ସଦଭାବନା ଓ ଆଲିମକୋ ର ସହାୟକ ଉପକରଣ ବଣ୍ଟନ ନିମନ୍ତେ ଚିହ୍ନଟ ଶିବିର।

କେନ୍ଦୁଝର ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଦଭାବନା ଓ ଭାରତ ସରକାର ଙ୍କ ଆଲିମକୋ ସଂସ୍ଥା ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ରଘୁନାଥପୁର ଗ୍ରାମ ର ପ୍ରୟାସ ସେବା ଗ୍ରାମ ଠାରେ ସହାୟକ ଉପକରଣ ବଣ୍ଟନ ନିମନ୍ତେ ଏକ ଚିହ୍ନଟୀ କରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀଯୁକ୍ତ ବିପ୍ଳବ କେଶରୀ ସାମନ୍ତରାୟ ଶୁଭ ଉଦ୍ଘାଟନ କରିଥିଲେ।
ଏହି ଶିବିର ରେ ଅଲମିକୋ ର ଡ଼ ସତ୍ୟବ୍ରତ ଗିରି ଓ ଅରୁଣ କୁମାର ଦାସ ଯୋଗ ଦେଇ ୧୮୦ ଜଣ ବୌଦ୍ଧିକ ଅନଗ୍ରସର୍ ଓ ମସ୍ତିଷ୍କ ପକ୍ଷାଘାତ ପିଲାଙ୍କର ଚିହ୍ନଟୀ କରଣ କରିଥିଲେ। ପରବର୍ତ୍ତୀ ସମୟରେ ଏହି ପିଲାମାନଙ୍କୁ ଆଲିମ୍ କୋ ତରଫରୁ ଆବଶ୍ୟକୀୟ ସହାୟକ ଉପକରଣ ବଣ୍ଟନ କରାଯିବ। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସମସ୍ତ କର୍ମୀ ମାନେ ଉପସ୍ଥିତ ରହି ସଫଳ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )