ଶ୍ରେଷ୍ଠ ସ୍ତମ୍ଭକାର ଭାବରେ ସମ୍ବର୍ଦ୍ଧିତ ହେଲେ ବରିଷ୍ଠ ସାମ୍ବାଦିକ ନିରଞ୍ଜନ
ସୁବର୍ଣ୍ଣପୁର– ନିର୍ଭୀକ,ସତ୍ୟ ଓ ନିରପେକ୍ଷ ତଥ୍ୟ ପ୍ରଦାନ କରି ସମାଜକୁ ସଚେତନ କରୁଥିବାରୁ ଗଣମାଧ୍ୟମର ପଥ ସବୁ ବେଳେ କଣ୍ଟକିତ। ଯେଉଁଠି ଅନ୍ୟାୟ, ଅତ୍ୟାଚାର ଚାର ହେଉଛି ସେଠି ଗଣମାଧ୍ଯମର ମୁଖ୍ୟ ଦାୟିତ୍ଵ ରହୁଛି। ପ୍ରକୃତ ତଥ୍ୟ ପ୍ରକାଶ କରି ସତ୍ୟକୁ ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ଏହାର ପଥ ସବୁବେଳେ କଣ୍ଟକିତ ବୋଲି କହିଛନ୍ତି ରାଜ୍ୟ ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ। ଦୈନିକ ତ୍ରୟ ଭାଷିକ ସମ୍ବାଦପତ୍ର ବିଶ୍ଵବାଣୀର ବିଂଶତମ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜସ୍ଵ, ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଗଣତନ୍ତ୍ରରେ ଗଣମାଧ୍ଯମ ଏବଂ ସାମ୍ବାଦିକର ଭୂମିକା ବିଷୟରେ ଆଲୋଚନା କରି ସବୁ ଅସ୍ତ୍ରଠାରୁ ଅଧୂକ ଶାଣିତ ସାମ୍ବାଦିକ ମାନଙ୍କ କଲମ, ସେଥିପାଇଁ କଣ୍ଟକିତ ପଥକୁ ପୁଷ୍ପିତ ପଥରେ ପରିବର୍ତ୍ତନ କରିବାରେ ମୁଖ୍ୟ କର୍ଣ୍ଣଧାର ସାଜିଥାଏ ଗଣମାଧ୍ଯମ ବୋଲି କହିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପଞ୍ଚାୟତିରାଜ, ଅବକାରୀ ଓ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଭୁବନେଶ୍ଵର ମହାନଗର ନିଗମର ମେୟର ସୁଲୋଚନା ଦାସ, ଆଇଓୟୁଡବ୍ଲଜେ ସଭାପତି ଡଃ. ପୀତବାସ ମିଶ୍ର, ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ପ୍ରମୁଖ ଯୋଗଦେଇ ଗଣମାଧ୍ୟମ ଉପରେ ଲୋକଙ୍କ ଆସ୍ଥା ରହୁନାହିଁ କାହିଁକି ? ସମ୍ବନ୍ଧରେ ବିଶେଷ ଆଲୋକପାତ କରିଥିଲେ। ଗଣତନ୍ତ୍ରର ତିନି ସ୍ତମ୍ଭ ବ୍ୟବସ୍ଥାପକ, ଅମଲାତନ୍ତ୍ର ଓ ନ୍ୟାୟପାଳିକାକୁ ଜଗିଛି ଚତୁର୍ଥ ସ୍ତମ୍ବ ଗଣମାଧ୍ଯମ । ତିନି ସ୍ତମ୍ଭ ଭଳି ଗଣମାଧ୍ୟମ ମଧ୍ୟ ଶକ୍ତି ଶାଳୀ ହେବା ଉଚିତ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।ଏହି ଅବସରରେ ଉପସ୍ଥିତ ଅତିଥି ଗଣ ବରଗଡ଼ ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ନିରଞ୍ଜନ ତ୍ରିପାଠୀଙ୍କୁ ଶ୍ରେଷ୍ଠ ସ୍ତମ୍ଭକାର ସମ୍ମାନ -୨୦୨୫-୨୬ ରେ ଉପଢ଼ୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
