ଯୋଗ ଦେଇଥିଲେ l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *