February 5, 2026
Home » “ସଂଘର୍ଷ “ଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ଆଶୁତୋଷ କୁମାର ପଟ୍ଟନାୟକଙ୍କ ପରଲୋକ

“ସଂଘର୍ଷ “ଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ଆଶୁତୋଷ କୁମାର ପଟ୍ଟନାୟକଙ୍କ ପରଲୋକ

0
WhatsApp Image 2026-01-17 at 12.17.27 AM

 

ରାୟଗଡ଼ା ଜିଲ୍ଲାରେ “ସଂଘର୍ଷ “ଟିଭିରେ କାର୍ଯ୍ୟରତ ଜିଲ୍ଲା ପ୍ରତିନିଧି ଆଶୁତୋଷ କୁମାର ପଟ୍ଟନାୟକ(୫୯)ଙ୍କ ପରଲୋକ ଘଟିଛି। ଏହି ୱେବ ମେଡିଆରେ ସକ୍ରିୟ ରିପୋର୍ଟିଂ ପାଇଁ ଜଣାଶୁଣା ସାମ୍ବାଦିକ ଝୁଲା ପଟ୍ଟନାୟକଙ୍କ ଅକସ୍ମାତ୍ ବିୟୋଗ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ଝୁଲାଙ୍କ ଧର୍ମ ପତ୍ନୀ ଓ ଦୁଇଟି ଝିଅ ଅଛନ୍ତି।ପରିବାର ସଦସ୍ୟଙ୍କ ସୂଚନା ମୁତାବକ ଦେଇନ ୧୨ଟାରେ ଗ୍ୟାସ ଜନିତ ଛାତିରେ ଯନ୍ତ୍ରଣା ହେବାପରେ ନିଜେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଇଞ୍ଜେକସନ ନେଇ ଘରକୁ ଫେରିଥିଲେ। କିନ୍ତୁ ,ପୁଣି ଥରେ ୩.୩୦ ସମୟରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କ ସହଯୋଗୀଙ୍କ ସହ ସ୍ବର୍ଗତ ଝୁଲା ଡାକ୍ତରଖାନା ଯାଇଥିଲେ।

ଏଥିପୂର୍ବରୁ ଛଅ ମାସ ତଳେ ଛାତିରେ ଯନ୍ତ୍ରଣା ହେବା ପରେ ମେଡିକଲ ଯାଇ ଇଞ୍ଜେକସନ ନେଇ ଫେରିଥିବା ସ୍ୱର୍ଗତ ଝୁଲଙ୍କ ଧର୍ମ ପତ୍ନୀ କହିଥିଲେ ।କିନ୍ତୁ,ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ପୂର୍ବରୁ ସ୍ବର୍ଗତ ଆଶୁତୋଷ ପଟ୍ଟନାୟକଙ୍କ ବାପାମାଆ, ମଝିଆ ଭାଇ ଓ ସାନ ଭଉଣୀ କାଳ ହୋଇଯାଇଥିବା ବେଳେ ସାନଭାଇ କଲିକତାରୁ ରାୟଗଡ଼ା ପହଞ୍ଚିବା ପରେ ଶେଷକୃତ୍ୟ ସମ୍ପନ୍ନ ହେବା ବୋଲି ମୃତକଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି।ସ୍ବର୍ଗତ ଆଶୁତୋଷ ପଟ୍ଟନାୟକ ବିଭିନ୍ନ ସାମ୍ବାଦିକ ସଂଗଠନ ସହ ଜଡ଼ିତ ଥିବା ବେଳେ ବିଭିନ୍ନ ଖବରକାଗଜ ପାଇଁ କାମ କରୁଥିବା ଜଣାପଡିଛି। କିନ୍ତୁ, ମୃତ୍ୟୁର କାରଣ ନିମୋନିଆ ଜନିତ ବୋଲି ବୃତ୍ତିଗତ ଡାକ୍ତରଙ୍କ ପକ୍ଷରୁ ଜଣାପଡିଥିଲା।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *