July 5, 2025
Home » ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ଜାତୀୟ ପୁରସ୍କାର

ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ଜାତୀୟ ପୁରସ୍କାର

0
WhatsApp Image 2024-12-20 at 2.23.07 PM

ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଆମେରିକାରେ ଅବସ୍ଥାପିତ ମହାରାଷ୍ଟ୍ର ଫାଉଣ୍ଡେସନ ଦ୍ବାରା ପ୍ରତିବର୍ଷ ଏକ ଲକ୍ଷ ଟଙ୍କା ସହ ସ୍ମାରକ ଚିହ୍ନ ଦେଶରେ ସମାଜ ସଂସ୍କାର ପାଇଁ କାମ କରୁଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ। ଆସନ୍ତା ଜନୁୟାରୀ 18 ତାରିଖରେ ପୁନେ ସହର ର ଏସ.ଏମ. ଯୋଶୀ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ଭବ୍ୟ ସମାରୋହରେ ଶ୍ରୀ ସୁତାର ଙ୍କୁ ସମ୍ବର୍ଦ୍ଧିତ କରାଯିବ। କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧରେ ବୈଜ୍ଞାନିକ ମାନସିକତା ପ୍ରସାର ପାଇଁ କାମକରୁଥିବା କେରଳ ଶାସ୍ତ୍ର ସାହିତ୍ୟ ପରିଷଦ, ଅଲ ଇଣ୍ଡିଆ ପିପୁଲ୍ସ ସାଇନ୍ସ ନେଟୱର୍କ ଭଳି ସଂଗଠନ ଏବଂ ତାମିଲନାଡୁ ପେରୀୟାର ମାନିଆମାଇ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ର ଚାନ୍ସେଲର ବିଶିଷ୍ଟ ସଂସ୍କାରକ ଡ. କେ. ବିରମଣି ଙ୍କ ପରି ବହୁ ବିଶିଷ୍ଟ ବ୍ୟକ୍ତି ଙ୍କୁ ପୂର୍ବରୁ ଏହି ମର୍ଯ୍ୟାଦା ଜନକ ସମ୍ମାନ ପ୍ରଦାନ କରାଯାଇଛି।
ଶ୍ରୀ ସୁତାର ଓଡ଼ିଶାରେ ଡାହାଣୀ ହତ୍ୟା ନିରୋଧ ଆଇନ ଆଣିବା ଏବଂ ଏଥିପାଇଁ ସଚେତନତା ସୃଷ୍ଟି କରିବା, ବାସନ୍ଦ ପ୍ରଥା ବିରୁଦ୍ଧରେ, ମୃତ୍ୟୁ ପରେ ଶରୀର ଦାନ, ନରବଳି, ସାମାଜିକ ନ୍ୟାୟ, ଚେଙ୍କ ଚିକିତ୍ସା ଆଦି କୁସଂସ୍କାର ଅନ୍ଧବିଶ୍ୱାସ ବିରୋଧରେ ଦୀର୍ଘ ଚାଳିଶ ବର୍ଷ ଧରି ନୀରବଛିନ୍ନ ଭାବେ ସଂଗ୍ରାମ ଜାରି ରଖିଛନ୍ତି। ଦୀର୍ଘ କୋଡ଼ିଏ ବର୍ଷ ଧରି ବୈଜ୍ଞାନିକ ଚର୍ଚ୍ଚା ନାମରେ ଏକ ପତ୍ରିକା ଜରିଆରେ ରାଜ୍ୟରେ ବୈଜ୍ଞାନିକ ଚେତନା ପ୍ରସାର କରିବାକୁ ସେ ଉଦ୍ୟମ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *