October 23, 2025
Home » ସଡକ ଦୁର୍ଘଟଣା ରେ ତରଭା ର ୩ ଜଣ ମୃତ ଓ ଜଣେ ଗୁରୁତର,

ସଡକ ଦୁର୍ଘଟଣା ରେ ତରଭା ର ୩ ଜଣ ମୃତ ଓ ଜଣେ ଗୁରୁତର,

0
WhatsApp Image 2025-10-15 at 6.55.04 PM

 

ସୁବର୍ଣ୍ଣପୁର –ଗତ କାଲି ଅର୍ଥାତ ମଙ୍ଗଳବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ତରଭା ପାଇଁ ଏକ ଅଶୁଭ ସକାଳ ଥିଲା । ବୈଷ୍ଣଦେବୀ ଙ୍କ ଦର୍ଶନ ପାଇଁ ଯାଇଥିବା ଦୁଇଟି ପରିବାରର ୩ ଜଣ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଜମ୍ବୁ ର ଜିଏମସି ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ତରଭା ର ଦୁଇ ବନ୍ଧୁ ବିଚିତ୍ର କୁମାର ସାହୁ(୬୬),ତାଙ୍କର ପତ୍ନୀ କବିତା ସାହୁ (୫୮), ଯୋଗୀନ୍ଦ୍ର ମଟାରୀ (୬୬), ତାଙ୍କର ପତ୍ନୀ ସ୍ନେହଲତା ମଟାରୀ (୫୬),ପୁଅ ଆଶୁତୋଷ ମଟାରୀ, ଝିଅ ଚିନ୍ମୟୀ ମଟାରୀ ଓ ପୁତ୍ରବଧୁ ଅଲିଭା ମଟାରୀ ଗତ ୧୧ ତାରିଖ ବଲାଙ୍ଗୀରରୁ ବୈଷ୍ଣଦେବୀ ଦର୍ଶନ ପାଇଁ ଯାଇଥିଲେ। ଗତକାଲି ଅର୍ଥାତ୍ ମଙ୍ଗଳବାର ସକାଳ ୯ ଟାରେ ବୈଷ୍ଣଦେବୀଙ୍କ ଦର୍ଶନ କରି ହେଲିକେପ୍ଟରରେ କଟରାକୁ ଫେରିଥିଲେ। କଟରା ହେଲିପ୍ୟାଡ଼ ରୁ ଗୋଟିଏ ଅଟୋ ଭଡା କରିଥିଲେ। ଅଟୋ ନମ୍ବର ଜେକେ ୧୪ ସି ୯୫୧୮ ରେ ଦୁଇ ବନ୍ଧୁ ସପତ୍ନୀଙ୍କ ବସିଥିବା ବେଳେ ଅନ୍ୟମାନେ ଚାଲି ଚାଲି ଆସୁଥିଲେ । ଜାମ୍ମୁ କଟରା ଏକ୍ସପ୍ରେସୱେରେ ଅଟୋ ଯାଉଥିବା ବେଳେ ଏକ ବୁଲାଣିରେ ବିପରୀତ ଦିଗରୁ ଆସୁଥିବା ଏକ ବସ ଅଟୋକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ ଅଟୋଟି ଚୁରମାର ହୋଇଯାଇଥିଲା।ଏଥିରେ ଘଟଣା ସ୍ଥଳରେ ବିଚିତ୍ର, ଯୋଗୀନ୍ଦ୍ର ଓ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ କବିତା ଓ ସ୍ନେହଲତା ଗୁରୁତର ଆହତ ହୋଇଥିଲେ। ପୁଲିସ ଓ ଉଦ୍ଧାରକାରୀ ଦଳ ସଙ୍ଗେ ସଙ୍ଗେ ସମସ୍ତଙ୍କୁ କଟରା ସିଏଚସି କୁ ନେଇଥିଲେ। ବିଚିତ୍ର ଓ ଯୋଗୀନ୍ଦ୍ର ଓ ଡ୍ରାଇଭର ଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ଗୁରୁତର କବିତା ଓ ସ୍ନେହଲତା ଙ୍କୁ ଜମ୍ବୁ ର ଜିଏମସି ଡାକ୍ତରଖାନା କୁ ରେଫର କରିଥିଲେ। ଜମ୍ମୁ ଯିବା ରାସ୍ତାରେ କବିତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଜିଏମସି ଡାକ୍ତରଖାନାରେ ଗୁରୁତର ସ୍ନେହଲତାଙ୍କ ଚିକିତ୍ସା ଚାଲିଛି। ମୃତ ବିଚିତ୍ର ତରଭା ର ବରିଷ୍ଠ ନାଗରିକ ସଂଘର ସମ୍ପାଦକ, ସରସ୍ୱତୀ ଶିଶୁ ମନ୍ଦିର କମିଟିର ସମ୍ପାଦକ ସହ ବହୁ ଅନୁଷ୍ଠାନ ସହ ଜଡିତ ଥିଲେ।ଯୋଗୀନ୍ଦ୍ର ମଟାରୀ ବରିଷ୍ଠ ନାଗରିକ ସଂଘର ସହ ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ। ଉଭୟ ବନ୍ଧୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଚାକିରୀ କରି ଅବସର ଗ୍ରହଣ କରିଥିଲେ। ଏହି ଦୁର୍ଘଟଣା ଜଣା ପଡ଼ିବା ପରେ ତରଭା ଅଞ୍ଚଳରେ ଶୋକ ପ୍ରକାଶ ପାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *