ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ
ଶିକ୍ଷା ବିକାଶ ସମିତି ଯୋଜନା ଅନୁସାରେ ଧାମନଗର ବ୍ଲକ ଧୂଷୁରୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଧୂଷୁରୀରେ “ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ” ପାଳିତ ହୋଇଯାଇଛି | ଉକ୍ତ ଉତ୍ସବରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା କଳ୍ପନା ଦେବତାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୁଖ୍ୟଅତିଥି ରୂପେ ଧୂଷୁରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଶ୍ମିତା ପାତ୍ର ଓ ମୁଖ୍ୟ ବକ୍ତା ଭାବେ ଶ୍ରୀ ବୈରାଗୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ଅସୁରାଳିର ଆଚାର୍ଯ୍ୟା ସ୍ମିତା ରାଣୀ ରଥ ଯୋଗ ଦେଇ ନାରୀର ସାତ ଗୁଣ ଆଧାରିତ ସପ୍ତଶକ୍ତି, ଛଅ ଆୟାମ ଏବଂ କୁଟମ୍ବ ପ୍ରବୋଧନ ସହ ଶିଶୁ ମାନଙ୍କ ପାଇଁ ମାଆର ଭୂମିକା ବିଷୟରେ ଅବଗତ କରାଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ ଉପସ୍ଥିତ ଥିଲେ ଜଣେ ମା ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଗୁରୁମା ସରୋଜିନୀ ଯେନା ଅତିଥି ପରିଚୟ କରିଥିଲା ବେଳେ ରଶ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦମୟନ୍ତ୍ରୀ ସାହୁ, ରାଧାସ୍ମିତା ମୁଦୁଲି, ରଶ୍ମିତା ବେହେରା, ମାନିନୀ ସାହୁ, ଓ ଜୟଶ୍ରୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସେବିକା ମାମିନା ମହାପାତ୍ର ଓ ସୁମତି ମୁଦୁଲି ସହଯୋଗ କରିଥିଲେ ।
