January 31, 2026
Home » ଶ୍ରୀ ଲଡୁକେଶ ମହେଶ ( ଲଡୁ ବାବା) ବିଜେ, ଶରଣକୁଳ, ମହାଶିବରାତ୍ରୀ ଜାଗର ଯାତ୍ରା,୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଶ୍ରୀ ଲଡୁକେଶ ମହେଶ ( ଲଡୁ ବାବା) ବିଜେ, ଶରଣକୁଳ, ମହାଶିବରାତ୍ରୀ ଜାଗର ଯାତ୍ରା,୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0
unnamed
ନୟାଗଡ଼: ନୟାଗଡ ଜିଲ୍ଲା ଶରଣକୁଳସ୍ଥ ସର୍ବ ବିଦିତ, ସର୍ବ ବିଖ୍ୟାତ, ମନୋବାଞ୍ଛା ପୂରଣର ପ୍ରତ୍ୟେକ୍ଷ ଠାକୁର ଶ୍ରୀ ଲଡୁକେଶ ମହେଶ ( ଲଡୁବାବା )ଙ୍କ ମହାଶିବରାତ୍ରୀ ଜାଗର ଯାତ୍ରା – ୨୦୨୬ ପାଳନ ପାଇଁ ପୂର୍ତ୍ତ ବିଭାଗ ଡାକବଙ୍ଗଳା, ଶରଣକୁଳ ପରିସରରେ ସମ୍ମାନନୀୟା ଜିଲ୍ଲାପାଳ-ତଥା-ଜିଲ୍ଲା ମାଜଷ୍ଟ୍ରେଟ୍ ମଧୁମିତା ରଥଙ୍କ ( ଆଇ ଏ ଏସ )ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର,ତହସିଲଦାର ଓଡ଼ଗାଁ ମାନସ ରଂଜନ ଭୋଇ,ବିଡିଓ ଓଡ଼ଗାଁ ପ୍ରିତିବାଳା ରଣା, ନିର୍ବାହୀ ଅଧିକାରୀ ଏନ.ଏ.ସି. ଓଡ଼ଗାଁ ନିହାର ରଞ୍ଜନ ନାୟକ, ଏସ.ଡି.ପି.ଓ. ଶରଣକୁଳ ଦିପ୍ତିକାନ୍ତ ପ୍ରଧାନ, ଥାନା ଅଧିକାରୀ ସୁଜିତ କୁମାର ଦାସ, ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ ।
                  ଏହି ବୈଠକରେ ବିଭିନ୍ନ ବିଷୟରେ ପୂର୍ବ ବର୍ଷ ବିବରଣୀ ଅନୁସାରେ ଠାକୁରଙ୍କ ନିତିକାନ୍ତି, ଯାତ୍ରୀ ଦର୍ଶନ, ଶାନ୍ତି ଶୃଙ୍ଖଳା, ପାନୀୟଜଳ ବ୍ୟବସ୍ଥା, ଅଗ୍ନିଶମ ନିବାରଣ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା, ଯାନବାହାନ ପାକିଂ, ସୂଚନା ପ୍ରଦାନ, ମନ୍ଦିର ବେଢା ପରିଷ୍କାର ଓ ମନୋରଂଜନ ଇତ୍ୟାଦି ଉପରେ ମହାଶିବ ରାତ୍ରୀ ଯାତ୍ରା ଶୃଙ୍ଖଳାର ସହ ପାଳନ ନିମନ୍ତେ ବିଶଦ ଭାବେ ଆଲୋଚନା ହୋଇଥିଲା । ଅବିଭିନ୍ନ ବିଭାଗୀୟ ଅଧିକାରୀ, ସରପଞ୍ଚ ଶରଣକୁଳ ମୀନାକ୍ଷୀ ପ୍ରସାଦ ସାହୁ,ମନ୍ଦିର ପରିଚାଳକ ସୁବାଷ ଚନ୍ଦ୍ର ବରାଡ଼, ଦେବୋତ୍ତର ମ୍ୟାନେଜର ତାପସ ରଞ୍ଜନ ପଟ୍ଟନାୟକ, ସ୍ଥାନୀୟ ସାମ୍ବାଦିକ, ସ୍ଥାନୀୟ ବୁଦ୍ଧିଜିବୀ ପ୍ରମୁଖ ଆଲୋଚନାରେ ସାମିଲ ହୋଇଥିଲେ । ଶିବରାତ୍ରୀ ପୂର୍ବ ରାତି ୧୨ଘଟିକରୁ ଆରମ୍ଭ ହୋଇ ରାତ୍ର ୩ଘଟିକା ଅବକାଶ ଓ ସକାଳ ପୂଜାନୀତି ସମାପନ ପରେ ଭୋଟ ୪ ଘଟିକାରୁ ସନ୍ଧ୍ୟା ଘ ୬ .୩୦ ମିନିଟ ପର୍ଯ୍ୟନ୍ତ ଭକ୍ତ ମାନଙ୍କୁ ଦର୍ଶନ କରିପାରିବେ । ଘ ୬.୩୦ ମିନିଟରୁ ୭.୩୦ ସନ୍ଧ୍ୟା ନୀତି, ଘ ୭.୩୦ ମିନିଟ ଭକ୍ତଙ୍କ ଦର୍ଶନ, ୧୦.୩୦ରୁ ପ୍ରଭୁ ଲଡୁ କେଶ ଚଳନ୍ତି ପ୍ରତିମା ବିମାନରେ ମହାଶିବରାତ୍ରୀ ବେଢ଼ା ପରିକ୍ରମା କାର୍ଯ୍ୟ ଓ ଦେବନୀତି ପହଡ଼ ପଡ଼ିବ ।ରାତ୍ର ୧୧ଘଟିକା ପରେ ରାତ୍ର ୧୨ଘଟିକା ମଧ୍ୟରେ ମହାଧୂପ ଉଠିବା ବୈଠକରେ ନିଷ୍ପତି ହୋଇଛି । ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ପ୍ରଭୁଙ୍କ ଏହି କାର୍ଯ୍ୟ ସରିବା ପରେ ଏକ ସମୀକ୍ଷା ବୈଠକ ଡକେଇବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ ମଧୁମିତା ରଥ l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *