ସଂସ୍କୃତି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ସ୍ମାରକ ପତ୍ର ପ୍ରଦାନ
l
ମାନ୍ୟବର ସଂସ୍କୃତି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସୁବର୍ଣ୍ଣପୁର ରହଣି ବେଳେ ତାଙ୍କୁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ , ରାଷ୍ଟ୍ରୀୟ ହିନ୍ଦୁ ସାମୁଖ୍ୟର କେନ୍ଦ୍ରୀୟ ଉପସଭାପତି ଶ୍ରଦ୍ଧାଂଜଳି ମିଶ୍ରଙ୍କ ତରଫରୁ ଏକ ସାତ ଦଫା ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି I ସୁବର୍ଣ୍ଣପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପଶ୍ଚିମ ଓଡିଶାବାସୀ ଶିଶୁମାନଙ୍କୁ ପ୍ରାଥମିକ ସ୍ତରରେ ସେମାନଙ୍କ ମାତୃଭାଷା କୋଶଲି/ସମ୍ବଲପୁରୀ ରେ ଶିକ୍ଷାଦାନ , ସୋନପୁର କଲେଜ ଓ ବିଜୁ ପଟ୍ଟନାୟକ ମହିଳା କଲେଜକୁ ସରକାରୀ କରିବା, ରୟାଲ ପଡିଆକୁ ଏକ ମିନି ଷ୍ଟାଡିୟମ କରିବା , ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ଥିଏଟର ହଲ ନିର୍ମାଣ କରିବା, ସୁବର୍ଣ୍ଣପୁର ବସଷ୍ଟାଣ୍ଡ ନିର୍ମାଣ କରିବା ଏବଂ ସୁବର୍ଣ୍ଣପୁରରେ ପର୍ଯ୍ୟଟନର ବିକାଶ କରିବା ପାଇଁ ମନ୍ତ୍ରୀ ମହୋଦୟଙ୍କୁ ଉକ୍ତ ସ୍ମାରକ ପତ୍ରରେ ଅନୁରୋଧ କରାଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
