October 23, 2025
Home » ସଙ୍କଟ ମୋଚନ ମହାବୀରଙ୍କ ପୂଜାପାଇଁ ବ୍ୟାପକ ଆୟୋଜନ

ସଙ୍କଟ ମୋଚନ ମହାବୀରଙ୍କ ପୂଜାପାଇଁ ବ୍ୟାପକ ଆୟୋଜନ

0
WhatsApp Image 2025-09-23 at 3.28.19 PM

ଦୀର୍ଘ ୧୫ ବର୍ଷ ଧରି ଶାରଦୀୟ ପାର୍ବଣରେ ନୂଆସାହି ପୂଜା ମଣ୍ଡପରେ ସଙ୍କଟମୋଚନ ମହାବୀରଙ୍କର ଆବାହନ ଅନୁଷ୍ଠିତ ହୋଇଆସୁଛି।ପୂଜା ମଣ୍ଡପରେ ଯେଭଳି ଚଳିତ ବର୍ଷ ଶାନ୍ତିଶୃଙ୍ଖଳାର ସହ ପୂଜାର୍ଚ୍ଚନା ଓ ଭସାଣୀ ଶେଷ ହେବ ସେ ନେଇ ବ୍ୟାପକ ପ୍ରସ୍ତୁତି କରିଛି ପୂଜା କମିଟି। ସପ୍ତମୀ ଦିନ ସକାଳୁ ପୁରୀର ମା’ ବିମଳାଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ଶତାଧିକ ସଦସ୍ୟ ବାଦ୍ୟ, ଘଣ୍ଟ ଓ ଘଣ୍ଟାର ପଟୁଆରରେ ନୂଆପଲ୍ଳୀ ପୁଷ୍କରିଣୀରୁ କଳସଯାତ୍ରା କରିବେ। ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ବିଧି ଅନୁଯାୟୀ ବିଭିନ୍ନ ପୂଜାର୍ଚ୍ଚନା ସମେତ ମଧ୍ୟାହ୍ନ ଓ ରାତ୍ରରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେହ ସନ୍ଧ୍ୟାରେ ବିଭିନ୍ନ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ସହ ସଙ୍ଗୀତ ସହ ରାମଲୀଳା, ଦାଣ୍ଡିଆନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଚଳିତ ବର୍ଷ ପୂଜାର ବ୍ୟୟଅଟକଳ ଦଶଲକ୍ଷ ଟଙ୍କା ରଖାଯାଇଥିବାବେଳେ ୧୬ ଫୁଟ ଉଚ୍ଚତା ବିଶିଷ୍ଟ ମହାବୀର ପୂଜା ପାଇବେ। ପୂଜା ମଣ୍ଡପ ସମେତ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳ ତୋରଣ ଓ ଆଲୋକମାଳାରେ ସୁଶୋଜ୍ଜିତ କରାଯିବାକୁ ବ୍ୟବସ୍ଥା ହୋଇଛି। ଏହି ପ୍ରସ୍ତୁତି କାର୍ଯ୍ୟକ୍ରମ ଅବସରରେ ନୂଆପଲ୍ଲୀ ନୂଆସାହି ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସେବା ସଂସଦ ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ମହାବୀର ପୂଜାକମିଟିର ବୈଠକରେ ସୂଚନା ଦିଆଯାଇଛି। ଅସାମାଜିକ କାର୍ଯ୍ୟକଳାପ ରୋକିବାକୁ ପୂଜା ମଣ୍ଡପରେ ଦଶଗୋଟି ସିସିଟିଭି କ୍ୟାମେରା ସହ ଶତାଧିକ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ମଣ୍ଡପ ପରିଦର୍ଶନ ପାଇଁ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ମହିଳାମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହୋଇଛି। ଏହି ବୈଠକରେ ସଭାପତି ବିବେକାନନ୍ଦ କର, ସଂପାଦକ ଶୈଳେନ୍ଦ୍ର ପ୍ରସାଦ ରାୟ, ସାଂସ୍କୃତିକ ସମ୍ପାଦକ ସାଗର ବଳବନ୍ତ ରାୟ, ଗଣମାଧ୍ୟମ ସଂଯୋଜକ ଦେବବ୍ରତ ମହାନ୍ତି ଓ ମିଲନ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

 

madhusudan sahu nka report epa news

Leave a Reply

Your email address will not be published. Required fields are marked *