ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ରକ୍ତଦାନ ଶିବିର ଉଦଘାଟନ କଲେ ଜିଲ୍ଲାପାଳ

ରାୟଗଡ ଜିଲ୍ଲାରେ ସଡ଼କ ଦୁର୍ଘଟଣା ମାମଲା ହ୍ରାସ କରିବା ନିମନ୍ତେ ୨୭/୦୧/୨୫ ତାରିଖ ଆଜି ସଡ଼କ ସୁରକ୍ଷା ମାସ ଜାନୁଆରୀ ୦୧ ତାରିଖ ଠାରୁ ଆରମ୍ଭ କରାଯାଇ ଆସନ୍ତା ଜାନୁଆରୀ ୩୧ ତାରିଖ ଯାଏଁ ଜିଲ୍ଲାରେ ପାଳନ କରାଯାଉଛି l ଏହି ସମୟରେ ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ଓ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବ ଶଙ୍କର ଚୌଧୁରୀ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ହେଉଛି । ଆଜି ଆଞ୍ଚଳିକ ପରିବହନ ବିଭାଗ ଓ ଡ. ଏପି ଯେ ଅବଦୁଲ କଲାମ ଫାଉଣ୍ଡସନ ଟ୍ରଷ୍ଟ ରୟାଗଡ଼ର ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରକୁ ରୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ସ୍ଥାନୀୟ ଅଞ୍ଚିଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଉଦଘାଟନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ, ଡାକ୍ତର ଲାଲମୋହନ ରାଉତରାୟ,ଡ଼. ଗୌତମ ପଟ୍ଟନାୟକ,ମୋଟର ଗାଡ଼ି ନିରୀକ୍ଷକ ଶ୍ରୀ ରାଜ କୁମାର ବେହେରା, ଜିଲ୍ଲା ସୂଚନା ଓ ଲକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଆରଟିଓ ଙ୍କ କlର୍ଯ୍ୟଳୟର ଅନ୍ୟାନ୍ୟ କର୍ମଚାରୀ,ଜିଲ୍ଲାର ବିଭିନ୍ନ ସଙ୍ଘଠନକୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆଜିର ଶିବିରରେ ମୋଟ ୫୩ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଦୁର୍ଘଟଣା ଜନିତ ରକ୍ତ ଅଭାବରୁ କେହି ଯେପରି ନମରନ୍ତି ସେଥିପାଇଁ ରକ୍ତଦାନ ଶିବିର ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଉଛି ବୋଲି ଆରଟିଓ ଶ୍ରୀ ଚୌଧୁରୀ ପ୍ରକାଶ କରିଥିଲେ । ଆଜିର ଶିବିରରେ ବସ ମାଲିକ ସଙ୍ଘ, ଟ୍ରକ ମାଲିକ ସଙ୍ଘ, ଅଟଆସୋସିଏସନ,ଡ୍ରାଇଭର ମହାସଂଘ ଓ ଜନସାଧାରଣ ଆଦି ବହୁ ସଂଖ୍ୟାରେ ସାମିଲ ହୋଇ ରକ୍ତ ଦାନ କରିଥିଲେ l
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ