February 21, 2026
Home » ସମାଜର ହିତ ପାଇଁ ଅନବରତ କାର୍ଯ୍ୟ କରିଆସୁଥିବା, “ନେତାଜୀ ଯୁବ ବାହିନୀ ଚାରିଟେବଲ୍ ଟ୍ରଷ୍ଟ”

ସମାଜର ହିତ ପାଇଁ ଅନବରତ କାର୍ଯ୍ୟ କରିଆସୁଥିବା, “ନେତାଜୀ ଯୁବ ବାହିନୀ ଚାରିଟେବଲ୍ ଟ୍ରଷ୍ଟ”

0
WhatsApp Image 2025-05-29 at 9.13.11 PM

ସମାଜର ହିତ ପାଇଁ ଅନବରତ କାର୍ଯ୍ୟ କରିଆସୁଥିବା, “ନେତାଜୀ ଯୁବ ବାହିନୀ ଚାରିଟେବଲ୍ ଟ୍ରଷ୍ଟ” ତାର ସମାଜ କଲ୍ୟାଣ ନିମନ୍ତେ ଅନେକ କାର୍ଯ୍ୟ କରିଆସିଛି ବୃକ୍ଷ ରୋପଣ ଓ ଗୋ ସେବା ଆଦି ସହାୟତା ଆଦି ସେବା ଯୋଗାଇ ଆସିଛନ୍ତି। ଆଜି ଏକ ରକ୍ତଦାନ ଶିବିରର ଆୟୋଜନ କରି ରକ୍ତ ଅଭାବ ଦୂରୀକରଣ କ୍ଷେତ୍ର ଆଗକୁ ବଢ଼ିଛନ୍ତି।
“ଜୟ ଓଡ଼ିଶା” ସହଯୋଗରେ ଏହି ରକ୍ତଦାନ ଶିବିର ଭୁବନେଶ୍ୱରର ଗୋବିନ୍ଦ ନଗର, ଟଙ୍କପାଣି ରୋଡ୍ ରେ ଆୟୋଜିତ ହୋଇଛି। ଏହା “ଜୟ ଓଡ଼ିଶା”ର “ରକ୍ତଦାନ” ଅଭିଯାନର ଅଂଶ ଭାବରେ ଷଷ୍ଠ ରକ୍ତଦାନ ଶିବିର ଥିଲା।

ଏହି ଅବସରରେ “ନେତାଜୀ ଯୁବ ବାହିନୀ”ର ମୁଖ୍ୟ “ଦେବାଶିଷ ସାମନ୍ତରାୟ” କହିଛନ୍ତି; “ଜୟ ଓଡ଼ିଶା ତାର ରକ୍ତଦାନ ପ୍ରୟାଶ ଦ୍ଵାରା ବିଭିନ୍ନ ସଂସ୍ଥା ମାନଙ୍କ ସହ ମିଶି ରକ୍ତଦାନ ଶିବିରର ଆୟୋଜନ କରିଆସିଛି। ଆମେ ଏକ ରକ୍ତଦାନ ଶିବିରର କାର୍ଯକ୍ରମ କୁ ଯାଇକି ସେଠି ଏକ ଶିବିରରୁ ଉତ୍ସାହିତ ହୋଇ ଏକ ରକ୍ତଦାନ ଶିବିର କରିବୁ ବୋଲି ନିଷ୍ପତ୍ତି ନେଇଥିଲୁ,ଯାହା ଆଜି ଆମ କର୍ମକର୍ତ୍ତା ଓ ଜୟ ଓଡ଼ିଶାର ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ସୁଚାରୁ ରୂପେ ସଫଳ ହୋଇସାରିଛି। ଏହି ପରି ସମସ୍ତ ସଂସ୍ଥା ମିଶି କରି ୧୦୦ ଟି ସଂସ୍ଥା ସହ ରକ୍ତଦାନ ଶିବିରର ଆୟୋଜନ କରିବା ଲକ୍ଷ୍ୟରେ ଛୋଟ ଛୋଟ ଶିବିରର ଆୟୋଜନ କରି ପାରିଲେ ଭବିଷ୍ୟତ ରେ ରକ୍ତ ଅଭାବ ର ସମସ୍ତ୍ୟ କୁ ଏଡ଼ାଇ ପାରିହେବ।” ଏହି ପ୍ରୟାସ ସମାଜ ମଧ୍ୟରେ ସଚେତନତା ବଢ଼ାଇଛି ଓ ଅନ୍ୟମାନଙ୍କୁ ଏପରି ଉଦ୍ୟମରେ ଅଂଶଗ୍ରହଣ ପାଇଁ ପ୍ରେରିତ କରିଛି ।

Leave a Reply

Your email address will not be published. Required fields are marked *