February 7, 2026
Home » ସଂସଦରେ ଠେଲାପେଲା: ତଦନ୍ତ କରିବ କି କ୍ରାଇମ୍‌ ବ୍ରାଞ୍ଚ?

ସଂସଦରେ ଠେଲାପେଲା: ତଦନ୍ତ କରିବ କି କ୍ରାଇମ୍‌ ବ୍ରାଞ୍ଚ?

0
WhatsApp Image 2024-12-21 at 2.51.02 PM

ନୂଆଦିଲ୍ଲୀ: ଶୀତ ଅଧିବେଶନ ଶେଷ ହେବାର ଦିନକ ପୂର୍ବରୁ ଗୁରୁବାର ପାର୍ଲାମେଣ୍ଟରେ ଠେଲାପେଲା ହୋଇଥିଲା। ଏଥିରେ ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ, ମୁକେଶ ରାଜପୁତ୍‌ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆହତ ହୋଇଥିଲେ। ଏହି ପ୍ରସଙ୍ଗରେ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷ ଦେବା ସହ ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ରାଜନୀତି ଉଠୁଛି ପଡୁଛ।

ଉଭୟ ଦଳରୁ ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ଉଭୟ ପକ୍ଷରୁ ଏତଲା ଗ୍ରହଣ କରିବା ସହ ଏଫ୍‌ଆଇଆର୍‌ କରିଛି। ରାହୁଲଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଦଫା ୧୧୫(ସ୍ବେଚ୍ଛାକୃତ ଭାବେ ଆଘାତ ଦେବା), ୧୧୭(ସ୍ବେଚ୍ଛାକୃତ ଭାବେ ଗଭୀର ଆଘାତ ଦେବା), ୧୨୫ (ଅନ୍ୟମାନଙ୍କ ବ୍ୟକ୍ତିଗତ ଜୀବନକୁ ବିପଦରେ ପକାଇବା), ୧୩୧(ଆପରାଧିକ ବଳ ପ୍ରୟୋଗ), ୩୫୧(ଧମକ ଦେବା) ଏବଂ ୩(୫)(ସମାନ ଉଦ୍ଦେଶ୍ୟ) ବଳରେ ମାମଲା ରୁଜୁ କରାଯାଇଛି।

ତାଙ୍କ ବିରୋଧରେ ରୁଜୁ ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ଇଣ୍ଡିଆ ବ୍ଲକ୍‌ର ଏତଲାକୁ ଭିତ୍ତିକରି ରୁଜୁ ମାମଲାର ତଦନ୍ତ ମଧ୍ୟ ଦିଲ୍ଲୀ ପୋଲିସର ଅପରାଧ ଶାଖା କରିବ ବୋଲି ଜଣାପଡ଼ିଛି। ଏହି ବିବାଦ ସମ୍ପର୍କରେ ଉଭୟ ଦଳ, ବିଜେପି ଏବଂ କଂଗ୍ରେସ ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏହା ବ୍ୟତୀତ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର ମଧ୍ୟ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *