July 27, 2025
Home » ଶ୍ରୀ ନହରରେ ପୁଷ୍ୟାଭିଷେକ,,ସିଂହାସନ ଆରୋହଣ କଲେ ଗଜପତି।

ଶ୍ରୀ ନହରରେ ପୁଷ୍ୟାଭିଷେକ,,ସିଂହାସନ ଆରୋହଣ କଲେ ଗଜପତି।

0
vlcsnap-2025-01-17-15h23m45s224

ଶ୍ରୀନହର ପରିସରରେ ଆଜି ଗଜପତି ମହାରାଜ ଶ୍ର ଦିବ୍ୟସିଂହ ଦେବଙ୍କ ରାଜଅଭିସେକ ନୀତି ସମ୍ପନ୍ନ ହୋଇଛି । ପରମ୍ପରା ଅନୁସାରେ ପୁଷ୍ୟା ନକ୍ଷେତ୍ର ତିଥିରେ ଗଜପତି ମହାରାଜ ସିଂହାସନ ଆରୋହଣ କରିବା ସହ ଅଭିଷେକ ନୀତି ଅନୁଷ୍ଠିତ ହୋଇଥାଏ । ଗଜପତିଙ୍କ ପୁଷ୍ୟାଭିଷେକ ନୀତି ନିମନ୍ତେ ଶ୍ରୀନିହରରେ ବିଶେଷ ନୀତି ଅନୁଷ୍ଠିତ ହୋଇଥିଲା। ଅଭିଷକ ନୀତି ପୂର୍ବରୁ ଶ୍ରୀନହରରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ ପୂଜା ଏବଂ ରାମାଭିଷେକ ପଟିପୂଜା ଅନୁଷ୍ଠିତ ହୋଇଥିଲା । ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ, ସୁଧାଂଶୁ ରାଜଗୁରୁ ଏହି କାର୍ଯ୍ୟ ସମ୍ପାଦନ କରିଥିଲେ । ପରେ ଗଜପତି ଏବଂ ମହାରାଣୀଙ୍କୁ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯାଇଥିଲା । ପରେ ବନ୍ଦାପନା କରାଯାଇ ଗଜପତିଙ୍କୁ ପଇତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯିବାର ବିଧି ସମ୍ପନ୍ନ କରାଯାଇଥିଲା । ସେହିପରି ଗଜପତି ତାଙ୍କର ପାରମ୍ପାରିକ ବେଶରେ ଗାଦିକୁ ବିଜେ କରିବା ପରେ ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତମାନେ ତାଙ୍କୁ ନଡ଼ିଆ ଏବଂ ପଇତା ପ୍ରଦାନ କରିବା ସହିତ ଗଜପତିଙ୍କୁ ଆଶୀର୍ବାଦ କରିଥିଲେ।

Leave a Reply

Your email address will not be published. Required fields are marked *