ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀ ମନ୍ଦିର ଚାରିପାଖେ ଥିବା ୧୯ ଟି ମଠ କୁ ଉଚ୍ଛେଦ
ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀ ମନ୍ଦିର ଚାରିପାଖେ ଥିବା ୧୯ ଟି ମଠ କୁ ଉଚ୍ଛେଦ କରାଗଲା। ହେଲେ ଦୁର୍ଭାଗ୍ୟ ର କଥା ଉଚ୍ଛେଦ ହୋଇଥିବା ମଠ ଗୁଡ଼ିକ କୁ ସରକାର ଙ୍କ ପ୍ରତିଶ୍ରୁତି ମୁତାବକ ପୁନନିର୍ମାଣ ଓ ଥଇଥାନ କରାଗଲା ନାହିଁ। ମଠ ଗୁଡ଼ିକୁ ଅତି ଦୟନୀୟ ସ୍ଥିତି ରେ ରହିଛି। ଜଗନ୍ନାଥ୍ ସଂସ୍କୃତି ର ପ୍ରଚାର ପ୍ରସାର ପ୍ରାଣକେନ୍ଦ୍ର ଥିବା ମଠ ଗୁଡ଼ିକ ଏବେ ନିଜର ଅସ୍ତିତ୍ବ ପାଇଁ ସଙ୍ଘର୍ଷ କରୁଛନ୍ତି। ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ପାଇଁ କେବଳ ମଠ ଗୁଡ଼ିକ ର ବିଜେସ୍ଥଳୀ କୁ ଛାଡି ଅନ୍ୟ ଗୃହ ସବୁ ଉଚ୍ଛେଦ କରାଗଲା। ଭକ୍ତ ଙ୍କ ସୁବିଧା ପାଇଁ ମଠ ମହନ୍ତ ମାନେ ଐତିହ ବହନ କରୁଥିବା ମଠ ର ପୁରାତନ ଗୃହ କୁ ଉଚ୍ଛେଦ ପାଇଁ ସହମତି ପ୍ରକାଶ କରି ସରକାର ଙ୍କୁ ସମର୍ଥନ ଜଣାଇଥିଲେ। ସରକାର ପ୍ରତିଶ୍ରୁତି ଦେଇଥିଲେ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଶେଷ ପରେ ଶ୍ରୀ ଜଗନ୍ନାଥ ର ୧୦୦ ମିଟର ଦୂରତା ବ୍ୟବଧାନ ରେ ଉଚ୍ଛେଦ ହୋଇଥିବା ମଠ ଗୁଡ଼ିକୁ ଜମି ଦେବା ସହ ମଠ ର ପୁନନିର୍ମାଣ କରିବେ। ମଠ ରେ ଜଗନ୍ନାଥ୍ ସଂସ୍କୃତି ପାଇଁ ଯାହା ଭିତ୍ତିଭୂମୀ ଆବଶ୍ୟକ ସବୁ ଯୋଗାଇ ଦେବେ। ହେଲେ ନିର୍ବାଚନ ସରି ନୁଆ ସରକାର ଆସିଥିବା ବେଳେ ଇତି ମଧ୍ୟରେ ନୁଆ ସରକାର ଆସିବାର ଦେଢ଼ ବର୍ଷ ଅତିକ୍ରାନ୍ତ କଲାଣି। ହେଲେ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ମଠ ଗୁଡ଼ିକ ର ଥଇଥାନ ଓ ପୁନନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ। ମଠ ମହନ୍ତ ମାନେ ଏକାଧିକ ବାର ଆଇନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ନିଜ ର ମଠ ପୁନନିର୍ମାଣ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କାମ ଖୁବ୍ ଶୀଘ୍ର ଆରଂଭ ହେବ ବୋଲି ସରକାର ଚୁପ୍ ବସିଯାଇଛନ୍ତି। ଯାହାକୁ ନେଇ ମଠ ମହନ୍ତ ଓ ଜଗନ୍ନାଥ ପ୍ରେମୀ ଙ୍କ ମଧ୍ୟରେ ତୀବ୍ରଅସନ୍ତୋଷ ସୃଷ୍ଟି ହୋଇଛି। ଶହ ଶହ ବର୍ଷ ହେବ ଯେଉଁ ମଠ ସନାତନ ଧର୍ମ, ଜଗନ୍ନାଥ୍ ସଂସ୍କୃତି ପ୍ରଚାର ରେ ପ୍ରମୁଖା ଭୂମିକା ନେଇଥିଲା ସେହି ଐତିହ୍ୟ ମଠ ର ପୁନରୁଦ୍ଧାର ରେ ସରକାର ଙ୍କ ଅବହେଳା କୁ ନେଇ ମଠ ମହନ୍ତ ଓ ଜଗନ୍ନାଥ୍ ପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଉତ୍ତରପାର୍ଶ୍ଵ ମଠର ମହନ୍ତ ନାରାୟଣ ରାମାନୁଜ ଦାଶ କୁହନ୍ତି, ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ପାଇଁ ତତ୍କାଳୀନ ସରକାର ମଠ ମହନ୍ତ ଙ୍କ ସହ ଆଲୋଚନା କରି ମଠ ର ସୁରକ୍ଷା ନେଇ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମୁତାବକ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ର ୧୦୦ ମିଟର ପରେ ଉଚ୍ଛେଦ ହୋଇଥିବା ମଠ ଗୁଡ଼ିକୁ ପୁନସ୍ଥାପନ କରାଯିବ। ମଠ ସଂସ୍କୃତି ର ସୁରକ୍ଷା ପାଇଁ ସବୁ ପଦକ୍ଷେପ ଗ୍ରହଣ କରାଯିବ। ତେବେ ଆଜି ପର୍ଯ୍ୟନ୍ତ ମଠ ନିର୍ମାଣ ନେଇ ସ୍ଥାନ ନିରୁପଣ କରାଯାଇନାହିଁ କି କୌଣସି ଦସ୍ତାବିଜ୍ ଦିଆଯାଇନି। ଗତ ରଥଯାତ୍ରା ପୂର୍ବରୁ ସରକାର ଆମକୁ କହିଥିଲେ ରଥଯାତ୍ରା ଶେଷ ପରେ ଏକ ମାସ ମଧ୍ୟରେ ମଠ ଗୁଡ଼ିକ ର ଯାହା ସମସ୍ୟା ରହୁଛି ତାହା ଦୁର କରାଯିବ। ହେଲେ ଆଜି ପର୍ଯ୍ୟନ୍ତ ସରକାର କିଛି ବି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଜଗନ୍ନାଥ୍ ମନ୍ଦିର ସହିତ ମଠ ଗୁଡ଼ିକ ରେ ଅନେକ ସମ୍ପର୍କ ରହିଚି।ମହାପ୍ରଭୁ ଙ୍କ ଅନେକ ନିତିକାନ୍ତି ସେବା ରହିଚି । ମଠ ଗୁଡ଼ିକ ହିଁ ଜଗନ୍ନାଥ୍ ପ୍ରେମୀ ର ପ୍ରଚାର ପ୍ରସାର ଶହ ଶହ ବର୍ଷ ହେବ କରିଆସୁଛନ୍ତି। ସନାତନ ଧର୍ମ ଓ ଜଗନ୍ନାଥ୍ ସଂସ୍କୃତି ର ସୁରକ୍ଷା କରିଆସୁଛନ୍ତି। ଯେହେତୁ ଶ୍ରୀ ମନ୍ଦିର ପ୍ରଶାସନ ଅଧୀନ କୁ ମଠ ର ସବୁ ଭୁ ସମ୍ପତି ମାଲିକାନା ପଳାଇଯାଇଛି ମଠ ଗୁଡ଼ିକ ର ସ୍ଥାୟୀ ଆୟ ଆଉ ନାହିଁ। ଆର୍ଥିକ ଦୂରାବସ୍ଥା ଯୋଗୁଁ ମଠ ପରିଚାଳନା, ବିଦ୍ୟାର୍ଥୀ ଙ୍କୁ ଶିକ୍ଷା ଦାନ, ମହାପ୍ରଭୁ ଙ୍କ ବିଭିନ୍ନ ନୀତି ପାଇଁ ସେବା ଯୋଗାଇବା ରେ ବହୁ ସମସ୍ୟା ଲାଗି ରହିଛି। କେବଳ କିଛି ଭକ୍ତ ଙ୍କ ଦାନ ରେ ମଠ ଏବେ ବହୁ କଷ୍ଟ ରେ ପରିଚାଳିତ ହେଉଛି। ଏଣୁ ସରକାର ଯଥା ଶୀଘ୍ର ମଠ ଗୁଡ଼ିକୁ ପୁନ ନିର୍ମାଣ କରିବା ସହ ଭୁ ସମ୍ପତ୍ତି ପ୍ରଦାନ କରନ୍ତୁ। ନ ହେଲେ ଆଗାମୀ ଦିନରେ ବହୁ ବିଭ୍ରାଟ ସୃଷ୍ଟି ହେବ। ସନାତନ ଧର୍ମ ଓ ଜଗନ୍ନାଥ୍ ସଂସ୍କୃତି ର ସୁରକ୍ଷା କୁ ନେଇ ବିପଦ ସୃଷ୍ଟି କରିବ।

ଜଗନ୍ନାଥ ପ୍ରେମୀ ଚକ୍ରଧର ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ଶ୍ରୀକ୍ଷେତ୍ର କୁ ଆସୁଥିବା ଭକ୍ତ ମାନେ ପୂର୍ବରୁ ବିଭିନ୍ନ ମଠ ରେ ରହି ମହାପ୍ରଭୁ ଙ୍କୁ ଦର୍ଶନ କରି ଆନନ୍ଦ ପ୍ରତ୍ୟାବର୍ତ୍ତନ କରୁଥିଲେ। ହେଲେ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଯୋଗୁଁ ଶ୍ରୀ ମନ୍ଦିର ଚାରି ପାଖରେ ଥିବା ମଠ ଗୁଡ଼ିକୁ ସରକାର ଭାଙ୍ଗି ଦେଲେ। ଏହା ଦ୍ଵାରା ଗରିବ ଶ୍ରଦ୍ଧାଳୁ ମାନେ ପୁରୀ ରେ ରହିବା ପାଇଁ ବହୁତ୍ ଅସୁବିଧା ଭୋଗୁଛନ୍ତି। ପୁରୀ ରେ ହୋଟେଲ, ଲଜ ର ଯେତିକି ଦାମ ରହୁଚି ଗରିବ ଶ୍ରଦ୍ଧାଳୁ ରହିବା ସମ୍ଭବ ନୁହେଁ । ପୂର୍ବରୁ ସ୍ୱଳ୍ପ ମୂଲ୍ୟରେ ଅବା ମାଗଣା ରେ ମଠ ରେ ରହି ଗରିବ ଶ୍ରଦ୍ଧାଳୁ ମାନେ ମହାପ୍ରଭୁ ଙ୍କୁ ଦର୍ଶନ କରୁଥିଲେ। ସେଥି ପାଇଁ ମଠର ପୁନନିର୍ମାଣ ଆବଶ୍ୟକତା ରହିଛି। ଶ୍ରୀ ମନ୍ଦିର ମହାପ୍ରଭୁ ଙ୍କ ବିଭିନ୍ନ ନୀତି କାନ୍ତି ସେବା ରେ ମଠ ର ଭୂମିକା ରହିଛି। ମଠ ଗୁଡ଼ିକ ରେ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ। ବିଦ୍ୟାର୍ଥୀ ମାନେ ଜଗନ୍ନାଥ ସଂସ୍କୃତି ବିଷୟରେ ଶିକ୍ଷା ପ୍ରତି କରିଥାନ୍ତି। ଏହା ଦ୍ଵାରା ସନାତନ ଧର୍ମ ଓ ଜଗନ୍ନାଥ୍ ସଂସ୍କୃତି ର ସୁରକ୍ଷା ସହ ପ୍ରଚାର ପ୍ରସାର ହେଉଥିଲା। ଯାହାକି ଏବେ ବନ୍ଦ ରହିଛି। ମଠ ଗୁଡ଼ିକ ର ନିଜସ୍ଵ ଭୁ ସମ୍ପତ୍ତି ମଧ୍ୟ ଆଉ ମଠ ମାଲିକାନା ରେ ନାହିଁ। ଏଣୁ ଆୟ ନଥିବାରୁ ମଠ ପରିଚାଳନା, ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ବିଭିନ୍ନ ସେବା ରେ ସମସ୍ୟା ସୃଷ୍ଟି ହୋଇଛି। ଏଣୁ ରାଜ୍ୟ ସରକାର ଏହାକୁ ଗୁରୁତ୍ବ ଦେଇ ମଠ ଗୁଡ଼ିକ ର ସମସ୍ୟା ସମାଧାନ କରନ୍ତୁ। ମଠ ସୁରକ୍ଷିତ ରହିଲେ ଆମ ଧର୍ମ, ସଂସ୍କୃତି ସୁରକ୍ଷା ହୋଇ ପାରିବ। ଶ୍ରୀକ୍ଷେତ୍ର ରେ ଆଧ୍ୟାତ୍ମିକ ପରିବେଶ ରହିବ। ଭକ୍ତ ମାନେ ଭଲ ରେ ମହାପ୍ରଭୁ ଙ୍କ ଦର୍ଶନ ପାଇ ପାରିବେ।
ଶ୍ରୀ ମନ୍ଦିର ଓ ପ୍ରଭୁ ଜଗନ୍ନାଥ ଙ୍କ ନିତିକାନ୍ତି ରେ ମଠ ର ପ୍ରମୁଖ ଭୂମିକା ରହିଛି।ମହାପ୍ରଭୁ ଙ୍କ ଦୈନନ୍ଦିନ ନୀତି ଅନୁଷ୍ଠିତ ସମେତ ରଥଯାତ୍ରା ରେ ବିଭିନ୍ନ ନୀତି କାନ୍ତି ର ସିଧା ସଳଖ ସମ୍ପର୍କ ରହିଚି ମଠ ଗୁଡ଼ିକ ର। ରଥଯାତ୍ରା ରେ ମହାପ୍ରଭୁ ଙ୍କ ଟାହିଆ ସେବା, ଅଣସର ରେ ଫୁଲୁରି ତେଲ ସେବା, ବିଭିନ୍ନ ପର୍ବ ପର୍ବାଣୀ ରେ ବିଭିନ୍ନ ବେଶ ସାମଗ୍ରୀ ସେବା ସହ ଦୈନିକ ଅନେକ ନିଟିକାନ୍ତି ରେ ମଠ ଗୁଡ଼ିକ ସେବା ଯୋଗାଇ ଦେଇଥାନ୍ତି। ପୂର୍ବରୁ ରାଜା ମହାରାଜା ମାନେ ବିଭିନ୍ନ ମଠ କୁ ଶ୍ରୀ ମନ୍ଦିର ନିକଟ ରେ ଜମି ପ୍ରଦାନ କରି ମଠ ନିର୍ମାଣ ର ସାହାଯ୍ୟ ପ୍ରଦାନ କରିଥିଲେ। ମହାପ୍ରଭୁ ଙ୍କ ବାର ମାସରେ ତେର ପର୍ବ ଥିବାରୁ କିଭଳି ମହାପ୍ରଭୁ ଙ୍କ ନୀତି କାନ୍ତି ରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ସେଥିରେ ସହଯୋଗ ପ୍ରଦାନ ପାଇଁ ମଠ ଗୁଡ଼ିକୁ ସ୍ଥାପନ କରାଯାଇଥିଲା। ମଠ ପରିଚାଳନା ପାଇଁ ରାଜା ମହାରାଜା ମାନେ ଅନେକ ଜମି ମଠ କୁ ଦନ କରିଥଲେ। ଅନେକ ଭକ୍ତ ମଧ୍ୟ ମଠ କୁ ଅନେକ ଦାନ କରୁଥଲେ। ଯାହା ଫଳରେ ସ୍ଥାୟୀ ଆୟ ଥିବାରୁ ମଠ ଗୁଡ଼ିକ ମହାପ୍ରଭୁ ଙ୍କ ସେବା କରିବା ସହ ଜଗନ୍ନାଥ୍ ସଂସ୍କୃତି ର ପ୍ରଚାର ପ୍ରସାର କରୁଥଲେ। ଶ୍ରୀକ୍ଷେତ୍ର ଆସିଥିବା ଭକ୍ତ ମାନେ ଏହି ମଠ ରେ ରାତ୍ରୀ ଯାପନ କରି ମହାପ୍ରଭୁ ଙ୍କୁ ଦର୍ଶନ କରି ନିଜ ଗନ୍ତବ୍ୟ ପଥ ରେ ପ୍ରତ୍ୟାବର୍ତନ କରୁଥିଲେ। ମଠ ଗୁଡ଼ିକ ରେ ସବୁବେଳେ ମହାପ୍ରଭୁ ଙ୍କ ନାମ ସଙ୍କୀର୍ତ୍ତନ କରାଯାଇ ଜଗନ୍ନାଥ୍ ସଂସ୍କୃତି କୁ ଉଜ୍ଜୀବିତ କରିବାରେ ବଡ ଭୂମିକା ରହିଛି। ବିଦ୍ୟାର୍ଥୀ ମାନେ ମଠ ରେ ରହି ମଠ ମହନ୍ତ ଙ୍କ ଠାରୁ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ପୂଜା, ପରମ୍ପରା, ବିଧି ଶିକ୍ଷା ପ୍ରତି କରି ସନାତନ ଧର୍ମ କୁ ସବୁ ଆଡ଼େ ପ୍ରଚାର କରି ହିନ୍ଦୁ ଧର୍ମ କୁ ସୁରକ୍ଷା ଦେଇଛନ୍ତି। ଦିନ ଥିଲା ଶହ ଶହ ଏକର ଜମିର ମାଲିକ ଥିଲେ ବିଭିନ୍ନ ମଠ। ହେଲେ କାଳକ୍ରମେ ଜମି ମାଫିଆ ମାନେ ଏହି ଜମି କୁ ମାଡ଼ି ବସିଲେ। ସରକାର ଏହାକୁ ଉଦ୍ଧାର କଲେ ନାହିଁ। ସେହି ପରି ମଠ ସମ୍ପତି ନେଇ ଏକ ମାମଲା ରେ ସୁପ୍ରିମକୋର୍ଟ ମଠ ଜମି ସବୁ ଶ୍ରୀ ମନ୍ଦିର ପ୍ରଶାସନ ର ବୋଲି କୋର୍ଟ ରାୟ ଦେଇଥିବାରୁ ମଠ ନାମରେ ଥିବା ଜମି ର ମାଲିକାନା ସବୁ ଶ୍ରୀ ମନ୍ଦିର ପ୍ରଶାସନ ଅଧୀନକୁ ପଳାଇ ଯାଇଛି। ଫଳରେ ଏବେ ମଠ ଗୁଡ଼ିକୁ ନିଶ୍ଵ ହୋଇଯାଇଛନ୍ତି। ମଠ ଅଧୀନ ରେ ଆଉ କୌଣସି ଭୂ ସମ୍ପତି ନଥିବାରୁ ମଠ ଗୁଡ଼ିକ ର ସ୍ଥାୟୀ ଆୟ ବ୍ୟବସ୍ଥା ନାହିଁ। ଫଳରେ ଆର୍ଥିକ ସମସ୍ୟା ଗୁରୁତର ହୋଇପଡିଥିବା ବେଳେ ଅର୍ଥ ଅଭାବ ରୁ ମଠ ପରିଚାଳନା, ବିଦ୍ୟାର୍ଥୀ ଙ୍କୁ ଶିକ୍ଷା, ଶ୍ରୀ ଜଗନ୍ନାଥ ମନ୍ଦିର ବିଭିନ୍ନ ସେବା କରିବାରେ ଘୋର ସମସ୍ୟା ଦେଖାଦେଇଛି। ଦିନ ଥିଲା ଭକ୍ତ ମାନେ ଏହି ମଠ ଗୁଡ଼ିକ ରେ ମାଗଣା ରେ ରହଣି, ଭୋଜନ କରି ଜଗା ଦର୍ଶନ କରି ଆନନ୍ଦ ରେ ଫେରୁଥିଲେ। ମଠ ଗୁଡ଼ିକ ରେ ସୁନା, ରୂପା ସହିତ ଧନ ଧାନ୍ୟ ପରିପୂର୍ଣ ଥିଲେ। ହେଲେ ସେହି ମଠ ଗୁଡ଼ିକ ଏବେ ନିଜର ଅସ୍ତିତ୍ବ ପାଇଁ ସଙ୍ଘର୍ଷ କରୁଛନ୍ତି। ତେବେ ଏଭଳି ସ୍ଥିତି ଲାଗି ରହିଲେ ମଠ ସଂସ୍କୃତି ବିଲୁପ୍ତ ହେବାର ଆଶଙ୍କା ଥିବା ମଠ ମହନ୍ତ ଓ ଜଗନ୍ନାଥ୍ ପ୍ରେମୀ କହିଛିନ୍ତି। ମଠ ବିଲୁପ୍ତ ହେଲେ ସନାତନ ଧର୍ମ ର ସୁରକ୍ଷା ଓ ଜଗନ୍ନାଥ୍ ସଂସ୍କୃତି ର ସୁରକ୍ଷା ନେଇ ବିପଦ ସୃଷ୍ଟି କରିବ। ଏଣୁ ସରକାର ହଜାର ହଜାର ବର୍ଷର ଜଗନ୍ନାଥ୍ ସଂସ୍କୃତି ଓ ସନାତନ ଧର୍ମ କୁ ଉଜ୍ଜୀବିତ ରଖିବା ପାଇଁ ଯଥା ଶୀଘ୍ର ମଠ ଗୁଡିକ ର ପୁନରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ।
ରାଜ୍ୟସଭା ସାଂସଦ ତଥା ପୁରୀ ର ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆ ନିଜ ପ୍ରତିକ୍ରିୟାରେ କୁହନ୍ତି, ଏ ସରକାର କେବଳ ଡିଣ୍ଡିବ ପିଟିବାରେ ବ୍ୟସ୍ତ। ଦେଢ଼ ବର୍ଷ ହୋଇଗଲା ମାଠି ମୁଠାଏ ମଧ୍ୟ ପକାଇ ପାରିଲେ ନାହିଁ। ପୁରୀ କୁ ବିଶ୍ଵ ରେ ଏକ ନମ୍ୱର୍ କରିବା ପାଇଁ ନବୀନ ପଟ୍ଟନାୟକ ହିଁ ପ୍ରୟାସ କରିଥିଲେ। ଶ୍ରୀ ମନ୍ଦିର ଐତିହ୍ୟ କାରିଡର, ବ୍ଲୁ ଫ୍ଲାଗ ବିଚ୍, ବିମାନ ବନ୍ଦର ପ୍ରକଳ୍ପ, ସ୍ବର୍ଗଦ୍ବାର ଉନ୍ନତି କରଣ ସବୁ କରାଯାଇଛି। ହେଲେ ଏ ସରକାର ର ହିନ ଚିନ୍ତାଧାରା ଯୋଗୁଁ ବିମାନ ବନ୍ଦର ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନି। ଶ୍ରୀ ମନ୍ଦିର ର ନୀତି କାନ୍ତି ସହିତ ମଠ ର ସମ୍ପର୍କ ଅଛି। ମଠ ର ଉନ୍ନତି କରଣ ପାଇଁ ତତ୍କାଳୀନ ସରକାର ସବୁ ବ୍ୟବସ୍ଥା କରିଥିଲେ। ହେଲେ ଏ ନୂଆ ସରକାର କାମ ଆଳରେ କେବଳ ଜୁମଲା କରୁଛନ୍ତି। ଯାହାକି ଆଜି ପ୍ରମାଣିତ ହୋଇଛି। ଏହାକୁ ଜନସାଧାରଣ ଦେଖୁଛନ୍ତି। ଏହାର ଉଚିତ୍ ଜବାବ ଆଗାମୀ ନିର୍ବାଚନ ରେ ଜନତା ହିଁ ଦେବେ। ମଠ ରେ ହିଁ ଜଗନ୍ନାଥ୍ ସଂସ୍କୃତି କୁ ପ୍ରଚାର ପ୍ରସାର କରାଯାଇଆସୁଛି। ଅତିତ ରେ ମଠ ଗୁଡ଼ିକ ରେ ଗୁରୁକୁଳ ଥିଲେ। ଜଗନ୍ନାଥଙ୍କ ବିଭିନ୍ନ ସେବା ଯୋଗାଇ ଦେଇଥାନ୍ତି। ଏଣୁ ମଠ ସଂସ୍କୃତି ର ସୁରକ୍ଷା ନେଇ ସରକାର ପଦକ୍ଷେପ ନିଅନ୍ତୁ। ଖାଲି ଜୁମଲା କରନ୍ତୁ ନାହିଁ। ମଠ ର ସୁରକ୍ଷା ଓ ଓଡିଶା ବାସୀ ଙ୍କ ସ୍ବାର୍ଥ ପାଇଁ ଆମେ ଆଗାମୀ ଦିନରେ ଲଢେଇ କରିବୁ। ଆମର ନେତା ନବୀନ ପଟ୍ଟନାୟକ ଙ୍କ ନେତୃତ୍ବରେ ଓଡ଼ିଶା ବାସୀ ଙ୍କ ହକ ପାଇଁ ଲଢେଇ କରିବୁ।
ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କୁହନ୍ତି, ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ରେ ଉଚ୍ଛେଦ ହୋଇଥିବା ମଠ ଗୁଡ଼ିକୁ ପୁନନିର୍ମାଣ, ଥଇଥାନ ପାଇଁ କିଛି ଜମି ସମ୍ପର୍କୀତ ସମସ୍ୟା ରହିଚି। ଏହାକୁ ଆଲୋଚୋନା କରାଯାଇ ସମାଧାନ କରାଯାଉଛି। ମଠ ଗୁଡ଼ିକ ର ଯାହା ଦାବି ରହିଚି ତାହା ପୂରଣ ପାଇଁ ଆମେ ଆଲୋଚୋନା କରିଚୁ। ଆଗାମୀ ଦିନରେ ଆଉ କିଛି ଆମର ଯୋଜନା ରହିଛି। ଯାହା ଫଳରେ ଯାହା କିଛି ସମସ୍ୟା ରହିଛି ତାହା ଆମେ ନିର୍ଧାରିତ ସମୟ ରେ ସମାଧାନ କରିପାରିବୁ।
