July 1, 2025
Home » ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ଗୁରୁତ୍ୱ ପୂର୍ଣ୍ଣ ବୈଠକ

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ଗୁରୁତ୍ୱ ପୂର୍ଣ୍ଣ ବୈଠକ

0
WhatsApp Image 2025-05-14 at 2.18.50 PM----

କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅଞ୍ଚଳରେ ବଢ଼ୁଥିବା ଦୁର୍ଘଟଣା ରୋକିବାକୁ ଚମ୍ପୁଆ ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୮ଟି ଏଜେଣ୍ଡା ଉପରେ ଗଭୀର ଆଲୋଚନା, ସୁରକ୍ଷା ବୃଦ୍ଧି ପାଇଁ ନେଉଥିଲେ ଦୃଢ ନିଷ୍ପତ୍ତି କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳରେ ଦିନକୁ ଦିନ ବଢ଼ୁଥିବା ସଡକ ଦୁର୍ଘଟଣା ନେଇ ସ୍ଥାନୀୟ ପ୍ରଶାସନ ଚିନ୍ତିତ। ଏହି ପରିପ୍ରେକ୍ଷୀତରେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା ଙ୍କ ଅଧ୍ୟକ୍ଷତାରେ ବଡ଼ବିଲ ରୁଙ୍ଗଟା ଟାଉନ ହୋଲରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉଦ୍ଦେଶ୍ୟ ଥିଲା — ସଡକ ଦୁର୍ଘଟଣା ହ୍ରାସ କରି ଲୋକଙ୍କ ଜୀବନ ଓ ସମ୍ପତ୍ତିକୁ ସୁରକ୍ଷିତ କରିବା।

ଏହି ବୈଠକରେ ବଡ଼ବିଲ ତହସିଲଦାର ରାକେଶ ପଣ୍ଡା, ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବେନ୍ଦ୍ରନାଥ ପିଙ୍ଗୁଆ, ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ନାୟକ,ବଲାଣି ଥାନାଅଧିକାରୀ ଲୋବ ବୁଢା ,ଅବକାରୀ ଏନିଷପେକ୍ତର ଏଚ .ଯୋଗା ରାଓ ,ଏମ.ଭି. ଆଇ ଅରୁଣ କୁମାର ସାହୁ,  ବଡ଼ବିଲ ଗୋଷ୍ଠୀ ସସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଡାକ୍ତର ସୌଭାଗ୍ୟ ରଶ୍ମି ରଞ୍ଜନ ସାମଲ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
୧୮ଟି ମୁଖ୍ୟ ଏଜେଣ୍ଡା ଉପରେ ହେଲା ଆଲୋଚନା:

1. ଜାତୀୟ ରାଜପଥ ଉପରେ CCTV କେମେରା ସ୍ଥାପନ ।
2. ଆଲୋକ ବ୍ୟବସ୍ଥା ବଢ଼ାଇବା ।
3. ପାର୍ଶ୍ୱ ବ୍ୟାରିକେଡ୍ ନିର୍ମାଣ ।
4. ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା ।
5. ରାଜପଥ ପାଇଁ ପାଟ୍ରୋଲିଂ ଯାନ ନିୟୋଜନ ।
6. ସଡକ ରକ୍ଷଣାବେକ୍ଷଣ ବ୍ୟବସ୍ଥା ।
7. ଦୁର୍ଘଟଣା ପ୍ରବଣ କ୍ଷେତ୍ର ଚିହ୍ନଟ ।
8. ଯାନବାହାନର ଫିଟନେସ ଯାଞ୍ଚ ।
9. ରାସ୍ତା ପାର୍ଶ୍ୱରେ ଥିବା ମଦ ଦୋକାନ ଉପରେ କଡା ନିୟନ୍ତ୍ରଣ ।
10. ଡ୍ରାଇଭର ଲାଇସେନ୍ସ ଯାଞ୍ଚ ।
11. ଯାତ୍ରା ସମୟ ଓ ନିୟମିତା ।
12. ଟ୍ରାଫିକ୍ ସିଷ୍ଟମର ଅଧୁନିକିକରଣ ।
13. CCTV ଦ୍ୱାରା ଯାନଚାଳନ ଉପରେ ନଜର ।
14. ଆମ୍ବୁଲାନ୍ସ ରେସ୍ପୋନ୍ସ ଟାଇମ ବୃଦ୍ଧି ।
15. ଅନଧିକୃତ ପାର୍କିଂ ରୋକିବା ପାଇଁ କଡା ପଦକ୍ଷେପ ।
16. ନିର୍ଦ୍ଧାରିତ ପାର୍କିଂ ସ୍ଥଳ ବିକାଶ ।
17. ଦୁର୍ଘଟଣା ରିପୋର୍ଟ ସଂଗ୍ରହ ଓ ଶ୍ରେଣୀବଦ୍ଧ କରିବା ।
18. ଆବଶ୍ୟକ ଜାଗାରେ ସ୍ପିଡ୍ ବ୍ରେକର ନିର୍ମାଣ ।

ଉପଜିଲ୍ଲାପାଳଙ୍କ କଠୋର ସନ୍ଦେଶ:
ଉପଜିଲ୍ଲାପାଳ ଉମାକାନ୍ତ ପରିଡା ବୈଠକରେ ସ୍ପଷ୍ଟ କହିଦେଇଛନ୍ତି ଯେ, “ଦୁର୍ଘଟଣା ଏକ ମାନବୀୟ ବିପର୍ଯ୍ୟୟ। ଏହାକୁ ରୋକିବା ପାଇଁ ପ୍ରଶାସନ, ପୁଲିସ, ଅଭିଯାନ ବିଭାଗ ଓ ସାଧାରଣ ଲୋକମାନେ ମିଳି କାମ କରିବା ଦରକାର।” ସେ ସମସ୍ତ ବିଭାଗ ଅଧିକାରୀଙ୍କୁ ସମୟସିମା ମଧ୍ୟରେ କାର୍ଯ୍ୟଯୋଗ୍ୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ପୂର୍ଣ୍ଣ ବୈଠକରେ ଏକ ମୁଖ୍ୟ ସନ୍ଦେଶ ଦିଆଯାଇଛି— “ଜୀବନ ଅମୂଲ୍ୟ, ଏହାକୁ ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ।”

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ୍ ।

Leave a Reply

Your email address will not be published. Required fields are marked *