April 24, 2025
Home » ସମସ୍ତ ରେଳ ଚଳାଚଳରେ ଅସ୍ବାଭାବିକ ବିଳମ୍ବ ଏବଂ ରେଳ ସେବାର ଘରୋଇକରଣ ବିରୁଦ୍ଧରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ବିକ୍ଷୋଭ

ସମସ୍ତ ରେଳ ଚଳାଚଳରେ ଅସ୍ବାଭାବିକ ବିଳମ୍ବ ଏବଂ ରେଳ ସେବାର ଘରୋଇକରଣ ବିରୁଦ୍ଧରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ବିକ୍ଷୋଭ

0

ବ୍ରହ୍ମପୁର,ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ପକ୍ଷରୁ ସମସ୍ତ ଲୋକାଲ ଓ ଏକ୍ସପ୍ରେସ ଟ୍ରେନ ରେଳ ବିଭାଗ ଦ୍ଵାରା ଧାର୍ଯ୍ୟ ହୋଇଥିବା ସମୟରେ ସେବା ଯୋଗାଇ ଦେବା,ସମସ୍ତ ଏକ୍ସପ୍ରେସ ଓ ସୁପରଫାଷ୍ଟ ଏକ୍ସପ୍ରେସ ମାନଙ୍କରେ ସ୍ଲିପର ଓ ଜେନେରାଲ କମ୍ପାଟମେଣ୍ଟ ସଂଖ୍ୟା ବଢାଇବା,ସମସ୍ତ ଟ୍ରେନ ମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଜଳ ଯୋଗାଇ ଦେବା ସହ ସମସ୍ତ ଷ୍ଟେସନମାନଙ୍କରେ ବିଶୁଦ୍ଧ ପାନୀୟ ଜଳର ସୁବନ୍ଦୋବସ୍ତ କରିବା,ସମସ୍ତ ଟ୍ରେନ ଡବା ସହ ଶୌଚାଳୟ ନିୟମିତ ପରିଷ୍କାର କରିବା,ବରିଷ୍ଠ ନାଗରିକମାନଙ୍କୁ ରେଳ ଭଡ଼ାରେ ରିହାତି ପ୍ରଦାନ କରିବା, ଦେଶର ସମସ୍ତ ସ୍ଥାନକୁ ରେଳ ସଂଯୋଗ କରିବା,ରେଳ ସେବାର ଘରୋଇକରଣ ବନ୍ଦ କରିବା ଆଦି ଦାବିରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବ୍ରହ୍ମପୁର ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ଆମେ ଜାଣୁ ଆମ ଦେଶରେ ସାଧାରଣ ଲୋକଙ୍କ ପାଇଁ ଟ୍ରେନ ଯାତ୍ରା ହେଉଛି ଆବଶ୍ୟକୀୟ ବ୍ୟବସ୍ଥା। କିନ୍ତୁ ଗତ ଦୁଇ ମାସ ଧରି ପ୍ରାୟ ସମସ୍ତ ଟ୍ରେନ ଅନିର୍ଦ୍ଧିଷ୍ଟ କାଳ ଧରି ବିଳମ୍ବରେ ଚାଲୁ ଅଛି ତାହା ଦ୍ଵାରା ଟ୍ରେନ ଯାତ୍ରୀ ମାନଙ୍କର ଅକୁହା ଉଦବେଗ , ଏବଂ କଷ୍ଟ ଘଟାଉଛି। ରୋଗୀ, ଶିଶୁ ଯାତ୍ରୀମାନଙ୍କର ଯେଉଁମାନଙ୍କର ଯାତ୍ରାର ସୁନିର୍ଦ୍ଧିଷ୍ଟ ଗୁରୁତ୍ବପୂର୍ଣ୍ଣ ଓ ଜରୁରୀକାଳିନ କାମ ରହିଛି ସେମାନେ ଶାରିରୀକ କଷ୍ଟ ଓ ମାନସିକ ଚାପର ଶିକାର ହେଉଛନ୍ତି। ଗ୍ରୀଷ୍ମ ଋତୁ ଓ ଉତ୍ତାପ ଯେତେ ବଢୁଛି ସାଧାରଣ ଯାତ୍ରୀମାନଙ୍କ ପକ୍ଷରେ ଟ୍ରେନ୍ ବିଳମ୍ବ ଯାତ୍ରା ବିଶେଷ ଭାବରେ ନନ୍ ଏସିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ସ୍ଥିତି ଅଧିକ ସଙ୍କଟ ଜନକ ହେଉଛି। ସାଧାରଣ କୋଚରେ ଯାତ୍ରା କରୁଥିବା ସାଧାରଣ ଯାତ୍ରୀମାନଙ୍କୁ ମଣିଷ ପରି ବ୍ୟବହାର କରାଯାଉ ନାହିଁ ।
      ଏତଦ୍ ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ଦ୍ବାରା ବାରମ୍ବାର କିଛି ଦିନ ବ୍ୟବଧାନରେ ଅସ୍ଵାଭାବିକ ଭଡ଼ା ବୃଦ୍ଧି  କରିବା  ଓ ପ୍ରଚୁର ଲାଭ ପାଉଥିବା ଭାରତୀୟ ରେଳ ସେବାର ଏହି ବିଳମ୍ବ ଟ୍ରେନ ସେବା ସହିତ କମ୍ ସଂଖ୍ୟକ କୋଚ୍ ବିଶେଷ ଭାବରେ ସାଧାରଣ କୋଚର ଅଭାବ। ଏହା ସହିତ ଶୌଚାଳୟ ଓ କମ୍ପାଟମେଣ୍ଟ ସଫାସୁତୁରା ଅତ୍ୟନ୍ତ ଅବହେଳା କରାଯିବା । ସ୍ବାସ୍ଥ୍ୟ କ୍ଷେତ୍ରରେ ଅତ୍ୟନ୍ତ ଖରାପ ସ୍ଥିତି ଏବଂ ଟ୍ରେନରେ ଯଥେଷ୍ଟ ଜଳ ଯୋଗାଣ ନ କରିବା । ଏ ସବୁ କିଛି ମିଶି ଯାତ୍ରୀମାନଙ୍କର ଅସୁବିଧା ଓ ଉଦବେଗକୁ ବହୁଗୁଣିତ କରୁଛି । ପରିଣାମତଃ ଟ୍ରେନ ଯାତ୍ରୀ ମାନେ ଅସହ୍ୟ, ଶାରୀରିକ ଓ ମାନସିକ ଚାପର ଶିକାର ହେଉଛନ୍ତି ।ତେଣୁ ଏହି ସମସ୍ୟାର ସମାଧାନ ଦିଗରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବାକୁ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏସ.ୟୁ.ସି.ଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଂଗଠନିକ କମିଟି ସମ୍ପାଦକ କମ୍ରେଡ ସୋମନାଥ ବେହେରା ଜିଲ୍ଲା ସାଂଗଠନିକ କମିଟି ସଭ୍ୟ ନାରାୟଣ ସାହୁ , ପପୁନୁ ସାହୁ,କିସାନ କୁମାର ସାହୁ, ସୁଭସ୍ମିତା ପାଣିଗ୍ରାହିଙ୍କ ସମେତ ବିଭୂତି ଭୂଷଣ ସାହୁ,ଅନିଲ କୁମାର ସାହୁ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *