ଷଷ୍ଠ ଜିଲ୍ଲା ପରିଷଦର ଦଶମ ସାଧାରଣ ଅଧିବେଶନ ହୋହାଲ୍ଲା ଯୁକ୍ତି ତର୍କ ସର୍ବୋପରି ସଭ୍ୟ ମାନଙ୍କ ଅସନ୍ତୋଷରେ ଶେଷ ।
ନୟାଗଡ ଷଷ୍ଠ ଜିଲା ପରିଷଦର ଦଶମ ସାଧାରଣ ଅଧିବେଶନ ସକାଳ ଘ.୧୦.୩୦ ମିନିଟ୍ ସମୟରେ ହେବବୋଲି ସୂଚନା ଥିଲାବେଳେ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ(ସୃଜନ) ଠାରେ ସଭାପତି ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସଭାପତି ଶ୍ରୀ ପଟ୍ଟନାୟକ ପୂର୍ବ ବୈଠକର ବିବରଣୀ ଦୃଢ଼ୀକରଣ କରାଯିବା ପାଇଁ ପ୍ରସ୍ଥାବ ରଖିଥିଲେ । ତାପରେ ସଭ୍ୟ ରାମେଶ୍ବର ଶତପଥୀ , ପ୍ରଶ୍ନ କରିଥିଲେ , ଜିଲ୍ଲାପାଳ ନଥାଇ କିପରି ଦୃଢ଼ୀକରଣ ହେବ ।ଏହି କଥାକୁ ସଭ୍ୟ ସୁବାଷ କହଁର ,କ୍ଷୀରୋଦ ମହାପାତ୍ର ପ୍ରଭୃତି ସଭ୍ୟମାନେ ସମର୍ଥନ କରିଥିଲେ ।ଏହି ସମୟରେ ସଭ୍ୟମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହୋହାଲ୍ଲା ପରିସ୍ଥିତି ଉପୁଜିଥିଲା ।ଶ୍ରୀ ଶତପଥୀ କହିଥିଲେ ଯଦି ଜିଲ୍ଲାପାଳ ରହିବେନି ଆଜିର ବୈଠକ ସ୍ଥଗିତ ରଖାଯାଉ । ଜିଲ୍ଲାପାଳଙ୍କର କୋର୍ଟ କାମ ଅଛି ବୋଲି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ କହିଥିଲେ । କିଛି ସମୟପରେ କୋର୍ଟ କାର୍ଯ୍ୟସାରି ଆସିବେ ।ସଭାପତି ଶ୍ରୀ ପଟ୍ଟନାୟକ ଆମେ ଆଲୋଚନା କରୁଥିବା ଜିଲ୍ଲାପାଳ ଆସିବେ ବୋଲି କହିଥିଲେ ।କିଛି ସମୟପରେ ନୟାଗଡ ବିଧାୟକ ଡ.ଅରୁଣ ସାହୁ , ଦଶପଲ୍ଲା ବିଧାୟକ ରମେଶ ବେହେରା ଓ ଜିଲ୍ଲାପାଳ ବୈଠକରେ ଉପସ୍ଥିତ ହେଲେ ।ଏମାନେ ଆସିବା ପୁର୍ବରୁ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ବାଇଁ ,ଜିଲ୍ଲାପରିଷଦ ଉପସଭାପତି ବିଷ୍ଣୁପ୍ରିୟା ବେହେରା ଆସିଯାଇଥିଲେ । କ୍ରମାନୁସାରେ ବିଭିନ୍ନ ବିଭାଗ ଯଥା ଶିକ୍ଷା ,ବନବିଭାଗ ,କୃଷି ବିଭାଗ ,ଉଦ୍ୟାନ ବିଭାଗ ,ଜଳ ବିଭାଜିକା ,ଗ୍ରାମ୍ୟ ଉନ୍ନୟନ ବିଭାଜନ ରାସ୍ତାଘାଟ ,ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସେଚ ଉନ୍ନୟନ ବିଭାଗ ବିଷୟରେ ଆଲୋଚନା ଚାଲିଲା ।କୌଣସି ବିଭାଗର ଅଧିକାରୀ ମାନେ ସଭ୍ୟମାନଙ୍କର ସଠିକ୍ ଉତ୍ତର ଦେଇପାରି ନଥିଲେ ।ଯାହା ଫଳରେ ଜିଲ୍ଲାପାଳଙ୍କ ସମେତ ସଭ୍ୟ ମାନଙ୍କ ମଧ୍ୟରେ ଅସୋନ୍ତୋଷ ଜାତ ହୋଇଥିଲା ।

ମାଣ୍ଡିଆ ଚାଷ କେଉଁଠି ହୋଇଛି ଓ ବିହନ କାହାକୁ ଦିଆଯାଇଛି ଏପରିକି ସମସ୍ତ କାର୍ଯ୍ୟ କିପରି ହୋଇଛି ତାର ତଦନ୍ତ ପାଇଁ ଏକ କମିଟି ଚୟନ କରାଯିବା ଆଜିର ବୈଠକରେ ନିଷ୍ପତି ନିଆଗଲା ।ନିକଟରେ ଜିଲ୍ଲାପାଳ ଓଡ଼ଗାଁ ବ୍ଲକର ନିଘଞ୍ଚ ଜଙ୍ଗଲ ଘେରା ନେପାଳ ଗ୍ରାମକୁ ଯାଇ ସେଠାକାର ଲୋକମାନେ କିପରି ବସବାସ କରୁଛନ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।ସେହି ଗ୍ରାମକୁ ଶିକ୍ଷ୍ୟା,ସ୍ବାସ୍ଥ୍ୟ ,ବିଜୁଳି ଏପରିକି ଠିକ୍ ଭାବରେ ଗମନାଗମନର ସୁବିଧା ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ପହଞ୍ଚିପାରି ନାହିଁ ।ତେଣୁ ଜିଲ୍ଲାପାଳ ନେପାଳ ଗ୍ରାମର ଉନ୍ନତି ପାଇଁ ସେଠା ଲୋକ ମାନଙ୍କୁ କଥା ଦେଇ ଆସିଛନ୍ତି ବୋଲି ଜିଲ୍ଲାପରିଷଦ ସଭାପତି ଶ୍ରୀ ପଟ୍ଟନାୟକ ବୈଠକରେ କହିଥିଲେ ।ଉପସ୍ଥିତ ସମସ୍ତ ସଭ୍ୟମାନେ ଜିଲ୍ଲାପାଳ ଦେଇଥିବା କଥାକୁ ଯଥା ଶୀଘ୍ର ପୂରଣ ପାଇଁ ସମସ୍ତ ପ୍ରକାର କାର୍ଯ୍ୟ ତ୍ଵରାନିତ କରିବାକୁ ସଭ୍ୟମାନେ କହିଥିଲେ ।ମାନ୍ୟବର ବିଧାୟକ ନୟାଗଡ଼ ଡଃ ଅରୁଣ କୁମାର ସାହୁ, ମାନ୍ୟବର ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ୱାଇଁ, ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଉପଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ପ୍ରମୁଖ ବୈଠକରେ ଯୋଗଦେଇଥିଲେ ।ଆଜିର ଅଧିବେଶନ ଏଜେଣ୍ଡା ପ୍ରକାରେ ଆଲୋଚନା କରାଯାଇଥିଲା । ପ୍ରଥମେ ଶିକ୍ଷା ଅଧିକାରୀଙ୍କ ଠାରୁ ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରଶ୍ନ ଥିଲା , କେତେ ବିଦ୍ୟାଳୟରେ ଶିକ୍ଷକ ଯେଉଁ ସ୍କୁଲରେ ପ୍ରାରମ୍ଭରେ ଯୋଗଦାନ କରି ସେହି ବିଦ୍ୟାଳୟରେ କାର୍ଯ୍ୟ କରି ଆସୁଛନ୍ତି ଅବା କେତେ ଶିକ୍ଷକ ସେହି ଏକା ବିଦ୍ୟାଳୟରେ ଯୋଗଦାନ କରି ଅବସର ଗ୍ରହଣ କରିଛନ୍ତି । ଯେହେତୁ ଶିକ୍ଷା ବିଭାଗର ବଦଳି ପଲିସି ନାହିଁ, ତେଣୁ ସେସବୁ ଅନୁଧ୍ୟାନ କରିବାକୁ ପଡ଼ିବ ବୋଲି ଅତିରିକ୍ତ ଶିକ୍ଷା ଅଧିକାରି କହିଥିଲେ । ଏହାପରେ ଜିଲ୍ଲା ବନ ବିଭାଗକୁ ଜିଲ୍ଲା ପରିଷଦ ସଦସ୍ୟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ସନ୍ତୋଷଜନକ ନ ଥିବାରୁ ପରେ ଏହାର ସମୀକ୍ଷା କରାଯିବା ପାଇଁ ରଖାଗଲା ।ଏହାପରେ କୃଷି ବିଭାଗ ଏବଂ ତାଙ୍କ ସହ ଉଠାଜଳସେଚନ ବିଭାଗକୁ ତଥ୍ୟ ମଗାଯାଇଥିଲା । ପ.ଏମ.କିଷାନ/ସି.ଏମ.କିଷାନରେ ୧ଲକ୍ଷ ୧୨ହଜାର ୫୫୪ଜଣ ହିତାଧ୍ୟାକାରୀ ଉପକୃତ ହୋଇଛନ୍ତି । ବୋରୱେଲ, ପୋଖରୀ,କିଷାନ ସେବାକେନ୍ଦ୍ର,ବିହନ,ସାର ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଉଦ୍ୟାନ ବିଭାଗର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା,ପୂରୁଣା ଆମ୍ବରଚାରା,ଗେଣ୍ଡୁଫୁଲ,ଲେମନ ଗ୍ରାସ,ଛତୁଚାଷ ଉପରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ଗ୍ରାମ୍ୟ ଉନ୍ନୟନ-୧ ଓ ଗ୍ରାମ୍ୟ ଉନ୍ନୟନ-୨ ଅନ୍ତର୍ଭୁକ୍ତ ବିଭିନ୍ନ ସଡ଼କ ମରାମତି ଏବଂ ସଂଯୋଗୀକରଣ ଉପରେ ଆଲୋଚନା ହୋଇଥିଲା ।ଆଜିର ବୈଠକରେ ଆଲୋଚ୍ୟ ବିଭାଗ ଗୁଡିକ ଜିଲ୍ଲାପରିଷଦ ସଭ୍ୟ ମାନେ ଓ ଜିଲ୍ଲାପାଳ ଏବଂ ମଂଚାସୀନ ଅତିଥିମାନେ ଆଲୋଚନା କରି ସେ ସବୁର ତ୍ୱରିତ୍ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଯେଉଁ ସବୁ କାର୍ଯ୍ୟର ସମାଧାନ ହୋଇପାରିନାହିଁ ସେସବୁକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଜିଲ୍ଲା ପରିଷଦର ସଦସ୍ୟମାନଙ୍କର ସହଯୋଗ ଲୋଡ଼ିଥିଲେ ।ପୂର୍ବ ବୈଠକର ବିବରଣୀକୁ ଦୃଢ଼ୀକରଣ କରାଯାଇଥିଲା ।ପରିଶେଷରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଗ୍ନଜିତ୍ ରାଉତ ଧନ୍ୟବାଦ ଅର୍ପଣ ପରେ ବୈଠକ ସମାପ୍ତ ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
