July 1, 2025
Home » ସଚେତନତା ହିଁ ଅପରାଧ ମୁକ୍ତି ର ସୁରକ୍ଷା କବଚ l

ସଚେତନତା ହିଁ ଅପରାଧ ମୁକ୍ତି ର ସୁରକ୍ଷା କବଚ l

0
WhatsApp Image 2025-06-22 at 4.55.13 PM

ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଓ ଷ୍ଟେଟ ବ୍ୟାଙ୍କ ର ମିଳିତ ସହଯୋଗ ରେ ସ୍ଥାନୀୟ ମହାରାଜା ହାଇସ୍କୁଲ୍ ସଭା ଗୃହ ଠାରେ ଏକ ଆର୍ଥିକ ସାକ୍ଷରତା ସଚେତନତା କର୍ମଶାଳା ଅନୁଷ୍ଟିତ ହୋଇ ଯାଇଛି l ସୋନପୁର ଏଲ ଡି ଏମ୍ କାର୍ତ୍ତିକେଶ୍ୱର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରି ସଚେତନତା ମାଧ୍ୟମରେ ହିଁ ଆମେ ସାଇବର ଅପରାଧ ରୁ ମୁକ୍ତି ପାଇବା ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ଷ୍ଟେଟ ବ୍ୟାଙ୍କ ଚିଫ୍ ମ୍ୟାନେଜର ଲକ୍ଷ୍ମଣ କୁମାର ମାଝୀ, ଏକ୍ସିସ୍ ବ୍ୟାଙ୍କ ମ୍ୟାନେଜର ସୁମନ୍ତ ଦତ୍ତ ଯୋଗ ଦେଇ ଆର୍ଥିକ ସାକ୍ଷରତା ସଚେତନତା ସହିତ ସାଇବର ଅପରାଧ, ଡିଜିଟାଲ ଆରେଷ୍ଟ, କେୱାସି ଇତ୍ୟାଦି ଉପରେ ଡିଜିଟାଲ ସ୍କ୍ରିନ ମାଧ୍ୟମ ରେ ସଚେତନ କରିଥିଲେ ଓ ଛୋଟ ଛୋଟ ଡିଜିଟାଲ ସିନେମା ମାଧ୍ୟମ ରେ ଠକାମୀ ର ଶିକାର ରୁ ବଞ୍ଚିତ ହେବା କୁ ବରିଷ୍ଠ ନାଗରିକ ଙ୍କୁ ସଚେତନ କରାଇଥିଲେ l ସଂଘ ର ସଭାପତି ଡ଼ଃ. ଜ୍ୟୋତି ରଞ୍ଜନ ବହିଦାର ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଶେଷ ପର୍ଯ୍ୟାୟରେ ପ୍ରଶ୍ନ ଉତ୍ତର ମାଧ୍ୟମ ରେ ସମସ୍ତେ ନିଜ ନିଜ ର ଆଶଙ୍କା ଦୂର କରିଥିଲେ l ସଂଘର ଉପଦେଷ୍ଟା ପ୍ରଦୀପ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଶତାଧିକ ବଶିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l ବରିଷ୍ଠ ନାଗରିକ ଦିଲ୍ଲୀପ ରଥ, ଦେବ କିଶୋର ଦାନୀ, ଗୋରେଖନାଥ ସାହୁ, ଆର୍ତ୍ତତ୍ରାଣ ବାବୁ, ସନ୍ତୋଷ ପାଢ଼ୀ, ହରିହର ଶତପଥି, ଇନ୍ଦୁମତୀ ପୁରୋହିତ, କୃଷ୍ଣ ଚନ୍ଦ୍ର ବିଶି, ଇନ୍ଦ୍ର ମଣି ଦାଶ, କୃପା ସିନ୍ଧୁ ପାଣିଗ୍ରାହୀ, ସୂର୍ଯ୍ୟ ସରାଫ ପ୍ରମୁଖ ସଦସ୍ୟ ପ୍ରଶ୍ନ ଉତ୍ତର ରେ ଭାଗ ନେଇ କାର୍ଯ୍ଯକ୍ରମ ରେ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.

Leave a Reply

Your email address will not be published. Required fields are marked *