December 18, 2025
Home » ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସ୍ଵାମୀଙ୍କ ସିଲିକନ୍ ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରି ବିବାହ କରି ସଧବା ହେଲେ ସାଗରିକା

ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସ୍ଵାମୀଙ୍କ ସିଲିକନ୍ ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରି ବିବାହ କରି ସଧବା ହେଲେ ସାଗରିକା

0
WhatsApp Image 2025-04-09 at 5.00.19 PM

ଦୁଇ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସ୍ଵାମୀଙ୍କ ସିଲିକନ୍ ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରି ବିବାହ କରି ସଧବା ହେଲେ ସାଗରିକା । ହାତରେ ଶଙ୍ଖା, ମଥାରେ ନିଜେ ସିନ୍ଦୂର ଲଗେଇ ଖୁବ୍ ଖୁସି ଥିବା କହିଛନ୍ତି ସାଗରିକା । କଥାଟି ଶୁଣିବାକୁ ଅବାସ୍ତବ ଲାଗିଲେ ହେଁ ଏହା ବାସ୍ତବରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ସଦରାଞ୍ଚଳରେ ଦେଖିବାକୁ ମିଳିଛି ।

ସୂଚନା ମୁତାବକ ମୁନିଗୁଡାରେ ଡାକ୍ତର ଭାବେ କାର୍ଯ୍ୟରତ ଜଣେ ଡାକ୍ତର ସମୀର ରାୟଙ୍କ ୨୦୨୩ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ପରିବାରବର୍ଗ ଭୂଲି ପାରିନଥିଲେ । ସ୍ବାମୀଙ୍କୁ ହରାଇବା ପରେ ସ୍ତ୍ରୀ ସାଗରିକା ରାୟ ଦୁଃଖରେ ଭାଙ୍ଗି ପଡି ହତାଶ ହୋଇଯାଇଥିଲେ । ସ୍ବାମୀଙ୍କ ମୃତ୍ୟୁ ପରେ ଏକ ମେଡ଼ିକାଲ ଷ୍ଟୋର କରି ପରିବାର ପୋଷଣ କରୁଥିବା ସ୍ତ୍ରୀ ସାଗରିକା ଓ ପୁଅ ସୂରଜ ଓ ଝିଅ ଅଙ୍କିତା ପ୍ରତି ମୁହୁର୍ଭରେ ଝୁରୁ ଥିଲେ । ପରିଶେଷରେ କୋଲକାତାରୁ ସମୀରଙ୍କର ଏକ ଅବିକଳ ସିଲିକନ୍ ପ୍ରତିମୂର୍ତ୍ତି ତିଆରି କରାଇ ତାକୁ ମୁନିଗୁଡ଼ାସ୍ଥିତ ବାସଭବନରେ ସନାତନ ଧର୍ମ ଅନୁଯାୟୀ ସ୍ଥାନୀୟ ପୁରୋହିତ ନିକୁଞ୍ଜ ଶତପଥୀ ସିଲିକନ ପ୍ରତିମୂର୍ତ୍ତିର ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ମନ୍ତ୍ର ପାଠ,ପୂଜାର୍ଚ୍ଚନା ସହ ପ୍ରାଣ ପ୍ରତିଷ୍ଠା କରି ସ୍ଥାପନ କରିବା ପରେ ନିଜ ଦୁଇ ସନ୍ତାନଙ୍କ ଓ ପରିବାର ଉପସ୍ଥିତିରେ ସାଗରିକା ସ୍ବାମୀଙ୍କ ପ୍ରତିମୂର୍ତ୍ତି ସହ ପୁଣିଥରେ ବିବାହ କରି ଶଙ୍ଖା, ସିନ୍ଦୂର ପିନ୍ଧିଛନ୍ତି। ପୂରା ଜୀବନ୍ତ ଦିଶୁଛନ୍ତି ସ୍ବାମୀ ସମୀରଙ୍କର ପ୍ରତିମୂର୍ତ୍ତି ସହ ପୁନଃ ବିବାହ କରି ଏକ ଶାଶ୍ବତ ଓ ଚିରନ୍ତନ ପ୍ରେମ ଯାହାକି ପବିତ୍ର ସ୍ବାମୀ ସ୍ତ୍ରୀ ମଧ୍ୟରେ ଥିବା ପ୍ରମାଣିତ କରିପାରିଛନ୍ତି ସାଗରିକା ।ସାଗରିକା ନିଜ ସୁନା ଗହଣା ବିକ୍ରୀକରି ପ୍ରାୟ ପାଞ୍ଚ ଲକ୍ଷ୍ୟ ଟଙ୍କାର ଡାକ୍ତର ସମୀର ରାୟଙ୍କ ସିଲିକନ୍ ପ୍ରତିମୂର୍ତ୍ତି ତିଆରି କରାଇଥିଲେ ଯାହା କି ତିଆରି କରିବାକୁ ପ୍ରାୟ ଛଅ ମାସ ସମୟ ଲାଗିଥିଲା ।
ଦୁଇ ପୁଅ ଝିଅଙ୍କୁ ଉଚ୍ଚ ଶିକ୍ଷା ପଢ଼ାଇ ଭଲ ମଣିଷ କରି ସ୍ଵାମୀଙ୍କ ସ୍ବପ୍ନ ପୂରଣ କରିବା ପାଇଁ ଦୃଢତାର ସହ ସମ୍ପୂର୍ଣ୍ଣ ରୂପେ ପ୍ରତିଜ୍ଞାବୋଧ ସ୍ତ୍ରୀ ସାଗରିକ । ମୃତ ଡାକ୍ତର ସମୀର ୨୦୧୭ ମସିହାରୁ ନିଜ ପରିବାର ସହ ମୁନିଗୁଡା ଆସି ରହୁଥିଲେ ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *