February 4, 2026
Home » ସନ୍ଥ ରବି ଦାସଜୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ

ସନ୍ଥ ରବି ଦାସଜୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ

0
WhatsApp Image 2026-02-03 at 1.58.20 PM (1)

 

ସୁବର୍ଣ୍ଣପୁର–ଭାରତୀୟ ଜନତା ପାର୍ଟି ସୁବର୍ଣ୍ଣପୁର ଜିଲ୍ଲା ଶାଖା ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ସନ୍ଥ ରବି ଦାସଜୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସୋନପୁର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଅଟଳ ବିହାରୀ ବାଜପେୟୀ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ସୁମନ୍ତ ଜଗଦଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ରାଜ୍ୟ ଦ୍ଵାରା ନିଯୁକ୍ତ ମୋର୍ଚ୍ଚାର ଜିଲ୍ଲା ପ୍ରଭାରୀ ପ୍ରମୋଦ ଛତର ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ପୂର୍ବତନ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଓକିଲ ଶେଠ୍, ଅନନ୍ତ ପାଣିଗ୍ରାହୀ, ବଳରାମ ସୁନା, ଚଉତରା ଦୀପ, ମହିଳା ମୋର୍ଚ୍ଚା ସଭାପତି ରଶ୍ମି ଷଡ଼ଙ୍ଗୀ, ବିଜେପି ଉପସଭାପତି ସୁପ୍ରଭା ଶେଠ୍ ପ୍ରମୁଖ ଯୋଗଦେଇ ସନ୍ଥ ରବି ଦାସଜୀଙ୍କ ଉଚ୍ଚ ଆଦର୍ଶ ଓ ମୂଲ୍ୟବୋଧ ଭିତ୍ତିକ ଜୀବନର ଗୁଣଗାନ କରିଥିଲେ। ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶି ସଭାକୁ ପରିଚାଳନା କରିଥିବା ବେଳେ ଶେଷରେ ଜିଲ୍ଲା ପରିଷଦ ସଭ୍ୟ ପ୍ରମିଳା କଲତା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *