July 28, 2025
Home » ସପ୍ତମ ଜିଲ୍ଲା ପରିଷଦ ବୈଠକ ଏବଂ ଦିଶା କମିଟୀ ବୈଠକ ଅନୁଷ୍ଠିତ

ସପ୍ତମ ଜିଲ୍ଲା ପରିଷଦ ବୈଠକ ଏବଂ ଦିଶା କମିଟୀ ବୈଠକ ଅନୁଷ୍ଠିତ

0
WhatsApp Image 2025-07-18 at 9.03.08 PM

ଛତ୍ରପୁର: ୭ମ ଜିଲ୍ଲା ପରିଷଦ ବୈଠକ ଓ ଜିଲ୍ଲା ଉନ୍ନୟନ ସମନ୍ବୟ ଓ ପର୍ଯ୍ୟାଲୋଚନା କମିଟୀ ବୈଠକ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି l
ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମତ୍ସ୍ୟ ଓ ପଶୁପାଳନ,ପ୍ରାଣୀ ସମ୍ପଦ ବିଭାଗ , ଆସ୍କା ମାନ୍ୟବର ସାଂସଦ ଶ୍ରୀମତୀ ଅନିତା ସୁଭଦର୍ଶନି ପଟ୍ଟନାୟକ, ବ୍ରହ୍ମପୁର ମାନ୍ୟବର ସାଂସଦ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ,ଜିଲ୍ଲା ପରିଷଦ ଉପାଧକ୍ଷା ଏସ ରଜେଶ୍ଵରୀ ଦୋରା, ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ , ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ୍ ସାମନ୍ତରାୟ ,ଆସ୍କା ବିଧାୟକ ସରୋଜ କୁମାର ପାଢ଼ୀ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ,ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା ମଞ୍ଚାସିନ ଥିଲେ l ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟର ମୃତ୍ୟୁବରଣ କରିଥିବା ଛାତ୍ରୀ ସୌମ୍ୟାଶ୍ରୀଙ୍କ ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରଥମେ ଜିଲ୍ଲାପାଳ   ଶ୍ରୀ ପରିଡ଼ା ସ୍ବାଗତ ଭାଷଣରେ ସରକାରଙ୍କ ସମସ୍ତ ଯୋଜନା ଗୁଡିକ ଲୋକଲୋଚନକୁ ଆଣି ସେଗୁଡିକ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ l 
ମଞ୍ଚାସିନ ଅତିଥି ବୃନ୍ଦ ଗଞ୍ଜାମ ଜିଲ୍ଲାର ଉନ୍ନତି ପ୍ରତି ଧ୍ୟାନ ଦେବା,ସରକାର ଓ ଜନପ୍ରତିନିଧି ମିଳିମିଶି କାମ କରିବା ,ରାଜ୍ୟ ଓ କେନ୍ଦ୍ର ଯୋଜନା କୁ ଗୁରୁତ୍ଵ ଦେବା , ରେଲୱେ,ସଡ଼କ,ଯୁବକ ଓ ଯୁବତୀ ଙ୍କ ନିଯୁକ୍ତି ପ୍ରତି ଧ୍ୟାନ ଦେବା , ଶିଳ୍ପ ର ବିକାଶ ,ଗଞ୍ଜାମ ଜିଲ୍ଲା କୁ ସରସ,ସୁନ୍ଦର ଓ  ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ଗୁରୁତ୍ଵ ଦେବା ବୋଲି କହିଥିଲେ l 
  ଉକ୍ତ ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ବିଭାଗ ତଥା ଗ୍ରାମ୍ୟ ଜଳ ଯୋଗାଣ ପରିମଳ, ଗ୍ରାମ୍ୟ ଉନ୍ନୟନ ବିଭାଗ, ରାସ୍ତା ଓ କୋଠାବାଡ଼ି, କୃଷି ଓ କୃଷକ ସଶକ୍ତି କରଣ, ଶିକ୍ଷା,ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ,ଖାଦ୍ୟ ଯୋଗାଣ , ଜଳ ସେଚନ ପ୍ରକଳ୍ପ, ଉଦ୍ୟାନ, ଓଡ଼ିଶା ଜୀବିକା ମିଶନ ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ , ବିଦ୍ୟୁତ୍ ବିଭାଗ, ମୃତ୍ତିକା ସଂରକ୍ଷଣ, ଜଙ୍ଗଲ ଓ ପରିବେଶ, ପାନୀୟ ଜଳ ଓ ପରିମଳ,ଶ୍ରମ ଓ ନିଯୁକ୍ତି, ପରିବହନ ଓ ଅବକାରୀ ପ୍ରଭୁତି ବିଷୟକୁ ନେଇ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା,ବ୍ଲକ ଅଧ୍ୟକ୍ଷ,ଅଧ୍ୟକ୍ଷା ଓ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା l ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟା ନିଜ ନିଜ ଅଞ୍ଚଳର ଯାହା ସବୁ ଅସୁବିଧା ରହିଛି ସେହି ବିଷୟରେ ଆଲୋଚନା ହୋଇଥିଲା l ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଜଙ୍ଗଲ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଉପରେ ଆଲୋଚନା କରାଯାଇଥିଲା । ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନା ଗୁଡିକ ତୃଣମୂଳ ସ୍ତରରେ ପହଞ୍ଚାଇବା ନିମନ୍ତେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତି ଗ୍ରାମକୁ ବିଦ୍ୟୁତ୍ ସେବା ଯୋଗାଇଦେବା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ଦୁର୍ଗମ ଅଞ୍ଚଳକୁ ସଡକପଥ ର ବ୍ୟବସ୍ଥା ସୁବିଧା କରାଯିବାପାଇଁ କୁହାଯାଇଥିଲା ।
  ଏହି ବୈଠକରେ ଗଞ୍ଜାମ ଜିଲ୍ଲା ପରିଷଦ ର ସମସ୍ତ ସଦସ୍ୟ ସଦସ୍ୟା, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଜନ ପ୍ରତିନିଧି, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *