July 5, 2025
Home » ସମଗ୍ର ଶିକ୍ଷା ଯୋଜନା ର ସାମାଜିକ ସମୀକ୍ଷା ଅନୁଷ୍ଠିତ

ସମଗ୍ର ଶିକ୍ଷା ଯୋଜନା ର ସାମାଜିକ ସମୀକ୍ଷା ଅନୁଷ୍ଠିତ

0
WhatsApp Image 2025-03-27 at 12.25.18 PM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ରେଙ୍ଗାଲି, ଲଛୀପୁର, ଶରଧାପାଲି , ଛକୋରମାଲ ,ମୟୂରଉଡାଣ,ନାରାୟଣପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଡବଳଙ୍ଗ, ମାଟିଆପାଲି, ଲୁପୁରସିଂହା, ଖଲିଆପାଲି, ବଲାଡୀ ନାରାୟଣପୁର,ଧଉରାଖାମାନ,ଲଛୀପୁର କୁଦପାଲି,ଶରଧାପାଲି,ରେଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟୀତ୍ୱ ଓ ସ୍ୱଚ୍ଛତା ସମିତି ତରଫରୁ ତିନିଗୋଟି ପର୍ଯ୍ୟାୟ ସମଗ୍ରଶିକ୍ଷା ଅନ୍ତର୍ଗତ ସମସ୍ତ ଅନୁଦାନ ର ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଦ୍ୟାଳୟ ରେ ସାଫ୍ଟ କମିଟି ଗଠନ କରି ମଧ୍ୟାହ୍ନ ଭୋଜନ, ବିଦ୍ୟାଳୟ ପରିଚାଳନା କମିଟି, ଶୌଚାଳୟ ତଥା ବଣ୍ଟନ କରାଯାଇଥିବା ପୋଷାକ, ସମସ୍ତ ରେଜିଷ୍ଟର ର ସମୀକ୍ଷା କରାଯାଇଛି l ଶେଷ ଦିନରେ ସ୍କୁଲ ସଭା କରାଯାଇଥିଲା l ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଅଭାବ, ଶ୍ରେଣୀ କୋଠରୀ ଅଭାବ, ନଥିପତ୍ର ସଠିକ ପରିଚାଳନା ନକରିବା ଇତ୍ୟାଦି ପରିଲକ୍ଷିତ ହୋଇଥିଲା l ଏଥିରେ ସୋନପୁର ବ୍ଲକ ସାମାଜିକ ସମୀକ୍ଷକ ସୁଦାମ ଗାଈଗରିଆ,ଭି ଆର ପି ସଂଯୁକ୍ତା କୁମ୍ଭାର,ସସ୍ମିତା ବାରିକ,ଭାରତୀ ମେହେର, ସୁଷମା ମେହେର, ଜ୍ୟୋତ୍ସ୍ନା ମେହେର, ସବିତା କର୍ମୀ ପ୍ରମୁଖ ଯୋଗ ଦେଇଥିଲେ l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *