July 6, 2025
Home » ସଟ୍ ଫିଲ୍ମ “ମୋର ଭଞ୍ଜାର ଟୁକେଲ ଦେଖା “ର ଶୁଭ ମହୁରତ l

ସଟ୍ ଫିଲ୍ମ “ମୋର ଭଞ୍ଜାର ଟୁକେଲ ଦେଖା “ର ଶୁଭ ମହୁରତ l

0
WhatsApp Image 2024-11-10 at 8.10.41 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ଚମ୍ପାମାଲ ଗ୍ରାମରେ ବିଏମପୁରିଆ ପିଲା ୟୁଟ୍ୟୁବ ଚେନାଲ ପକ୍ଷରୁ ସମ୍ବଲପୁରୀ ସଟ ଫିଲ୍ମ “ମୋର ଭଞ୍ଜାର ଟୁକେଲ ଦେଖା” ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପୂଜାର୍ଚ୍ଚନା ପରେ ସୁଟିଂ ଆରମ୍ଭ ହୋଇଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳର ଯୁବ କଳାକାର ମାନେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ସମାଜକୁ ସଚେତନତା ବାର୍ତ୍ତା ପ୍ରଦାନ ସହ ଶିକ୍ଷଣୀୟ ବିଭିନ୍ନ ବିଷୟରେ ରହିଥିବା ପ୍ରୟୋଜକ ନାରାୟଣ ବେହେରା କହିଛନ୍ତି। ଆସନ୍ତା ୧୪ ରେ ଏହା ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି।‌ ଏଥିରେ ଭକ୍ତରାମ ପଧାନ ନିର୍ଦ୍ଦେଶନା ଦେଉଥିବା ବେଳେ ଭଗବାନ ପଧାନ ସୁଟିଂ ରେ ସହଯୋଗ କରିଛନ୍ତି। ବିଭିନ୍ନ ଭୁମିକାରେ ଭକ୍ତ,ଶୋଭା, କୃଷ୍ଣ, ନାରାୟଣ, ଭଗବାନ, ଜଗଦିଶ,ଦୈଇତାରି, ସୁବ୍ରତ,ରୁବି,ଜିତ୍ ପ୍ରମୁଖ ଅଭିନୟ କରୁଛନ୍ତି।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *