February 23, 2026
Home » ସମସ୍ୟାରେ ଘୁଉଦୟଗିରି ବିଧାନସଭା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଟିକାବାଲି ବ୍ଲକ

ସମସ୍ୟାରେ ଘୁଉଦୟଗିରି ବିଧାନସଭା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଟିକାବାଲି ବ୍ଲକ

0
WhatsApp Image 2025-01-30 at 9.26.43 AM

ଟିକାବାଲି ବ୍ଲକ ର କି ଗୁଣଗାଇବି ମୂଳରୁ ପାହାଚ ପାହାଚ – ଫୁଲବାଣୀ ଇ ପି ଏ – କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଘୁଉଦୟଗିରି ବିଧାନସଭା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଟିକାବାଲି ବ୍ଲକ ରେ ଗମନାଗମନ, ସ୍ବାସ୍ଥ୍ୟ, ଶିକ୍ଷା, ବିଦ୍ୟୁତ୍, ପାନୀୟ ଜଳ, କୃଷି, ଜଙ୍ଗଲଜମି ପଟ୍ଟା, ବାର୍ଦ୍ଧକ୍ୟ,ବିଧବା,ବିକଳାଙ୍ଗ ଭତ୍ତା,ଆବାସ ଯୋଜନା,ମୋନିକା ସମସ୍ୟାର ସମାଧାନ ଦୀର୍ଘ ୨୪ ବର୍ଷ ର ବିଜେଡି ସୁଶାସନ କାଳରେ ହୋଇଛି। ବାସ୍ତବରେ ଦୁଃଖଦାୟକ ବିଷୟ ସାଧାରଣ ରେ ଯାହା ଚର୍ଚ୍ଚା ହେଉଛି।” ଟିକାବାଲି ବ୍ଲକ ରେ ଯେଉଁ ସବୁ ସମସ୍ୟା ରହିଛି ଗୁହାରି ଜଣାଇବେ କାହାକୁ, ଗୁହାରି ଜଣାଇବା ଯାହାକୁ-?ସେ ପୁଣି ଗୁହାରି ଜଣାଇବା କାହାକୁ-? ପୂର୍ବତନ ପ୍ରିୟ ମୂଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ହେଲେ ଅଭିଯୋଗ ହେଉଛି ” ଆମ ଓଡ଼ିଶା ନବୀନ ଓଡ଼ିଶା ” ଗୋଷ୍ଠୀ ଗୃହ ନିର୍ମାଣ ହୋଇଛି ପଟ୍ଟା ଜମିରେ ଦୃଢ଼ ଅଭିଯୋଗ କରୁଛନ୍ତି ପାବୁରିଆ ଗ୍ରାମ ପଞ୍ଚାୟତ ର କୁଟିଗୁଡା ଗାଁ ର ଆଦିବାସୀ ଲୋକ ରାମେଶ୍ବର ପ୍ରଧାନ। ସୂଚନା ଯୋଗ୍ୟ ଯେ ରାମେଶ୍ବର ପ୍ରଧାନ ଲିଖିତ ଅଭିଯୋଗ କରୁଛନ୍ତି ଟିକାବାଲି ବ୍ଲକ ବିଡ଼ିଓ, ତହସିଲଦାର ଙ୍କୁ ତତ୍ ସଙ୍ଗେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଦୀଲିପ କହଁର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୋୖଣସି ସୂଫଳ ମିଳିନାହିଁ ବୋଲି ଅଭିଯୋଗ ଯୋରଧରୁଛି।


ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ଟିକାବାଲି ପଞ୍ଚାୟତ ରେ ବିନା ଫଳରେ ଚାଲିଛି ଲକ୍ଷ ଲକ୍ଷ ଟଙ୍କାରେ ପୂରୁଣା ମାର୍କେଟ କମ୍ପ୍ଲେକ୍ସ ର ମରାମତି କାମ ନା ଏଠି ଲୋକଙ୍କ ସାର୍ବଜନୀନ ପାଇଁ ବେଵହୃତ ଫଳକ ଲେଖିବା ନିୟମ ଥିବା ବେଳେ, ଏଠାରେ ଓଲଟା ଚାଲିଛି, ଏଠାରେ ବିରୋଧି କିଏ ? ଯେଉଁ ମାନେ ୨୪ ବର୍ଷ ବିଜେଡି ସୁଶାସନ କାଳରେ ଲୁପ୍ତ ଗୁପ୍ତ ଭାବେ ନିଜ ପାଣ୍ଠିରୁ ବେଶ ଉନ୍ନତୀ କରିସାରିଛନ୍ତି ,ତେବେ ପ୍ରଶାସନ ହେଉ କିମ୍ବା ରାଜନୀତି ନେତା କାହାରି ନିଘା ନାହିଁ ହେଲେ ବିରୋଧିଦଳ କିଏ ? ଗାଁ ନିର୍ମଳ ଧୋବା ତୁଠରୁ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା.” ମନରେଗା” ୨୦୨୨-୨୩ ମସିହା ର ଅମୃତ ସରୋବର ବନ୍ଧର ଜବ କାଡ ଧାରି ଶ୍ରମିକ ବଦଳରେ ହିଟାଜି ଖାଇଲା ଟଙ୍କା ହେଲେ ଯେଉଁଠି ମନରେଗା ଯୋଜନା ରେ କାମ ନକରି ଟଙ୍କା ଯାଇଛି ଦାଦନ ଶ୍ରମିକଙ୍କ ନାମ ଏକାଉଣ୍ଟ୍ ରେ ତଥ୍ୟ ମିଳିଛି ସୂଚନା ଅଧିକାର ଆଇନ ୨୦୦୫ ପ୍ରକାରେ ତଥ୍ୟ ପ୍ରକାରେ।ଗୋଟିଏ ଫଳକର ଦୁଇ ପଟେ ଲେଖିବା ପଛରେ ପରଦା ଆଢୁଆଳରେ କନିଷ୍ଠ ଯନ୍ତ୍ରୀ ନାଁ ଡବଲ ଏହା କାହା ନିଦ୍ଧେର୍ଶ ରେ ଏପରି ଅର୍ଥ ପିପାସୁ ମାନଙ୍କ ପାଇଁ ପିଡି ଡିଆରଡିଏ ଙ୍କୁ ଆଙ୍ଗୁଳି ନିଦ୍ଧେର୍ଶ କରୁଛନ୍ତି ଅଭିଯୋଗ ହେଉଛି ଶିଶୁ ପାକ୍ର ଅଛି ପିଲାଙ୍କ ପାଇଁ ବ୍ୟାୟମ ଖେଳନା ଲାଗିଲା ନାହିଁ, ସାଧାରଣ ରୁ ବ୍ଲକ ଡବଲ ଏଇ ଶ୍ରୀ ବଣ୍ଟି ଚୋୖଧୁରୀ କହିଲେ,ଟଙ୍କା ସରିଗଲା,ତେବେ ପ୍ରଶ୍ନ ଉଠେ ଅନ୍ୟ ଶିଶୁ ପାକ୍ର ପିଲାଙ୍କ ବ୍ୟାୟମ ଖେଳନା ଲାଗିଛି, ତଥ୍ୟ ମିଳିଛି ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣ ରେ ଦୃଢ଼ ଦାବି ହେଉଛି,ଡବଲ ଏଇ ଆହୁରୀ ମଧ୍ୟ ଯୋରରେ ଟେବୁଲ୍ ପିଟି କହୁଛନ୍ତି ମୁଁ ଟିକାବାଲି ବ୍ଲକ ରେ ଦୀର୍ଘ ୬.୭ ବର୍ଷ ପାଖାପାଖି ହେଲାଣି ମୋର ସବୁ କାମ ଠିକଠାକ ଚାଲୁଛି ‌।


ହେଲେ ବିଡ଼ିଓ ଟ୍ରେନିଂ ରେ ଡବଲ ଏଇ ଙ୍କ କହିବା କଥା ଯେ ପିଡି ଡିଆରଡିଏ ଙ୍କୁ କୁହ ନତୁବା ଜିଲ୍ଲାପାଳ ଙ୍କୁ ଅଭିଯୋଗ ଦେଲେ ମଧ୍ୟ ମୋର ସବୁ କାମ ଠିକ ଚାଲିଛି,ଏହି କଥା କେତେ ଦୂର ସତ ସମୟ ହିଁ କଥା କହିବ, ଟିକାବାଲି ପଞ୍ଚାୟତ ପାଠାଗାର ରେ ଫଳକ ଲାଗିବ କେବେ ? ଆଶ୍ରୟସ୍ଥଳୀ କାହା ସ୍ବାର୍ଥରେ ଓ କେତେ ଟଙ୍କାର ଫଳକ ଲାଗିବ ଆଉ କେତେ ବର୍ଷ ପରେ ପୁରୁଣା ସରକାର ଯାଇନୂଆ ସରକାର ଆସିଲାଣି ଦେଖାଯାଉ କେବେ ଲାଗିବ ଫଳକ ଆଶ୍ରୟସ୍ଥଳୀ ର ଦେଖିବାକୁ ବାକି ରହିଛି, ମନରେଗା ଯୋଜନା ରେ ୨୦୨୨-୨୩ ମସିହା ର ଅମୃତ ସରୋବର ବନ୍ଧର ଅବସ୍ଥା ଯାହା ହିଟାଜି ମାଲିକ୍ ବାକି ରେ କାମ କରିନଥିବା ଜବକାଡଧାରୀଙ୍କ ଏକାଉଣ୍ଟ୍ ରେ ଜନଗହଳି ରେ ଟଣାଓଟରା ଫଳକ କଲେ ଭାଙ୍ଗି ଦେଲେ କାହିଁକି ବୋଲି ଚର୍ଚ୍ଚା ହେଉଛି।ଏପରି କି ଗାଈ ଗୋରୁ ନ ଥିବା ଲୋକଙ୍କ ନାମରେ ଗାଈଗୁହାଳ ଦିଆଯାଇଛି।

ଅଭିଯୋଗ ପ୍ରକାରେ ଗାଈଗୁହାଳ ଘରେ ଦୋକାନ ଚାଲିଛି। ମାର୍କେଟ କମ୍ପ୍ଲେକ୍ସ ମିଳିଛି ହିତାଧିକାରୀ ବଦଳରେ ଭଡ଼ାରେ ଚାଲିଛି ନାମକୁ ହିତାଧିକାରୀ ଚୟନ ପ୍ରକିୟା ବିଳମ୍ୱ ରେ ମୋଟା ଅଙ୍କର ଅର୍ଥ କାରବାର ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ଟିପାରିଗା ବାଦଲପାଙ୍ଗା ଠାରେ ରାସ୍ତା କଲଭଟ ଉନ୍ନତୀ କରଣ ୪ ଲକ୍ଷ ଟଙ୍କା-୨୦୨୨-୨୩ ମସିହାର କାମ ଭିଜିଲାନ୍ସ ତଦନ୍ତ ଦ୍ଵାରା ଡିପାଟମେଣ୍ଟ କାର୍ଯ୍ୟାଦେଶ ର ବିଧିବଦ୍ଧ ତଦନ୍ତ ପାଇଁ ଭିତିରିଆ ମସୁଧା ଚାଲିଛି। ଅନ୍ୟ ପକ୍ଷରେ ୨୦୨୨-୨୩ ମସିହାର ଫଳରେ ଆଜିବି ଲେଖା ହୋଇନାହିଁ ଆରମ୍ଭ ଓ ଶେଷ ତାରିଖ,ଫାର୍ମଫଣ୍ଡ ଯେଉଁଠି ହିଟାଜି ଖୋଲୁଛି ସେଠା ଦୀର୍ଘ ବର୍ଷ ଦାୟିତ୍ୱ ରେ ପିଆଇଏ ନୀରବ ଦ୍ରଷ୍ଟା ସାଜିଥିବା ବେଳେ ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଟିକାବାଲି ହାଇସ୍କୁଲ ର ଦଶମ ଶ୍ରେଣୀ ଅନ୍ତେବାସୀ ଛାତ୍ର ହଷ୍ଟେଲ ଛାଡି ଚାଲିଯିବା ପଛରେ କିରହସ୍ୟ ଲୁଚିରହିଛି

ତାହା ସନ୍ଦେହ ଘେରରେ ଏଥି ପ୍ରତି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅତ୍ମିତ ଋତୁରାଜ୍ ଙ୍କ ହସ୍ତଖେପହି ପ୍ରକୃତ ରହସ୍ୟ ଉନ୍ମୋଚନ ହେବ। ଏବଂ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦରେ ଚାଲିଛି ଛାତ୍ରଛାତ୍ରୀ ମାନଙ୍କର ଡାଇନିଙ୍ଗ ହଲ , ଟିକାବାଲି ହାଇସ୍କୁଲ ରେ ଦୀର୍ଘ ମାସ ହେଲାଣି ପ୍ରଧାନ ଶିକ୍ଷକ ପଦବୀ ଖାଲିପଡ଼ିଛି,ନାମ କୁ ମାତା ଟିକାବାଲି ହାଇସ୍କୁଲ ମହାକାଳ ଫଳ ସଦୃଶ୍ୟ ଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ ତଦନ୍ତ କେବେ? ସରକାର ଙ୍କ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ର କାର୍ଯ୍ୟାଦେଶ ଡିପାଟମେଣ୍ଟ ତେବେ କାଉଣ୍ଟର ସାଇନ ପାଇଁ ଦଳିୟ କୁଜି ଠିକାଦାର ମାନଙ୍କ ମଧ୍ୟରେ ଅସୋନ୍ତଷ ବୃଦ୍ଧି ପାଉଛି ବିଜେଡି ଦଳରେ ଆହୁରି ଫାଟକ ପଦାକୁ ଆସୁଛି, ଟିକାବାଲି ବ୍ଲକ ଅଧ୍ୟକ୍ଷ ବିଜେଡ଼ି ଦଳର ଶ୍ରୀଯୁକ୍ତ ଦୀଲିପ କହଁର, ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ଶ୍ରୀ ଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ। ଟିକାବାଲି ବ୍ଲକ ବିଡ଼ିଓ ଶ୍ରୀ ନାରାୟଣ ଦୀକ୍ଷିତ ନୂଆଁ ରେ ଟ୍ରେନିଙ୍ଗ ରୁ ଫେରିଲେ,ଏବେ ଚାଲିବ ପୁରୁଣା ନୂଆ କାମ ଦିଆନିଆ ରେ ବ୍ୟାପକ ଦୃନିତି କାହା ସ୍ବାର୍ଥରେ ଏବେ କିନ୍ତୁ ଓଡ଼ିଶା ରେ ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର ଦୃନୀତି ହଟିବ ଦୃନୀତିର ଉଚ୍ଚସ୍ତରୀୟ ତଦନ୍ତ ହେବ।ତେବେ ସାଧାରଣ ଲୋକ ନ୍ୟାୟ ପାଇବା ନୁତୁବା ବିଜେଡି ସୁଶାସନ କାଳରେ ଯେପରି ତେଲିଆ ମୁଣ୍ଡରେ ତେଲ ସେହିପରି ନହେଉ ନୂଆ ଓଡ଼ିଶାର ରେ ୨୪ ବର୍ଷ ର ରେକଡ ଭାଙ୍ଗିଛି ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର ଦୀର୍ଘ ୨୪ ବର୍ଷ ପରେ ସାଧାରଣ ଜନତା ଅତିଷ୍ଠ ସୋଇ ଭୋଟ ପରିବର୍ତ୍ତନ ଯୋଗୁ ଆଜି ବିଜେପି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ୦୭ ମାସ ହେଲେ ତୁଣ୍ଡ ବାଇଦ ସହଶ୍ର କୋଷ ବ୍ଲକ ରେ ଏପରି ଦୁର୍ନୀତି ଅଛପା ଅଛି ଯାହାକି ବିରୋଧିଦଳର ମୂଖ୍ୟ ମୁରଦା ହେବ ତିଳେ ମଧ୍ୟ ସନ୍ଦେହ ନାହଁ,ପରଦା ଆଢୁଆଳରେ ଲୁଚାଛପା ଦୁର୍ନୀତି ର ବିଧିବଦ୍ଧ ତଦନ୍ତ ପାଇଁ ମୋହନ ସରକାର ଙ୍କ ପାଖରେ ସାଧାରଣ ରେ ଚର୍ଚ୍ଚା ହେଉଛି କି ଟିକାବାଲି ବ୍ଲକ ର କି ଗୁଣ ଖାଇବି ମୂଳରୁ ପାହାଚ ପାହାଚ ।

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଫୁଲବାଣୀ ଓ ବାଲିଗୁଡା ରୁ ମଧୁସ୍ମିତା ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।