September 21, 2024
Home » ସଡକ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ

ସଡକ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ

0

ସଡକ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ପରସ୍ପର ସୁସମନ୍ୱୟ ରଖି କାର୍ଯ୍ୟ କଲେ ସଡକ ସୁରକ୍ଷା ସଫଳ ହେବା ସହ ଅନେକ ଜୀବନ ରକ୍ଷା ହୋଇ ପାରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ପରିବହନ ବିଭାଗ ପକ୍ଷରୁ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ବେହେରା ସଡକ ସୁରକ୍ଷା ପାଇଁ ଥିବା ନିୟମ ଓ ମାର୍ଗଦର୍ଶିକା କୁ ଅନୁପାଳନ କରାଗଲେ ନିଶ୍ଚିତ ଭାବେ ଦୁର୍ଘଟଣା ହ୍ରାସ ପାଇବ ।ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ, ପୋଲିସ ବିଭାଗ, ପରିବହନ ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ଧରପଗଡ ଜାରି ରଖିବା,ଲୋକ ମାନଙ୍କୁ ସଚେତନ କରାଇବା, ଦୁର୍ଘଟଣା ପ୍ରବଣ ସ୍ଥାନ ଓ କାରଣ ଚିହ୍ନଟ କରି ବୈଜ୍ଞାନିକ ପଦ୍ଧତିରେ ଏହାର ନିରାକରଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। ପ୍ରାରମ୍ଭରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଓଏସଡି ରବିନ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାର ତଥ୍ୟ ଉପସ୍ଥାପନ କରିଥିଲେ।

 

 


ଜିଲ୍ଲାରେ ୨୦୨୪ ଜୁନ ମାସ ସୁଦ୍ଧା ୨୯୭ ଟି ରାସ୍ତା ଦୁର୍ଘଟଣା ହୋଇ ଥିବା ବେଳେ ୮୪ ଜଣଙ୍କ ର ମୃତ୍ୟୁ ଘଟିଛି।୨୦୨୩ ଜୁନ ସୁଦ୍ଧା ୮୮ ଟି ଦୁର୍ଘଟଣା ଘଟିଥିବା ବେଳେ ୭୯ ଜଣଙ୍କ ର ମୃତ୍ୟୁ ଘଟିଥିଲା।୨୦୨୩ ଜାନୁଆରୀ ରୁ ଡିସେମ୍ବର ସୁଦ୍ଧା ୩୩୦ ଦୁର୍ଘଟଣା ଘଟି ୧୬୧ ଙ୍କ ର ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ଜୁଲାଇ ସୁଦ୍ଧା ୧୩୮୪ ବିନା ହେଲମେଟ ଯାଞ୍ଚ କରାଯାଇ ୪୭ ଲାଇସେନ୍ସ ସସପେଣ୍ଡ କରାଯାଇଥିବା ବେଳେ ଦ୍ରୁତ ଗତିରେ ଗାଡି ଚାଳନା କ୍ଷେତ୍ରରେ ୩୦୯୩ କେଶ ମଧ୍ୟରୁ ୪୭୮ ଲାଇସେନ୍ସ ସସପେଣ୍ଡ କରାଯାଇଛି।ସିଟବେଲ୍ଟ ଉଲ୍ଲଘଂନ କ୍ଷେତ୍ରରେ ୪୦ ଜଣ,ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୯୪ ଜଣ,ମାଦକ ଦ୍ରବ୍ୟ ସେବନ କରି ଗାଡି ଚାଳନା କ୍ଷେତ୍ରରେ ୧୨୫ ଜଣଙ୍କୁ ଚିହ୍ନଟ କରାଯାଇଥିଲା।ଏହି ସମସ୍ତ ଘଟଣାରେ ମୋଟ ୪୭୫୪ କେଶ ମଧ୍ୟରୁ ୫୭୭ ଜଣଙ୍କ ଲାଇସେନ୍ସ ରଦ୍ଦ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଥିଲା।୨୦୨୪ ଜୁଲାଇ ମାସ ସୁଦ୍ଧା ୮୭୦ ଚାଲାଣ କଟାଯାଇ ୪୪୫ ଫଏସଲା ହୋଇ ୨୧,୭୫,୮୫୧ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ୪୨୫ ଟି ପେଣ୍ଡିଙ୍ଗ ରହିଛି ଓ ୭୧ ଜଣଙ୍କ ର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି ବୋଲି ପରିବହନ ବିଭାଗ ସୂତ୍ରରୁ ପ୍ରକାଶ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ପୌରପାଳିକା ର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଟ୍ରାଫିକ ଡିଏସପି ଚନ୍ଦନ ଘଡାଇ, ଜାତୀୟ ରାଜପଥର ସାଇଟ ଇଞ୍ଜିନିୟର ନିହାର ସ୍ୱାଇଁ, ଏମଭିଆଇ ଅମିତ କୁମାର ରଣା, ଅନ୍ୟାନ୍ୟ ବିଭାଗର ଅଧିକାରୀ,ବସ ମାଲିକ ସଂଘର ପ୍ରତିନିଧି ଓ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ ଥିଲେ।

Leave a Reply

Your email address will not be published. Required fields are marked *