ସମସ୍ୟା ଘେରରେ ପଧାନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ _ ଉଚ୍ଚ କତୃପକ୍ଷ ଙ୍କ ଦୃଷ୍ଟି ପଡିବ କେବେ ?
ଫୁଲବାଣୀ ଇ ପି ଏ _ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ, ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକାବାଲି ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଅଧିନସ୍ଥ କଟିମାହା ଗ୍ରାମ ପଞ୍ଚାୟତ,ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟି ୧୯୫୯ ମସିହାରେ ସ୍ଥାପିତ ହୋଇଛି। ଅଦ୍ୟାବଧି ବିଦ୍ୟାଳୟ ଟି ବହୁ ସମସ୍ୟା ମଧ୍ୟରେ ଗତି କରୁଛି।ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ମାତ୍ର ଚାରୋଟି ଶ୍ରେଣୀ ଗୃହ ରହିଛି। ଗୋଟିଏ ଶ୍ରେଣୀ ଗୃହ ରେ ୩ଟି ଶ୍ରେଣୀ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା, ବେଳେ ଆଉ ଗୋଟିଏ ଶ୍ରେଣୀ ଗୃହ ରେ ଚତୁର୍ଥ ଓ ପଞ୍ଚମ,ସେହିପରି,ଷଷ୍ଠ, ସପ୍ତମ ଶ୍ରେଣୀ ଛାତ୍ର, ଛାତ୍ରୀ ଗୋଟିଏ ଶ୍ରେଣୀ ଗୃହ ରେ,କୁ ଗୋଟିଏ ଶ୍ରେଣୀ ଗୃହ ରେ କେବଳ ଅଷ୍ଟମ ଶ୍ରେଣୀ ର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଛାତ୍ରଛାତ୍ରୀ ଶିକ୍ଷାଦାନ ପ୍ରତି କେମିତି ମନକାନ ଦେଇ ଶିକ୍ଷା ଗ୍ରହଣ କରୁଥିବେ ତାହାଷ୍ପଷ୍ଟଭାବରେ,ବୁଝି ହେଉଛି। ଅନ୍ୟପକ୍ଷରେ ବିଜ୍ଞାନ ଶିକ୍ଷକ ଅଭାବ ଛାତ୍ରଛାତ୍ରୀ ଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ବିଷୟ,ଖେଳ ପଡ଼ିଆ ନାହଁ, ହଷ୍ଟେଲ ଗୃହ ରେ ମଧ୍ୟ ପାଠ ପଢା ହେଉଛି,ପାଣିର ସମସ୍ୟା ଲାଗିରହିଛି, ହଷ୍ଟେଲ ରେ ବିଦ୍ୟୁତ୍ ଥିଲେ ମଧ୍ୟ ବିଦ୍ୟାଳୟ ରେ ବିଦ୍ୟୁତ୍ ସଂଯୋଗ ହୋଇନାହିଁ।୨୪ ବର୍ଷର ବି ଜେ ଡି ସରକାର ଙ୍କ ସ୍ବଛଳ ନିର୍ମଳ ଶାସନ କାଳରେ ଏହି ବିଦ୍ୟାଳୟରେ ଲକ୍ଷ,ଲକ୍ଷ, ଟଙ୍କାଖର୍ଚ୍ଚ କରାଯାଇ ମରାମତି କରାଯାଇଛି,ହେଲେ ମଧ୍ୟ କାନ୍ତ ବାକିଥିବା ଅଭିଯୋଗ ହେଉଛି। ବିଦ୍ୟାଳୟ ରେ ୯୦ ଜଣ ଛାତ୍ରଛାତ୍ରୀ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ଅଧ୍ୟୟନ କରୁଥିବା ବେଳେ ,୪୦ ଜଣ ଛାତ୍ର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ର ହଷ୍ଟେଲ ରେ ରୁହନ୍ତି, ହଷ୍ଟେଲ ଗୃହ ରେ ମଧ୍ୟ ପାଠ ପଢା ହେଉଛି, ଏଠାରେ ସୂଚନା ଯୋଗ୍ୟ ଯେ ଟିକାବାଲି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ପାଖରେ , ବିଦ୍ୟାଳୟ ରେ ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଅଦ୍ୟାବଧି କୋୖଣସି ସୂଫଳ ମିଳିନାହିଁ, ଆଗାମି ଦିନରେ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ପୂରୁଣା ଅଙ୍ଗନବାଡ଼ି କେନ୍ଦ୍ରଟି ଭଙ୍ଗାରୁଜା ହୋଇପଡ଼ି ରହିଛି,ତାହା ଭାଙ୍ଗି ନୂତନ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରାଗଲେ,ଆଗାମି ଦିନରେ ଛାତ୍ରଛାତ୍ରୀ ମାନଙ୍କର ଶ୍ରେଣୀ ଗୃହ ର ସମସ୍ତ ସମସ୍ୟା ଦୂରୀଭୂତ ହୋଇଯିବ। ବର୍ତ୍ତମାନ ର ମୋହନ ଚରଣ ମାଝୀଙ୍କ ବି ଜେ ପି ସରକାର କେଉଁ ଭଳି ଭାବରେ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ କୁ ଆଖି ଆଗରେ ରଖି ବିଦ୍ୟାଳୟ ରେ ସମସ୍ୟାର ସମାଧାନ କରୁଛନ୍ତି ତାହା ଦେଖିବା କୁ ବାକି ରହିଲା ଟିକାବାଲି ବ୍ଲକ ରେ ଏପରି ଉଦାହରଣ ରହିଛି, ଦୁଇ ଜଣ ଶିକ୍ଷକରେ, ଚାଲିଛି ୪୦ ଜଣ ହଷ୍ଟେଲ ଛାତ୍ର ଥିବା ବିଦ୍ୟାଳୟ ପରିଦର୍ଶନରେ ଅବ୍ୟବସ୍ଥା ସୁଧୁରିବ କେବେ ,ଆହୁରି ଆଳୁ ଖୋଜୁ ଖୋଜୁ ଯାହା ଚାଲିଥିବା ଶିକ୍ଷା ବିଭାଗର ଗତିବିଧି, ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକ ଗହଳି ପାଠପଢ଼ା ହେଉଛି କେତେବେଳେ ବୋଲି ସାଧାରଣରେ ଦାବି ହେଉଛି।
ପ୍ରମୋଦ କୁମାର ନାୟକ ଓ ବାଲିଗୁଡା ରୁ ମଧୁସ୍ମିତା ନାୟକ ଙ୍କ ରିପୋର୍ଟ
