December 3, 2025
Home » ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥା ରେ ତ୍ରୁଟି

ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥା ରେ ତ୍ରୁଟି

0
puri-alia

ଶ୍ରୀ ମନ୍ଦିର ଦକ୍ଷିଣ ଦ୍ଵାର ପେଜ ନଳା ନିକଟ ରେ ଗଦା ହୋଇଥିବା ଆବର୍ଜନା ଉପରେ ଚଢି ଶ୍ରୀ ମନ୍ଦିର କୁ ପ୍ରବେଶ କରିଥିବା 4 ବ୍ୟକ୍ତି ଙ୍କ ଘଟଣା କୁ ଗୁରୁତର ରୂପ ନେଇ ପୁରୀ ଜିଲା ଆମ ଆଦମୀ ପାର୍ଟି ଦଳ ଏହି ଘଟଣା କୁ ନିନ୍ଦା କରିଚି। ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥା ରେ ଏହା ଏକ ବଡ ତ୍ରୁଟି ବୋଲି ପୁରୀ ଜିଲ୍ଲା ଆମ ଆଗାମୀ ପାର୍ଟି ଅଭିଯୋଗ କରିଚି।

ସୁରକ୍ଷା ଦାୟିତ୍ଵ ରେ ଥିବା ଅଧିକାରୀ ଜିଏବି କର୍ତ୍ତବ୍ୟ ରେ ଅବହେଳା କରିଚି ତାଙ୍କୁ ତୁରନ୍ତ ନିଲମ୍ବନ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି ଦାବି କରିଛି। ଏ ନେଇ ଦଳ ପକ୍ଷରୁ ଏକ ଦାବି ପତ୍ର ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଙ୍କୁ ଦିଆଯାଇଛି। ସେପଟେ ଏହି ଘଟଣା କୁ ଗୁରୁତର ସହ ନିଆଯାଇଥିବା ପୁରୀ ଜିଲାପାଳ କହିଛନ୍ତି। ଘଟଣା ର ତଦନ୍ତ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ତଦନ୍ତ କମିଟି ଗଠନ ହୋଇଚି। ତଦନ୍ତ ପରେ ଯାହାର ଅବହେଳା ବାହାରିବ ସେମାନଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଶ୍ରୀ ମନ୍ଦିର କୁ ବେଆଇନ ଭାବେ ପ୍ରବେଶ କରିଥିବା ବ୍ୟକ୍ତି ଙ୍କ ବିରୋଧ ରେ ଥାନା ରେ ମାମଲା ରୁଜୁ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *