ଷୋହଳ ପ୍ରହରୀ ନାମ ଯଜ୍ଞ ପାଇଁ କଳସ ଯାତ୍ରା l

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ରେଙ୍ଗାଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଵାଙ୍କତେନ୍ତୁଳି ହରିଜନ ସାହିରେ ଷୋହଳ ପ୍ରହରୀ ନାମ ଆରମ୍ଭ ହୋଇଯାଇଛି । ଏଥିପାଇଁ ଶନିବାର କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟ ଅନୁଷ୍ଠିତ ହୋଇଛି।କଳସ ଯାତ୍ରାରେ ସାହିର ଶତାଧିକ ମହିଳା ଓ ଝିଅ ସାମିଲ ହୋଇଥିଲେ। ପ୍ରହରୀ ମଣ୍ଡପରେ ପୂଜାର୍ଚ୍ଚନା ପରେ କଳସ ଯାତ୍ରାରେ ବାହାରି କୁଦୋପାଳି ସ୍ଥିତ ଅଙ୍ଗ ନଦୀରୁ ପୂର୍ଣ୍ଣ କଳସ ଶୋଭାଯାତ୍ରାରେ ଅଣାଯାଇ ନାମଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ଘଣ୍ଟ, ଶଙ୍ଖ, କୀର୍ତ୍ତନ ଓ ହୁଳହୁଳି ର ନାଦରେ ଗାଁ ପରିବେଶ କମ୍ପି ଉଠିଥିଲା। ଷୋହଳ ପ୍ରହରୀ ନାମ ଯଜ୍ଞ ରବିବାର ଆରମ୍ଭ ହୋଇ ମଙ୍ଗଳବାର ପୂର୍ଣ୍ଣାହୁତି ହେବା ନେଇ ଯଜ୍ଞ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ନାମ ଯଜ୍ଞରେ କର୍ତ୍ତା ଭାବେ ରଞ୍ଜନ କୁମ୍ଭାର ଓ ତାଙ୍କ ଧର୍ମପତ୍ନୀ ପୂଜା କୁମ୍ଭାର ଏବଂ ପୁରୋହିତ କ୍ଷେତ୍ରମୋହନ ବାଘ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। କଳସ ଯାତ୍ରାରେ ବିଷ୍ଣୁ କୁମ୍ଭାର, ରୋହିତ କୁମ୍ଭାର,ଘନ ନାଗ,ହାଡୁ କୁମ୍ଭାର ସମେତ ସାହିର ଶତାଧିକ ଲୋକ ସହଯୋଗ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର