March 24, 2026
Home » ସମ୍ବଲପୁରୀ ନାଟକ “ସମୁଦ୍ର” ରେ ଦେଖିବାକୁ ମିଳିଲା ସଭ୍ୟତା ଓ ସଂଘର୍ଷର ଜୀବନ୍ତ ଅଭିନୟ ।

ସମ୍ବଲପୁରୀ ନାଟକ “ସମୁଦ୍ର” ରେ ଦେଖିବାକୁ ମିଳିଲା ସଭ୍ୟତା ଓ ସଂଘର୍ଷର ଜୀବନ୍ତ ଅଭିନୟ ।

0
1000993708

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 32768; cct_value: 2773; AI_Scene: (-1, -1); aec_lux: 338.439; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 42;

ନୟାଗଡ଼:  ନୟାଗଡ ନାଟ୍ୟଧାରା ପକ୍ଷରୁ ଚାଲିଥିବା ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଷଷ୍ଠ ଦିବସରେ ‘ସୂର’ ସମ୍ବଲପୁର ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ସମ୍ବଲପୁରୀ ନାଟକ ‘ସମୁଦ୍ର’ ସଫଳତାର ସହ ପଠାଣି ସାମନ୍ତ ସଂସ୍କୃତି ଭବନ ରଙ୍ଗ ମଞ୍ଚରେ ମଞ୍ଚସ୍ଥ ହୋଇଯାଇଛି। ଡକ୍ଟର ପ୍ରସନ୍ନ କୁମାର ସାହୁଙ୍କ ଲିଖିତ ଏହି ନାଟକଟି ନିଜର ନିଆରା କଥାବସ୍ତୁ ଓ ଜୀବନ୍ତ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି। ନାଟକର କାହାଣୀ ଜଣେ ଜଙ୍ଗଲୀ ଯୁବକ ‘କମ୍ବୁ’ ଓ ଜାହାଜ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ‘କ୍ୟାପଟେନ କିଶନ’ଙ୍କ ସଂଘର୍ଷମୟ ଜୀବନକୁ ନେଇ ଗତିଶୀଳ ହୋଇଥିଲା। ଏକ ନିଛାଟିଆ ଦ୍ଵୀପରେ ପ୍ରକୃତିର ନିର୍ମମତା ଏବଂ ମାନବିକତାର ପରୀକ୍ଷାକୁ ମଞ୍ଚରେ ଅତି ସୁନ୍ଦର ଭାବେ ଚିତ୍ରଣ କରାଯାଇଥିଲା। ବିଶେଷ କରି ମହାଭାରତର ପ୍ରସଙ୍ଗ ମାଧ୍ୟମରେ ନୈତିକତାର ବାର୍ତ୍ତା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ନାଟ୍ୟଶ୍ରୀ ମାନସ ରଞ୍ଜନ ମିଶ୍ର ନାଟକର ପରିକଳ୍ପନା ଓ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବା ସହ ‘କମ୍ବୁ’ ଭୂମିକାରେ ଏକ ଦମଦାର ଅଭିନୟ ପ୍ରଦର୍ଶନ କରିଥିଲେ। ଅନ୍ୟ ପ୍ରମୁଖ କଳାକାରଙ୍କ ମଧ୍ୟରେ ସପନୀ ଭୂମିକାରେ ଦିବ୍ୟାନି ଚଇନିଙ୍କ ଭାବପୂର୍ଣ୍ଣ ଅଭିନୟ ତଥା କ୍ୟାପଟେନ କିଶନ ଭାବେ ସତ୍ୟନାରାୟଣ ସାହୁଙ୍କ ପରିପକ୍ୱ ଅଭିନୟ ଦର୍ଶକ ମାନଙ୍କୁ ବେଶ ବିମୋହିତ କରିଥିବା ବେଳେ କେତନ ଭୂମିକାରେ ସତୀନ୍ଦ୍ର ନାୟକଙ୍କ ଅଭିନୟ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିଲା।

ନାଟକଟିକୁ ସଫଳ କରିବାରେ ବୃନ୍ଦାବନ ମିଶ୍ରଙ୍କ ଚମତ୍କାର ଆଲୋକ ସମ୍ପାଦନା ଓ ଶିବସାୟୀ ମିଶ୍ରଙ୍କ ହୃଦୟସ୍ପର୍ଶୀ ସଙ୍ଗୀତ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ପୁଷ୍ପାଞ୍ଜଳି ଦାଶ, ଜନାର୍ଦ୍ଦନ ପ୍ରଧାନ ଓ ବିକାଶ ଧ୍ରୁବଙ୍କ ଦ୍ଵାରା ପ୍ରସ୍ତୁତ ମଞ୍ଚ ସଜ୍ଜା ଦର୍ଶକଙ୍କୁ ପ୍ରକୃତ ଦ୍ଵୀପର ଅନୁଭୂତି ପ୍ରଦାନ କରିଥିଲା।”ସମୁଦ୍ର କେବଳ ଦୁଇଟି କୂଳକୁ ପୃଥକ କରେନାହିଁ, ବରଂ ସଂଘର୍ଷ ଓ ସହନଶୀଳତା ମାଧ୍ୟମରେ ମଣିଷକୁ ଯୋଡ଼ିଥାଏ,” ଏହି ବାର୍ତ୍ତା ସହ ନାଟକଟି ଶେଷ ହୋଇଥିଲା। ଆଜିର ନାଟକକୁ ଉଦଘାଟକ ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମଧୁମିତା ରଥ,ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଲଗ୍ନଜିତ ରାଉତ ଏବଂ ଯୁବ ଶିଳ୍ପଦ୍ୟୋଗୀ ତାପସ କୁମାର ପାଢ଼ୀ ଉପସ୍ଥିତ ଥିଲେ।ଏହି ଅବସରରେ ଉଦ୍ଘାଟକ, ମୁଖ୍ୟ ଅତିଥି ଓ ନାଟକର ନିର୍ଦ୍ଦେଶକ ମାନସ ରଞ୍ଜନ ମିଶ୍ରଙ୍କୁ ନାଟ୍ୟଧାରା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ନାଟ୍ୟଧାରା ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନିର୍ଦ୍ଦେଶକ ଡ. ବିଜୟ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଦର୍ଶନ ଶେଷରେ ଉପସ୍ଥିତ ଅତିଥି ଓ ନାଟ୍ୟ ପ୍ରେମୀମାନେ କଳାକାରଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ସମ୍ବଲପୁରୀ ନାଟକ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ବୋଲି ଦର୍ଶକଙ୍କ ମୁଖରୁ ଶୁଣିବାକୁ ମିଳିଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *