April 24, 2025
Home » ସଚେତନ ପାଇଁ ବନବିଭାଗ କରୁଛି ମାକର ବିହା

ସଚେତନ ପାଇଁ ବନବିଭାଗ କରୁଛି ମାକର ବିହା

0

ବଲାଙ୍ଗିର:ଜାଇଫୁଳ ରେ ଜାଇଫୁଳ,ଜଙ୍ଗଲ ଥିଲେ ହେବା ଗାଁର ମଙ୍ଗଲ। ଖରାଦିନ ପୂର୍ବରୁ ଏନ୍ତା ନାଚଗାନା ଥି ମାକର ବିହା(ମାଙ୍କଡ଼ ବିବାହ) ପଥପ୍ରାନ୍ତ ନାଟକ କରି ଗାଁ ଗାଁରେ ସଚେତନ କରୁଛି ବନବିଭାଗ। ଖରାଦିନରେ ଜଙ୍ଗଳରେ ନିଆଁ ନଲଗାଇବା ପାଇଁ ନିବେଦନ କରୁଛି ବନବିଭାଗ। ଦେଖିବା ଏହି ରିପୋର୍ଟ।


ଗାଁ ମଝିରେ ବାଜୁଛି ଢୋଲ ନିଶାନ ତାସା,ଏହା କୌଣସି ବ୍ରତ ଘର କି ବାହାଘର ପାଇଁ ନୁହେଁ,ବରଂ ଲୋକଙ୍କୁ ସଚେତନ ପାଇଁ। -ପାଏନ ମିଲୁଛେ ପବନ ମିଲୁଛେ। ଜଙ୍ଗଲ ନାଇଁ ଥିଲେ ସବୁ ଖାର। ଜଙ୍ଗଲ ପଦା ହେଲେ ମୁନୁଷ ବଞ୍ଚବାର ମୁସ୍କିଲ। ସହର ରେ ସିନା ଲୋକବାକ ବଡବଡ ଗାଡି ଘର କରି ରହୁଛନ ହେଲେ ଭଲ ପବନ ଟିକେ ଲାଗି ମୁହଁରେ ତୁଣ୍ଡି ଦେଇଛନ(ମାକ୍ସ)। ହେଲେ ଗାଁର ଲୋକେ ଜଙ୍ଗଲରୁ ଚାର ମହୁଲ,କେନ୍ଦୁ ଆମ୍ବ,ଜାମୁ,ହରଡା ବାହାଡ ଅଁଲା,ବହଲକଢ ସାଙ୍ଗରେ ନାନା ରକମର ଜିନିଷ ମିଲୁଛି। ଜଙ୍ଗଲରେ ନିଆଁ ଲାଗିଲେ ଏସବୁ ଜଳି ପୋଡି ପାଉଁଷ ହେବା ସହ ବନ୍ୟଜନ୍ତୁ ଙ୍କ ଜୀବନ ଯାଉଛି। ପ୍ରତିବର୍ଷ ଖରାଦିନରେ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ଲକ୍ଷଲକ୍ଷ ଗଛ ନଷ୍ଟ ହେଉଛି। ଏହାକୁ ରୋକିବା ପାଇଁ ବଲାଙ୍ଗିର ବନବିଭାଗ ଖରାଦିନ ପୂର୍ବରୁ ଉଦ୍ୟମ ଆରମ୍ଭ କରିଛି। ଆଜି ଦେଓଗାଁ ବ୍ଲକ ଉପରଝର ଗାଁରେ ବନବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ କରିଛି। ନାଚ ଗୀତ ମାଧ୍ୟମରେ ଲୋକଙ୍କୁ ବୁଝାଉଛନ୍ତି। ଜଙ୍ଗଲ ହିଁ ଜୀବନ। ଜଙ୍ଗଲ ବିନା ମଣିଷର ଅସ୍ତିତ୍ବ ନାହିଁ l ଖରାଦିନରେ ଜଙ୍ଗଲରେ ନିଆଁ ଲାଗିଥିଲେ ରାତିରେ ଲିଚୁ ଲାଇଟ ଭଲି ଦେଖାଯାଏ। ଗାଁ ଲୋକେ କୁହନ୍ତି ମାକର ବିହା (ମାଙ୍କଡ଼ ବାହା)ବୋଲି। କିନ୍ତୁ ନିଆଁ ଲାଗି ଗଛପତ୍ର ପୋଡିବା ସହ ଜୀବଜନ୍ତୁଙ୍କ ଜୀବନ ଯାଏ। ଏହାକୁ ରୋକିବାକୁ ମାକର ବିହା ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯଉଛି। ଖରାଦିନ ସାରା ଏହି ପଥପ୍ରାନ୍ତ ନାଟକ ଗାଁ ଗାଁରେ କରିବାକୁ ବନବିଭାଗ ଅଣ୍ଟା ଭିଡିଛି। ଜଙ୍ଗଲରେ ଯିଏ ନିଆଁ ଲଗାଇବ ଜେଲ ଯିବା ସହ ୨୫ ହଜାର ଟଙ୍କାର ଜରିମାନା ଦେବାକୁ ଓଡିଶା ଫରେଷ୍ଟ ଆକ୍ଟରେ ପ୍ରାବଧାନ ରହିଛି।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *