February 24, 2026
Home » ଶ୍ରୀ ଜୀଉଙ୍କର ବନକ ଲାଗି ନୀତି ସମ୍ପନ୍ନ

ଶ୍ରୀ ଜୀଉଙ୍କର ବନକ ଲାଗି ନୀତି ସମ୍ପନ୍ନ

0
Lord-Jagannath

ପୁରୀ : ମାର୍ଗଶୀର କୃଷ୍ଣ ନବମୀ ତିଥିରେ ଶ୍ରୀ ମନ୍ଦିର ରେ ଶ୍ରୀ ଜୀଉ ଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ଦତ୍ତ ମହାପାତ୍ର ସେବକ ମାନେ ମନ୍ଦିର ରେ ପ୍ରବେଶ କରି ରତ୍ନ ବେଦୀ ରେ ମହାପ୍ରଭୁ ଙ୍କର ଏହି ବନକ ଲାଗି ନୀତି କରିଥିଲେ। ହିଙ୍ଗୁଳ, କରତାଳି, ଶଙ୍ଖ, କସ୍ତୁରୀ,କଳା, ଆଦି ପ୍ରାକୃତିକ ରଙ୍ଗ ରେ ମହାପ୍ରଭୁ ଙ୍କ ଶ୍ରୀମୁଖ ସୁଙ୍ଗାର କରିଥିଲେ ।ଏହା ଏକ ଗୁପ୍ତ ନୀତି ହୋଇଥିବା ଯୋଗୁଁ ସନ୍ଧ୍ୟା ୬ ଟା ଠାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଏହି ନୀତି ସମ୍ପନ୍ନ ହେବା ପରେ ମହାସ୍ନାନ କରାଯାଇଥିଲା। ରାତି ୧୦ ଟା ପରେ ମହାପ୍ରଭୁ ଙ୍କର ଅନ୍ୟାନ୍ୟ ନୀତି ହେବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *