August 27, 2025
Home » ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ର ଛାତ୍ର ଙ୍କୁ ମାଡ଼ ମରା ଯାଉଥିବା ଅଭିଯୋଗ

ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ର ଛାତ୍ର ଙ୍କୁ ମାଡ଼ ମରା ଯାଉଥିବା ଅଭିଯୋଗ

0
WhatsApp Image 2025-08-03 at 11.40.12 AM

ସୁବର୍ଣ୍ଣପୁର ଜିଲ୍ଲା ତରଭା ସ୍ଥିତ ପିଏମ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ରୁ ନବମ ଶ୍ରେଣୀ ର ମାଇଗ୍ରେସନ ଯାଇ ଥିବା ଛାତ୍ର ମାନଙ୍କୁ ଫେରାଇ ଆଣିବା ପାଇଁ ଏକ ଗୁରୁତର ଅଭିଯୋଗ ହୋଇ ଥିବା ଜଣାଯାଇଛି I ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ଜେ ଏନ ଭି ତରଭା ରୁ ନବମ ଶ୍ରେଣୀ ର 21ଜଣ ଛାତ୍ର, ଛାତ୍ରୀ ଙ୍କୁ ଅଣ ଓଡ଼ିଆ ବାହାର ରାଜ୍ୟକୁ ମାଇଗ୍ରେସନ ଭାବରେ ଶିକ୍ଷା ଦାନ କରିବା ପାଇଁ ପଠାଯାଇଛି I ସେମାନଙ୍କ ମଧ୍ୟରୁ 11 ଜଣ ଛାତ୍ର ଓ 10ଜଣ ଛାତ୍ରୀ ମୋଟ 21ଜଣ ଛାତ୍ର ଛାତ୍ରୀ ଝାରଖଣ୍ଡ ସ୍ଥିତ ରିଖିଆଦେଓଘର ନବୋଦୟ ବିଦ୍ୟାଳୟ କୁ ମାଇଗ୍ରେସନରେ ଗତ ଜୁ୍ଲାଇ ତିନି ତାରିଖ ରେ ଯାଇଥିଲେ I ସେହି ଛାତ୍ର, ଛାତ୍ରୀ ପହଞ୍ଚିବା ପରେ ସେଠାରେ ପଢୁଥିବା ସିନିୟର ଛାତ୍ର ମାନେ 11ଜଣ ଛାତ୍ର ଙ୍କୁ ପ୍ରଥମ ଦିନ ରେ ଧମକ ଚମକ ଦେଇଥିଲେ I ପରବର୍ତ୍ତୀ ଦିନ ଗତ 9 ତାରିଖ କୁ ହାଉସ ରୁ ଡାକି 7 ଜଣ ଛାତ୍ର ଙ୍କୁ ମାଡ ମାରି ଥିବାଏବଂ ନିଜ ନବୋଦୟ ବିଦ୍ୟାଳୟ କୁ ଫେରାଇ ଆଣିବା ପାଇଁ ଅନୁରୋଧ ର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରା଼ଲହେବା ରୁ ଅଭିଭାବକମାନେ ଜାଣିବାକୁ ପାଇଥିଲେ I ଏହା ପରେ ସମ୍ପୃକ୍ତ ଛାତ୍ର ମାନଙ୍କ ଅଭିଭାବକ ମାନେ ତରଭା ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷଙ୍କୁ ଭେଟି ଛାତ୍ର ଛାତ୍ରୀ ମାନଙ୍କୁ ନିଜ ତରଭା ନବୋଦୟ ବିଦ୍ୟାଳୟ କୁ ଫେରାଇ ଆଣିବା ପାଇଁ ଲିଖିତ ଅଭିଯୋଗ କରିଥିଲେ I ଏହା ସଙ୍ଗେ ସଙ୍ଗେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ଓ ବିଭାଗୀୟ କମିଶନର ଙ୍କୁ ଏହାର ବିହିତ ପଦକ୍ଷେପ ନେବା ପାଇଁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି I ଅଭିଯୋଗ ପାଇବା ପରେ ତରଭା ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷ ନିଶିକାନ୍ତ ସାମକୁଅଁର ସମ୍ପୃକ୍ତ ଝାରଖଣ୍ଡ ଦେଓ ଘର ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କ ସହ ଫୋନ ଯୋଗେ ବାର୍ତ୍ତାଳାପ କରିଥିଲେ I ଅଧ୍ୟକ୍ଷ ଙ୍କ ପରାମର୍ଶ ନେଇ କେତେଜଣ ଅଭିଭାବକ ସମ୍ପୃକ୍ତ ବିଦ୍ୟାଳୟ କୁ ଯାଇ ଛାତ୍ର ମାନଙ୍କ ଅବସ୍ଥା ଅନୁଧ୍ୟାନ କରିବାସହ ସେମାନେ ମାନସିକସ୍ତର ରେ ବ୍ୟତୀ ବ୍ୟସ୍ତ ଥିବା ଅଭିଭାବକ ମାନେ ଅଧ୍ୟକ୍ଷ ଙ୍କୁ ଜଣାଇବା ସହ ଛାତ୍ର ଛାତ୍ରୀ ଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ l ଏହା ପରେ ତରଭା ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷ ଛାତ୍ର ଛାତ୍ରୀ ଙ୍କୁ ଫେରାଇ ଆଣିବା ପାଇଁ ଭୋପାଳ ଜୋନାଲ ଅଫିସ ସହିତ ଯୋଗାଯୋଗକରି ଥିବାର ଜଣାଯାଇଛି I ଏହି ଘଟଣା ନେଇ ତରଭା ଜେ ଏନ ଭି ଅଧ୍ୟକ୍ଷ ଙ୍କ ସହ ଯୋଗାଯୋଗ କରାଯିବାରୁ ଆସନ୍ତା ଚାରି ଦିନ ମଧ୍ୟ୍ୟ ରେ ସମସ୍ତ ଛାତ୍ର ଛାତ୍ରୀ ନିଜ ବିଦ୍ୟାଳୟ କୁ ଫେରାଇ ଅଣା ଯାଉ ଥିବା ପ୍ରକାଶ କରିଛନ୍ତି I ତରଭା ନବୋଦୟ ରେ ଦେଓ ଘର ନବୋଦୟ ବିଦ୍ୟାଳୟ ରୁ 7 ଛାତ୍ରୀ ଏବଂ 16 ଜଣଛାତ୍ର ରହି ଅଧ୍ୟୟନ କରୁଛନ୍ତି I ସେମାନ ଙ୍କୁ ମଧ୍ୟ୍ୟ ତାଙ୍କ ନିଜ ବିଦ୍ୟାଳୟ କୁ ଫେରାଇ ଦିଆ ଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *