July 28, 2025
Home » ଷ୍ଟ୍ରବେରି ଚାଷ ବୁଲି ଦେଖିଲେ ଗଜପତି ଚାଷୀ

ଷ୍ଟ୍ରବେରି ଚାଷ ବୁଲି ଦେଖିଲେ ଗଜପତି ଚାଷୀ

0
WhatsApp Image 2025-01-09 at 5.36.35 PM

ରାମନାଗୁଡା:-୦୯-୦୧-୨୦୨୫-ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ରେ ହେଉଥିବା ଷ୍ଟ୍ରବେରି ଚାଷ ବୁଲି ଦେଖିଛନ୍ତି ଗଜପତି ଜିଲ୍ଲା ର ଚାଷୀ। ରମନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଫଳତା ର ସହ ଚାଷ ହେଉଛି ଷ୍ଟ୍ରବେରି,ଗୋଲାପ ଏବଂ ଡ୍ରାଗନ ଫ୍ରୁଟ ଭଳି ଅର୍ଥକାରୀ ଫସଲ।ଏହି ଚାଷ କିପରି ହେଉଛି ଓ ଚାଷ ସମ୍ବନ୍ଧୀୟ ଜ୍ଞାନ କୌଶଳ ଜାଣିବା ପାଇ ଗଜପତି ଜିଲ୍ଲା ର ଗୋଷାଣୀ,କାଶୀନଗର,ଗୁମ୍ମା,ମୋହନା ଆଦି ବ୍ଲକ ର ଚାଷୀ ପରିଦର୍ଶନ ରେ ଆସିଛନ୍ତି।ଏଥି ସହ ସେମାନେ ଉଦ୍ୟାନ ବିଭାଗ ସହାୟତାରେ ହେଉଥିବା ବୁନ୍ଦା ଜଳସେଚନ,ଓ ମଲ୍ଚିଂ ମାଧ୍ୟମ ରେ ତେଲ ତାଳ ଫଳ ଚାଷ,ସଜନା ଚାଷ, ଗ୍ରାଫ୍ଟେଡ ଟମାଟୋ,ଫୁଲ ଚାଷ,ଆଳୁ ଚାଷ ପ୍ରଭୃତି ବୁଲି ଦେଖିଛନ୍ତି।ଏହି ସବୁ ଚାଷ ଦେଖିବା ପରେ ଖୁବ୍ ପ୍ରଶଂସା କରିବା ସହ ଆଗାମୀ ଦିନ ରେ ସେମାନେ ଏହିଭଳି ଚାଷ କରିବେ ବୋଲି ମତ ଦେଇଥିଲେ।ଗଜପତି ଜିଲ୍ଲା ଚାଷୀ ଙ୍କ ପରିଦର୍ଶନ ସମୟରେ ଉଦ୍ୟାନ ବିଭାଗ ର ସହକାରୀ ଉଦ୍ୟାନ ଅଧିକାରୀ ଏମ ସୁଚିତ୍ରା ଓ ଅକ୍ଷୟ କୁମାର ପଣ୍ଡା ଚାଷୀ ମାନଙ୍କୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦେଇଥିଲେ।
ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି।

Leave a Reply

Your email address will not be published. Required fields are marked *