ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା

ସୁବର୍ଣ୍ଣପୁର — ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା ପିଏମଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଦହ୍ୟାର ପ୍ରଧାନ ଶିଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ଜୁନିଅର୍ ରେଡ଼କ୍ରସର ଇନଚାର୍ଜ ଶ୍ରୀମାନ ସୁଶାନ୍ତ ବେଜୀଙ୍କ ତତ୍ଵାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଜାତୀୟ ରାଜପଥ ନଂ -୫୭ ରେ “ସଡ଼କ ସୁରକ୍ଷା ମାସ” ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଛାତ୍ରଛାତ୍ରୀ ମାନେ ରାସ୍ତାରେ ବିନା ହେଲମେଟରେ ଯାଉଥିବା ବାଇକ୍ ଚାଳକ ଓ ବିନା ସିଟ୍ ବେଲ୍ଟରେ ଯାଉଥିବା ବଡ଼ଗାଡ଼ି ଚାଳକଙ୍କୁ ଅଟକାଇ ସଚେତନ କରିଥିଲେ। ଉକ୍ତ ସମୟରେ ମାନ୍ୟବର ବାଣିଜ୍ୟ, ସଡ଼କ ଓ ପରିବହନ ଏବଂ ଇସ୍ପାତ ଓ ଖଣିମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନାଏହି ଅବସରରେ ରାଲିରେ ଯୋଗଦେଇ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ସଚେତନତା ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ଓ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର