April 24, 2025
Home » ସମାପିତ ହେଲା ଐତିହାସିକ ମହାକୁମ୍ଭ ୨୦୨୫

ସମାପିତ ହେଲା ଐତିହାସିକ ମହାକୁମ୍ଭ ୨୦୨୫

0

ମହା ଆଡ଼ମ୍ବରରେ ଏକ ଭକ୍ତିମୟ ପବିତ୍ର ପରିବେଶ ମଧ୍ୟରେ ସମାପିତ ହେଲା ବିଶ୍ଵ ପ୍ରସିଦ୍ଧ ମହାକୁମ୍ବ ୨୦୨୫ । ଉତ୍ତରପ୍ରଦେଶ ପ୍ରୟାଗରାଜ ଠାରେ ୧୪୪ ବର୍ଷ ପରେ ଅନୁଷ୍ଠିତ ବିଶ୍ଵ ପ୍ରସିଦ୍ଧ ମହାକୁମ୍ବ ୨୦୨୫ ଯାହା କି ପୁଷପୂର୍ଣ୍ଣିମା ଜାନୁଆରୀ ୧୩ ୨୦୨୫ ତାରିଖରେ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ମହାଶିବରାତ୍ରୀ ୨୦୨୫ ଅବସରରେ ଆଜି ସୁଧା ମୋଟ ୬୬.୨୧ କୋଟି ଲୋକ ପ୍ରୟାଗରକୁ ଆସି ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ସଙ୍ଗମ ତୀର୍ଥସ୍ଥଳୀରେ ପବିତ୍ର ବୁଡ଼ ପକାଇ ଧାର୍ମିକ ସ୍ନାନ କରିଛନ୍ତି ବୋଲି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ମହାକୁମ୍ଵ ୨୦୨୫ ‘ମହାଶିବତ୍ରୀ’ ଅବସରରେ ଶେଷ ‘ଶାହି ସ୍ନାନ’ ପାଇଁ ପ୍ରୟାଗରାଜରେ ପହଞ୍ଚିଥିବା ବେଳେ ବୁଧବାର ଦିନ ୧.୫ କୋଟିରୁ ଉର୍ଦ୍ଧ୍ବ ତୀର୍ଥଯାତ୍ରୀ ପବିତ୍ର ସ୍ନାନ କରିଥିଲେ।
ପ୍ରୟାଗରାଜ ଠାରେ ବିଗତ ଛଅ ସପ୍ତାହରୁ ଦୀର୍ଘ ୪୫ ଧରି ଚାଲିଆସୁଥିବା ମହାକୁମ୍ବ ୨୦୨୫ର ଏକ ବିଶାଳ ଜନ ସମାଗମ ଯାହା କି ସ୍ୱର୍ଗ ମର୍ତ୍ତ୍ୟ ସଂଯୋଗ ଭଳି ଯେଉଁଠାରେ ଧର୍ମ ସଂସ୍କୃତିକୁ, ଆଧ୍ୟାତ୍ମିକତା ଏବଂ ପରମ୍ପରା ପରସ୍ପରର ସଂଯୋଗ କରୁଥିବା ଏହି ଭଳି ବିଶ୍ୱ ଇତିହାସରେ ଅବିସ୍ମରଣୀୟ ଅଦୃଶ୍ୟ ଏକ ମହାନ ସ୍ଥଳୀ ଶିବରାତ୍ରୀ ୨୦୨୫ ଦିବସରେ ସମାପିତ ହୋଇଯାଇଛି । ମହାକୁମ୍ଭ ଭାରତର ପୁରାତନ ଆଧ୍ୟାତ୍ମିକ ପରମ୍ପରାକୁ ପ୍ରଦର୍ଶନ କରିଥାଏ, ଯାହା ଆଖଡା (ମହୋତ୍ସବ ସମ୍ପ୍ରଦାୟ) ଏବଂ ପାଉଁଶିଆ ନାଗା ସାଧୁଙ୍କ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ସଙ୍ଗମ କୂଳରେ ଛାଉଣି କରନ୍ତି ଏବଂ ସମଗ୍ର ବିଶ୍ୱରୁ ଭକ୍ତମାନେ ଯୋଗ ଦେଇଥିଲେ । ମହକୁମ୍ଭ ୨୦୨୫ ଆସ୍ତା,ଏକତା ଏବଂ ପରମ୍ପରାର ଏକ ଦୃଶ୍ୟ ଯାହାକି ମହାକୁମ୍ଭର ପବିତ୍ର ଜଳ ଭକ୍ତି ଓ ମହାନତାର ଏକ ଅବିସ୍ମରଣୀୟ ଚିହ୍ନ ଛାଡିଦେଇଛି। କୁମ୍ବରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଦେଶ ମନ୍ତ୍ରୀ,ବରିଷ୍ଠ ମନ୍ତ୍ରୀ ଏବଂ ଚଳଚ୍ଚିତ୍ର ତାରକା ଅନ୍ତର୍ଭୁକ୍ତ ଥିଲେ।

ମହାକୁମ୍ବ ଛଅଟି ସ୍ୱତନ୍ତ୍ର ସ୍ନାନ ତାରିଖ ପୌଷ ପୂର୍ଣ୍ଣିମା ଜାନୁଆରୀ ୧୩ରେ , ମକର ସଂକ୍ରାନ୍ତି ଜାନୁୟାରୀ ୧୪ ରେ, ମୌନୀ ଅମାବାସ୍ୟା ଜାନୁୟାରୀ ୨୯ ରେ, ବସନ୍ତ ପଞ୍ଚମୀ ଫେବୃଆରୀ ୦୩ ରେ, ମାଘି ପୂର୍ଣ୍ଣିମା ଫେବୃଆରୀ ୧୨ରେ ଏବଂ ମହାଶିବରାତ୍ରି ଫେବୃଆରୀ ୨୬ରେ ମଧ୍ୟରୁ ଅମୃତ ସ୍ନାନ ଜାନୁଆରୀ ୧୪,ଜାନୁଆରୀ ୨୯,ଫେବୃଆରୀ ୦୩ ଏହି ତିନିଟି ଦିବସରେ ଅଖଡା ସାଧୁମାନେ ସ୍ନାନ କରିଥିଲେ । କିନ୍ତୁ,ଅତି ଦୁଃଖର ବିଷୟ ଯେ ଦ୍ୱିତୀୟ ଅମୃତ ସ୍ନାନ ୨୯/୦୧/୨୫ ତାରିଖ ସମୟରେ ସଙ୍ଗମ ବେଳାଭୂମି ନିକଟରେ ଦଳାଚକଟା ଯୋଗୁଁ ୩୦ ରୁ ଉର୍ଦ୍ଧ୍ବ ତୀର୍ଥଯାଟ୍ରୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ନେଇ ରାଜ ନୈତିକ ବିବାଦ ସୃଷ୍ଟି କରିଛି।
ମହାକୁମ୍ଭ ମେଳା ୨୦୨୫ ସକାଶେ ସାରା ଦେଶ ଓ ବିଦେଶ ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଉକ୍ତ ଅବସରରେ ୪୦ ହେକ୍ଟରରୁ ଉର୍ଦ୍ଧ୍ବ ବ୍ୟାପିଥିବା ଉକ୍ତ ଧର୍ମ ମେଳାରେ ୨୪×୭ କାର୍ଯ୍ୟକଳାପ ସହ ଅପ୍ରତ୍ୟାଶିତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ । କେନ୍ଦ୍ର ସରକାର ଏବଂ ଉତ୍ତରପ୍ରଦେଶ ସରକାର ସୁଲଭ ଖାଦ୍ୟ ଯୋଗାଉଥିଲେ ଏବଂ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିଥିବା ବେଳେ ସବସିଡିଯୁକ୍ତ ରାସନ, ମାଗଣା ଭୋଜନ ଏବଂ ଖାଦ୍ୟ ସୁରକ୍ଷା ପ୍ରୋଟୋକଲ ଲାଗୁ କରାଯାଇଥିଲା । ତୀର୍ଥଯାତ୍ରୀଙ୍କ ସକାଶେ ପଞ୍ଚକର୍ମା, ଯୋଗ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସଚେତନତା ସାମଗ୍ରୀ ବଣ୍ଟନ ସେବାଗୁଡିକ କରାଯାଇଥିଲା ।
ବହୁ ସଂଖ୍ୟକ ଯାତ୍ରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ବହୁ ସଂଖ୍ୟକ ଯାତ୍ରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳ ଏକ ହଜାରରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିଥିଲା ।
ପ୍ରୟାଗରାଜର ଜୁସି ସ୍ଥିତ ଭଗବାନ୍ ପର୍ଶୁରାମ ଅଖରା ଆଶ୍ରମରେ ବିଶେଷ ଭାବରେ ପର୍ଶୁରାମ ଆଖାଡ ମୁଖ୍ୟ ମହାରାଜ ସୁଦର୍ଶନ ଶରନ୍ଦାସ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡ଼ିଶାର ରାୟଗଡ଼ା ଜିଲ୍ଲା ଦେବଗିରି ଅଞ୍ଚଳର କ୍ରାନ୍ତିକାରୀ ବାବା(ସରୋଜ ନାୟକ)ଙ୍କ ନେତୃତ୍ୱରେ ଦୀର୍ଘ ୩୫ ଦିନ ନିଜର ଶିଷ୍ୟ ବୃନ୍ଦଙ୍କ ସମ୍ପୂର୍ଣ୍ଣ ପରିଶ୍ରମ ସହଯୋଗରେ ମହାକୁମ୍ବ ମେଲାରେ ଦେଶର ବିଭିନ୍ନ ରାଜ୍ୟରୁ ତଥା ନେପାଳରୁ ଆସିଥିବା ସହ ସହ ଶ୍ରଦ୍ଧାଳୁଙ୍କ ରହିବା,ଖାଇବା ବ୍ୟବସ୍ଥା ସହ ଯାହାକୁ କି ବିଶେଷ ଭାବରେ ଆଖଡ଼ା ଠାରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ ରୀତିନୀତି ଅବଦାନ ଯୋଗୁଁ ନୀତି ହୋମ ଯଜ୍ଞ,ପ୍ରବଚନ,ପ୍ରସାଦ ସେବନ,ଅତିଥି ସତ୍କାର ଭଳି ସମସ୍ତ କାର୍ଯ୍ୟ ସଫଳପ୍ରଦ ହୋଇପାରିଥିଲା । ଉକ୍ତ ସମାୟ ମଧ୍ୟରେ ( ଓଡ଼ିଶା )ରାୟଗଡ଼ା ସହର ସ୍ତିତ ଜେଏସକୋ ବାସିନ୍ଦା ବୁଜ୍ଜିବାବୁ ଦ୍ଵାରା ପ୍ରତିଷ୍ଠିତ ବିଶ୍ୱ କଲ୍ୟାଣ ସାଧନା ସମିତି ଦ୍ୱାରା ୧୧ ଦିନ ପର୍ଯ୍ୟନ୍ତ ଆୟୋଜିତ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରାରମ୍ଭିକ ଅଧିବେଶନ ଧ୍ୟାନ, ପ୍ରାଣାୟାମ ସହ ରୁଦ୍ରବିଷେକଙ୍କ ପରେ ମହମୃତ୍ୟୁଞ୍ଜୟ ଜପ ହୋମ କରାଯାଇଥିଲା।
ସୁରକ୍ଷା ବ୍ୟବସ୍ଥା ପାଇଁ ମହାକୁମ୍ବରେ ୩୭ ହଜାର ପୋଲିସ୍ ଏବଂ ୧୪ ହଜାର ହୋମଗାର୍ଡ ନିୟୋଜିତ ହୋଇଥିବାବେଳେ ୨୭୫୦ ଏଆଇ ଆଧାରିତ ସିସିଟିଭି, ତିନୋଟି ୱାଟର ପୋଲିସ୍ ଷ୍ଟେସନ୍, ୧୮ ୱାଟର ପୋଲିସ୍ କଣ୍ଟ୍ରୋଲ୍ ରୁମ୍ ଏବଂ ୫୦ଟି ୱାଚ୍ ଟାୱାର ସ୍ଥାପନ କରାଯାଇଛି। ମହାକୁମ୍ବ ୨୦୨୫ ରେ ଦୁଇ ଦୁଇ ଥର ଅଗ୍ନିକାଣ୍ଡ ଘଟିଥିଲା ଯେଉଁଥିରେ କି ବହୁ ମୂଲ୍ୟବାନ ପୋଡ଼ି ଭସ୍ମୀଭୂତ ହୋଇଥିଲା । ୫୦ରୁ ଅଧିକ ଅଗ୍ନିଶମ କେନ୍ଦ୍ର ଏବଂ ୨୦ ଅଗ୍ନିଶମ ପୋଷ୍ଟ ନିୟୋଜିତ ଥିବା ବେଳେ ସଙ୍ଗମ ଅଞ୍ଚଳରେ ଦିନରାତି ନଜର ରଖିବା ପାଇଁ ୧୦୦ମିଟର ପର୍ଯ୍ୟନ୍ତ ବୁଡ଼ିବାକୁ ସକ୍ଷମ “ଅଣ୍ଡର ୱାଟର ଡ୍ରୋନ୍” ନିୟୋଜିତ କରାଯାଇଥିଲା ।

ରିପୋର୍ଟ: ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *