March 14, 2025
Home » ସଂକଳ୍ପ ବିଦ୍ୟାଳୟର ପଞ୍ଚଦଶ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ସଂକଳ୍ପ ବିଦ୍ୟାଳୟର ପଞ୍ଚଦଶ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

0

ରାଳବ ସ୍ଥିତ ସଂକଳ୍ପ ବିଦ୍ୟାଳୟର ପଞ୍ଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଚିତ୍ତାକର୍ଷକ ନୃତ୍ୟ ଓ ସୁମଧୁର ସଙ୍ଗୀତର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେବ୍ରହ୍ମପୁରବିଶ୍ବବିଦ୍ୟାଳୟର କୁଳପତି, ପ୍ରଫେସର ଶ୍ରୀମତି ଗୀତାଞ୍ଜଳି ଦାସ ଏବଂ ଭୁବନେଶ୍ଵର ସ୍ଥିତ ମଧୁସୂଦନ ଦାସ ଆଞ୍ଚଳି ଏକାଡେମୀର ବିତ୍ତୀୟ ପରିଚାଳନା ଅନୁଷ୍ଠାନର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଵିଭୁଦତ ଆଚାରୀ(ଓଡ଼ିଶା ବିତ୍ତୀୟ ସେବା) ସମ୍ମାନିତ ଅତିଥି ଭାବେ ତଥା ଅନ୍ୟାନ୍ୟ ଶିକ୍ଷାବିତମାନେ ଯୋଗ ଦେଇଥିଲେ । ସ୍କୁଲ ଅଧକ୍ଷ ଶ୍ରୀ ଇ ଟି ରାଓ, ନିର୍ଦ୍ଦେଶକ ଶ୍ରୀ ସାର୍ଥକ ଓ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଦୀପ୍ତ କିଶୋର ପାଣିଗ୍ରାହୀ ମଞ୍ଚାସିନଥିଲେ। ଛାତ୍ରଛାତ୍ରୀ ତ‌ଥା ଆଗାମୀ ପୀଢ଼ିର ଉଜ୍ଜ୍ଵଳ, ସୁସ୍ଥ, ସମୃଦ୍ଧି ଏବଂ ଭବିଷ୍ୟତ ପ୍ରତି ପ୍ରତିବଦ୍ଧତାର ପ୍ରତୀକ ରୂପେ – ଚାରାରେ ଜଳ ସିଞ୍ଚନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ଗୀତାଞ୍ଜଳୀ ଦାସଙ୍କ ଦ୍ବାରା ବିଦ୍ୟାଳୟର ବାର୍ଷିକ ପତ୍ରିକା ” SANZEST”ର ତୃତୀୟ ସଂସ୍କରଣର ଉନ୍ମୋଚନ ଉତ୍ସବର ଏକ ମୁଖ୍ୟ ଆକର୍ଷଣ ଥିଲା । ପ୍ରଫେସର୍ ଗୀତାଞ୍ଜଳି ଦାସ ତାଙ୍କ ଜ୍ଞାନବୋଧ ଭାଷଣରେ NEP ଦୃଷ୍ଟିକୋଣ ସହିତ ସମାନ୍ତରାଳ ଭାବରେ ପରିବେଶ ସଚେତନତା, ନିରନ୍ତର ବିକାଶ, ଧନ୍ଦାମୂଳକ ଶିକ୍ଷା ଏବଂ ଅଭିଜ୍ଞତା ମୂଳକ ଶିକ୍ଷାର ଆବଶ୍ୟକ‌ତା ଉପରେ ଆଲୋକପାତ କରିଥିଲେ । ଏତଦ୍ ସହିତ ସଙ୍କଳ୍ପ ବିଦ୍ୟାଳୟ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଡକ୍ଟର ବିଭୁଦର ଆଚାରୀ ତାଙ୍କ ପ୍ରେରଣା ଦାୟକ ଶବ୍ଦ ଦ୍ବାରା ଦର୍ଶକଙ୍କୁ ପ୍ରେରଣା ଦେଇଥିଲେ ଯାହା ଛାତ୍ରମାନଙ୍କ ଭବିଷ୍ୟତ ଗଠନରେ ଦକ୍ଷତା ଶିକ୍ଷାର ମହତ୍ତ୍ବ ଉପରେ ଗୁରୁତ୍ୱାରୋପ କରିଥିଲା ପାଠ୍ୟକ୍ରମ,ସହ କାର୍ଯ୍ୟକଳାପ ଏବଂ ଛାତ୍ରମାନଙ୍କ ମଧ୍ଯରେ ନୈତିକତା ଓ ସଦଭାବନା ସୃଷ୍ଟି କରିବାରେ ତାଙ୍କର ଅତୁଳନୀୟ ଉଦ୍ୟମ ପାଇଁ ସେ ବିଦ୍ୟାଳୟକୁ ଉଚ୍ଚ ପ୍ରଶଂସା କରିଥିଲେ

ଚିତ୍ତାକର୍ଷକ ନୃତ୍ୟ ଠାରୁ ଆରମ୍ଭ କରି ସମସାମୟିକ ସଙ୍ଗୀତ ପ୍ରଦର୍ଶନ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଉତ୍ସର୍ଗୀକୃତ ଏବଂ ସୃଜନଶୀଳତାର ପ୍ରତିଫଳନ ଥିଲା । ମହିଳା ସଶକ୍ତିକରଣ ରଣ, ଜାତୀୟ ଏକୀକରଣ ଏବଂ ପ୍ରଦୂଷଣ ସଚେତନତା ଭଳି ଗୁରୁତ୍ବପୂର୍ଣ ବିଷୟଗୁଡିକ ଦର୍ଶକଙ୍କୁ ଉତ୍ସାହିତ କରିଥିଲା । ଅଧ୍ଯକ୍ଷ ଶ୍ରୀଯୁକ୍ତ ରାଓ ତା ତାଙ୍କ ଅଭିଭାଷଣରେ । ଛାତ୍ରଛାତ୍ରୀମାନଙ୍କ ଅଭିଭାବକଙ୍କୁ ବିଦ୍ୟାଳୟକୁ କୁ ନିରନ୍ତର ସମର୍ଥନ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସାର୍ଥକ ତାଙ୍କ ଅଭିଭାଷଣରେ ରେ ଛାତ୍ର, ଶିକ୍ଷକ ଅଭିଭାବକମାନଙ୍କୁ ସେମାନଙ୍କର ନିରନ୍ତର ଉଦ୍ୟମ । ଏବଂ ଅବଦାନ ପାଇଁ ଅଭିନନ୍ଦନ ଜଣାଇବା ସହ ଦକ୍ଷତା ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷାର ଆବଶ୍ୟକତାକୁ ତ୍ୟାରାନ୍ୱିତ କରିବା ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କର ଆଗାମୀ ଶିକ୍ଷାଗତ ଯାତ୍ରା ISROକୁ ହେବ ବୋଲି ଘୋଷଣା କରିଥିଲେ ।

ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ବୃନ୍ଦ, ନିମନ୍ତ୍ରିତ ଅତିଥି, ଅଭିଭାବକ ବୃନ୍ଦଙ୍କ ସମାବେଶ ଉତ୍ସବର ଶୋଭା ବଦ୍ଧନ କରିବା ସହ ଛାତ୍ର ଛାତ୍ରୀଙ୍କୁ ପ୍ରେରଣା ଯୋଗାଇଥିଲେ। ପରିଶେଷରେ ଶିକ୍ଷୟିତ୍ରୀ ଶ୍ରୀମତି ତପସ୍ବିନୀ ମହାରଣା ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ, ଅତିଥି, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କୁ ସେମାନଙ୍କର ) ସମର୍ଥନ ଓ ଅଂଶଗ୍ରହଣ ପାଇଁ କୃତଜ୍ଞତା ଜଣାଇବା ସହ ଜାତୀୟ ସଙ୍ଗୀତ ଗାନ କରା ଯାଇଥିଲା ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *